Advertisment

Lapse in Security: ସୁରକ୍ଷାରେ ବଡ ତ୍ରୁଟି, ଫିଲ୍ଡ ମଧ୍ୟକୁ ପଶି ଆସିଲେ ଦର୍ଶକ

ପିଚକୁ ନେଇ ଆରମ୍ଭରୁ ସମାଲୋଚନା କରାଯାଉଥିବା ବେଳେ ବର୍ତ୍ତମାନ ଆଉ ଏକ ବଡ ଘଟଣା ଘଟି ଯାଇଛି। ମ୍ୟାଚ ସମୟରେ ଦର୍ଶକ ପଡିଆକୁ ପଶି ଆସିଥିବା ବେଳେ ଏହା ସୁରକ୍ଷାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଥରେ ନୁହେଁ ଦୁଇ ଦୁଇ ଥର ଏମିତି ଘଟଣା ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
champions trophy

champions trophy

Advertisment

ପାକିସ୍ତାନରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫିକୁ ନେଇ ଆଲୋଚନା ଶେଷ ହେବାର ନାଁ ନେଉନାହିଁ। ପିଚ ଓ ଷ୍ଟାଡିୟମକୁ ନେଇ ଆଲୋଚନା ଜାରି ରହିଥିବା ବେଳେ ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପାକିସ୍ତାନର ୩ ଭେନ୍ୟୁରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି। ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମ, ଲାହୋରର ଗଦ୍ଦାଫି ଷ୍ଟାଡିୟମ ଓ କରାଚୀର ନ୍ୟାସନାଲ ବ୍ୟାଙ୍କ ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳାଯାଉଛି। ଏହା ବ୍ୟତୀତ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଭାରତର ସମସ୍ତ ମ୍ୟାଚ ଖେଳାଯିବ। ଭାରତୀୟ କ୍ରିକେଟ ଦଳକୁ ସରକାରଙ୍କ ପକ୍ଷରୁ କ୍ଲିଅରାନ୍ସ ନ ମିଳିବାରୁ ଏହା ପାକିସ୍ତାନ ଯାଇ ନଥିଲା। ଫଳରେ ଏହା ହାଇବ୍ରିଡ ମଡେଲରେ ଦୁବାଇରେ ସମସ୍ତ ମ୍ୟାଚ ଖେଳୁଛି।

Advertisment

ଅଧିକ ପଢ଼ନ୍ତୁ: ଚାମ୍ପିୟନ୍ସ ଟ୍ରଫି ପାଇଁ ରାହୁଲ, ପାଣ୍ଡ୍ୟାଙ୍କୁ ଉପେକ୍ଷା

ପାକିସ୍ତାନରେ ଖେଳାଯିବାକୁ ଥିବା ୩ ଭେନ୍ୟୁରେ ନବୀକରଣ କାର୍ଯ୍ୟ ଜାରି ରହିଥିଲା। ଅଗଷ୍ଟ ୨୦୨୪ରେ ଆରମ୍ଭ ହୋଇଥିବା ଏହି କାମ ଡିସେମ୍ବର ୩୧ ସୁଦ୍ଧା ଶେଷ ହେବାର ଟାର୍ଗେଟ ରଖା ଯାଇଥିଲା। ତେବେ ନିର୍ଦ୍ଧାରିତ ସମୟରେ ନବୀକରଣ କାମ ଶେଷ ହୋଇ ନଥିବା କାରଣରୁ ୩ ଷ୍ଟାଡିୟମର ପିଚ ଗୁଡିକ ସମ୍ପୂର୍ଣ୍ଣ ଫ୍ଲାଟ ରହିଥିଲା। ପାକିସ୍ତାନର ପିଚ ସାଧାରଣତଃ ପେସ ବୋଲରଙ୍କୁ ସୁହାଉଥିବା ବେଳେ ଚଳିତ ସଂସ୍କରଣର ପିଚ ଗୁଡିକୁ ରୋଡ ସହିତ ତୁଳନା କରିଛନ୍ତି ଅନେକ ବିଦେଶୀ ଖେଳାଳି।

ପିଚକୁ ନେଇ ଆରମ୍ଭରୁ ସମାଲୋଚନା କରାଯାଉଥିବା ବେଳେ ବର୍ତ୍ତମାନ ଆଉ ଏକ ବଡ ଘଟଣା ଘଟି ଯାଇଛି। ମ୍ୟାଚ ସମୟରେ ଦର୍ଶକ ପଡିଆକୁ ପଶି ଆସିଥିବା ବେଳେ ଏହା ସୁରକ୍ଷାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଥରେ ନୁହେଁ ଦୁଇ ଦୁଇ ଥର ଏମିତି ଘଟଣା ଦେଖିବାକୁ ମିଳିଛି। ପ୍ରଥମେ ରାୱଲପିଣ୍ଡିରେ ଖେଳା ଯାଇଥିବା ମ୍ୟାଚରେ ଜଣେ ଦର୍ଶକ ସୁରକ୍ଷା ବ୍ୟବସ୍ଥା ଭେଦ କରି ପ୍ରବେଶ କରିଥିଲେ। ଏହି ଦର୍ଶକ ଜଣଙ୍କ ନ୍ୟୁଜିଲାଣ୍ଡ ଖେଳାଳି ରାଚିନ ରବୀନ୍ଦ୍ରଙ୍କୁ ଭେଟିବାକୁ ପ୍ରୟାସ କରିଥିଲେ। ସୁରକ୍ଷା କର୍ମୀ ତାଙ୍କୁ ଗିରଫ କରିଥିବା ବେଳେ ପାକିସ୍ତାନର ସମସ୍ତ ଷ୍ଟାଡିୟମରେ ତାଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା।

Advertisment

ସେହିପରି ଦ୍ବିତୀୟ ଘଟଣାଟି ଇଂଲଣ୍ଡ ଓ ଆଫଗାନିସ୍ତାନ ମ୍ୟାଚ ସମୟରେ ଦେଖିବାକୁ ମିଳିଥିଲା। ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ମ୍ୟାଚ ଖେଳାଯାଉଥିବା ବେଳେ ଜଣେ ଦର୍ଶକ ଆଫଗାନିସ୍ତାନ ଫିଲ୍ଡିଂ ସମୟରେ ଅଧିନାୟକ ହସମତଉଲ୍ଲା ଶାହିଦିଙ୍କ ପାଖରେ ପହଞ୍ଚି ଯାଇଥିଲେ। ତେବେ ଚିନ୍ତାର ବିଷୟ ଏହା ଯେ ଏହି ବ୍ୟକ୍ତି ନିଜ ହାତରେ ଧରିଥିବା ପ୍ଲା କାର୍ଡରେ କିଛି କଠୋରପନ୍ଥୀ ସ୍ଲୋଗାନ ଲେଖାଥିଲା। ଏହି ଘଟଣା ପରେ ସମସ୍ତ ଷ୍ଟାଡିୟମ ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡାକଡି କରାଯାଇଛି। ପାକିସ୍ତାନ ୧୯୯୬ ପରେ ଦୀର୍ଘ ୨୯ ବର୍ଷ ପରେ ଏକ ଆଇସିସି ଇଭେଣ୍ଟ ଆୟୋଜନ କରୁଛି। ସୁରକ୍ଷା ବ୍ୟବସ୍ଥାରେ ଏଭଳି ତ୍ରୁଟି ଦେଖାଦେଲେ ଆଗାମୀ ଦିନରେ ପାକିସ୍ତାନକୁ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟ ମିଳିବାକୁ ନେଇ ଆଶଙ୍କା ଦେଖାଦେଇଛି।

ଅଧିକ ପଢ଼ନ୍ତୁ: ପାର୍ଟନରଙ୍କୁ ଅଲଗା ହେଇଛନ୍ତି ଏହି ଭାରତୀୟ କ୍ରିକେଟର

PCB
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ