Advertisment

୧୪ ମାସ ପରେ ଫିଟ୍‌ ହେଲେ ପନ୍ଥ, ଖେଳିବେ ଆଇପିଏଲ

ପନ୍ଥଙ୍କୁ ନେଇ ବଡ଼ ଅପଡେଟ୍‌ ଦେଇଛି ବିସିସିଆଇ। BCCI ପକ୍ଷରୁ ଜାରି ହୋଇଥିବା ମେଡିକାଲ ରିପୋର୍ଟରେ କୁହାଯାଇଛି କି ଆଇପିଏଲ ଖେଳିବା ପାଇଁ ଋଷଭ ପନ୍ତ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Rishabh Pant To Play As Wicketkeeper-Batter In IPL 2024

Rishabh Pant

କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ବଡ଼ ଖବର । ମଇଦାନକୁ ପୁଣି ଫେରିବେ ଋଷଭ ପନ୍ଥ । ୧୪ ମାସ ପରେ ପଡ଼ିଆରେ ପୁଣି ଛକା ଚୌକା ମାରିବେ ପନ୍ଥ । ସଡ଼କ ଦୁର୍ଘଟଣା ପରେ ପ୍ରାୟ ୧୪ ମାସ ହେବ କ୍ରିକେଟରୁ ଦୂରେଇ ଅଛନ୍ତି ପନ୍ଥ। ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଥିଲା କି ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଥିବା ଆଇପିଏଲରେ ପନ୍ଥ ଖେଳିବେ ନା ନାହିଁ।

Advertisment

ତେବେ ଏହାରି ମଧ୍ୟରେ ପନ୍ଥଙ୍କୁ ନେଇ ବଡ଼ ଅପଡେଟ୍‌ ଦେଇଛି ବିସିସିଆଇ। BCCI ପକ୍ଷରୁ ଜାରି ହୋଇଥିବା ମେଡିକାଲ ରିପୋର୍ଟରେ କୁହାଯାଇଛି କି ଆଇପିଏଲ ଖେଳିବା ପାଇଁ ଋଷଭ ପନ୍ତ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି। ଆଗାମୀ ଆଇପିଏଲ ସିଜିନ୍‌ରେ ସେ ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ଭାବେ ଖେଳିପାରିବେ। ତେବେ ବିସିସିଆଇ ପକ୍ଷରୁ ପନ୍ଥ ଫିଟ୍‌ ଘୋଷଣା ହେବା ପରେ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଆଶ୍ୱସ୍ତି ମିଳିଛି। ଦୁର୍ଘଟଣା ପରେ ୨୦୨୩ ଆଇପିଏଲ ସିଜିନ୍‌ ଖେଳିପାରିନଥିଲେ ପନ୍ଥ। ତେବେ ଚଳିତ ଆଇପିଏଲରେ ଋଷଭ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ଦେଖାଇବେ ବୋଲି ଆଶା କରାଯାଉଛି ।

ଅଧିକ ପଢ଼ନ୍ତୁ: BCCI ର ନୂଆ ସ୍କିମ୍‌; କୋଟିପତି ହେବେ ଟେଷ୍ଟ କ୍ରିକେଟର, ମ୍ୟାଚ୍‌ ଫି’ ଛଡ଼ା ମିଳିବ ୪୫ ଲକ୍ଷ

Advertisment

ସୂଚନା ଅନୁସାରେ ୨୦୨୨ ଡିସେମ୍ବର ୩୦ରେ ଉତ୍ତରାଖଣ୍ଡରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ ପନ୍ଥ । ଦୁର୍ଘଟଣା ପରେ ସେ ପ୍ରାୟ ୧୪ ମାସ କ୍ରିକେଟ ପଡ଼ିଆରୁ ଦୂରେଇ ରହିଥିଲେ। ଦୁର୍ଘଟଣାରୁ ସୁସ୍ଥ ହେବା ପରେ କ୍ରିକେଟ୍‌ ମଇଦାନକୁ ଫେରିବା ପାଇଁ କଠିନ୍ ପରିଶ୍ରମ କରୁଛନ୍ତି ଋଷଭ। ସେ ଏବେ ବେଙ୍ଗାଲୁରୁର ନ୍ୟାସନାଲ୍‌ କ୍ରିକେଟ୍‌ ଏକାଡେମୀରେ ରହି ଅଭ୍ୟାସ ଜାରି ରଖିଛନ୍ତି । ବିସିସିଆଇର ଏକ ଅଭିଜ୍ଞ ଡାକ୍ତରୀ ଦଳ ତାଙ୍କ ଉପରେ ନଜର ରଖିଥିଲେ। ତେବେ ଠିକ୍‌ ଆଇପିଏଲ ପୂର୍ବରୁ ତାଙ୍କୁ ସମ୍ପୂର୍ଣ୍ଣ ଫିଟ୍‌ ଘୋଷଣା କରିଛି ବିସିସିଆଇ। ଅନ୍ୟପକ୍ଷରେ ଆହତ ଜନିତ ସମସ୍ୟା ଯୋଗୁଁ ଚଳିତ ଆଇପିଏଲରୁ ବାଦ ପଡ଼ିଛନ୍ତି ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା ଓ ମହମ୍ମଦ ସାମି।

BCCI Cricket IPL Rishabh Pant
Advertisment
Advertisment