Chetan Sharma
BCCI ମୁଖ୍ୟ ଚୟନକର୍ତ୍ତା ପଦରୁ ଚେତନ ଶର୍ମା ଇସ୍ତଫା ଦେଇଛନ୍ତି । ତାଙ୍କର ଇସ୍ତଫା ପତ୍ରକୁ BCCI ସମ୍ପାଦକ ଜୟ ଶାହାଙ୍କ ନିକଟକୁ ପଠାଇଥିବା ଜଣାପଡ଼ିଛି। ଏକ ଭାଇରାଲ ଭିଡିଓ ପାଇଁ ବିବାଦକୁ ଆସିଥିଲେ ଚେତନ ଶର୍ମା।
ଭିଡିଓରେ କ୍ରିକେଟରଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଫିଟନେସ୍ ପାଇଁ କ୍ରିକେଟର୍ ଇଞ୍ଜେକସନ ନିଅନ୍ତି ବୋଲି କହିଥିଲେ ଚେତନ। ଯାହାକୁ ନେଇ ବିବାଦ ଦେଖାଦେଇଥିଲା । ଏହି ପ୍ରସଙ୍ଗ ବ୍ୟତୀତ ଅନ୍ୟ କିଛି ପ୍ରସଙ୍ଗରେ ମଧ୍ୟ ଚେତନ ବିବାଦରେ ରହିଥିଲେ।
ଅଧିକ ପଢ଼ନ୍ତୁ: ଷ୍ଟିଙ୍ଗ ଅପରେସନ୍ରେ ଖୁଲାସା: କୋହଲି-ରୋହିତଙ୍କ ମଧ୍ୟରେ ଅଛି କି ବିବାଦ ?
ହେଲେ ବର୍ତ୍ତମାନ ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍ର ଚୟନ ସମିତିର ଅଧ୍ୟକ୍ଷ ପଦ ଛାଡ଼ିଛନ୍ତି ଚେତନ । ଚେତନ ଶର୍ମା ତାଙ୍କ ଇସ୍ତଫା ପତ୍ର ବିସିସିଆଇ ସଚିବ ଜୟ ଶାହାଙ୍କ ନିକଟକୁ ପଠାଇଛନ୍ତି । ତାଙ୍କର ଇସ୍ତଫା ପତ୍ରକୁ ଜୟ ସ୍ୱୀକାର କରିଥିବା ମଧ୍ୟ ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676613440.jpg)