ପାକିସ୍ତାନକୁ ୩-୦ରେ ହରାଇ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ । ପ୍ରଥମ ଦୁଇଟି ଟି-୨୦ ମ୍ୟାଚ୍ ଜିତିବା ପରେ ତୃତୀୟ ଟି-୨୦ ମ୍ୟାଚ୍ରେ ଅଷ୍ଟ୍ରେଲିଆ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛି । ଏହି ବିଜୟ ସହ ଅଷ୍ଟ୍ରେଲିଆ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ କ୍ଲିନ୍ ସୁଇପ୍ କରିଛି ।
Also Read
ଅଧିକ ପଢ଼ନ୍ତୁ: ଭାରତୀୟ ଟେଷ୍ଟ ଟିମ୍ର ମୁଖ୍ୟ କୋଚ୍ ହେବେ କି ଭିଭିଏସ୍ ଲକ୍ଷ୍ମଣ
ଅଷ୍ଟ୍ରେଲିଆର ହୋବାର୍ଟରେ ଖେଳାଯାଇଥିଲା ତୃତୀୟ ମ୍ୟାଚ୍ । ଏହି ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ପାକିସ୍ତାନ । କିନ୍ତୁ ପାକିସ୍ତାନର ଏହି ନିଷ୍ପତ୍ତି ଭୁଲ ସାବ୍ୟସ୍ତ ହୋଇଥିଲା । ଅଷ୍ଟ୍ରେଲିଆ ବୋଲି ଆରୋନ୍ ହାର୍ଡି ଓ ଏଡମ୍ ଜାମ୍ପାଙ୍କ ଆଗରେ ପାକିସ୍ତାନର କୌଣସି ବ୍ୟାଟ୍ସମ୍ୟାନ୍ ଅଧିକ ସମୟ ତିଷ୍ଠି ପାରିନଥିଲେ । ଯାହାଫଳରେ ପାକିସ୍ତାନ ପ୍ରଥମ ବ୍ୟାଟିଂ କରି ମାତ୍ର ୧୧୭ ରନ୍ରେ ଅଲଆଉଟ ହୋଇଥିଲା ପାକ୍ । ଏମିତି କି ପାକିସ୍ତାନର ୭ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ମଧ୍ୟ ଛୁଇଁ ପାରିନଥିଲେ । ଦଳ ପକ୍ଷରୁ ବାବର ଆଜମ ସର୍ବାଧିକ ୪୧ ରନ୍ କରିଥିଲେ । ସେହିପରି ଅଷ୍ଟ୍ରେଲିଆ ପକ୍ଷରୁ ଆରୋନ୍ ହାର୍ଡି ୩ଟି ଓ ଏଡମ୍ ଜାମ୍ପା ଦୁଇଟି ୱିକେଟ୍ ଅକ୍ତିଆର କରିଥିଲେ ।
ତେବେ ୧୧୮ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା କଙ୍ଗାରୁ ଦଳ ଆରମ୍ଭରୁ ଭଲ ପ୍ରଦର୍ଶନ କରିନଥିଲା । ୩୦ ରନ୍ ସ୍କୋର ମଧ୍ୟରେ ୨ ୱିକେଟ୍ ହରାଇଥିଲା ଅଷ୍ଟ୍ରେଲିଆ । ତେବେ ଜୋଶ୍ ଇଂଲିସ୍ କିଛି ସମୟ ପାଇଁ କ୍ରିଜ୍ରେ ରହିବ ଗୁରୁତ୍ୱପୂର୍ଣ୍ଣ ୨୭ ରନ୍ କରିଥିଲେ । କିନ୍ତୁ ଅପରପକ୍ଷେ ମାର୍କସ୍ ଷ୍ଟୋଇନିସ୍ କିନ୍ତୁ ଧୁଆଁଧାର ବ୍ୟାଟିଂ କରିଥିଲେ । ସେ ମାତ୍ର ୨୩ ବଲ୍ରେ ଅର୍ଦ୍ଧଶତକ ଏବଂ ୨୭ ବଲରେ ୬୧ ରନର ଇନିଂସ ଖେଳି ଅଷ୍ଟ୍ରେଲିଆର ବିଜୟ ସୁନିଶ୍ଚିତ କରିଥିଲେ ।
ଅଧିକ ପଢ଼ନ୍ତୁ: ସଞ୍ଜୁ ସାମ୍ସନଙ୍କ ବାପାଙ୍କ ବିସ୍ପୋରକ ବୟାନ; କହିଲେ-ଧୋନି, ବିରାଟ ଓ ରୋହିତ ମୋ ପୁଅର କ୍ୟାରିୟର ନଷ୍ଟ କରିଦେଲେ
ଟି -୨୦ ଫର୍ମାଟରେ ପାକିସ୍ତାନ ଦଳର ଅବସ୍ଥା ବର୍ତ୍ତମାନ ବହୁତ ଖରାପ । ଗତ ୯ ଟି -୨୦ ସିରିଜରେ ପାକିସ୍ତାନ ଦଳ କେବଳ ଗୋଟିଏ ସିରିଜ୍ରେ ବିଜୟ ଲାଭ କରିଛି । ଗତ ୯ଟି ସିରିଜରେ ପାକିସ୍ତାନ ୬ ଥର ପରାଜୟ ବରଣ କରିଥିବା ବେଳେ ଦୁଇଟି ସିରିଜ୍ ଡ୍ର ହୋଇଛି । ଗତ ତିନିବର୍ଷ ମଧ୍ୟରେ ଆଫଗାନିସ୍ତାନ ମଧ୍ୟ ଟି -୨୦ ସିରିଜରେ ପାକିସ୍ତାନକୁ ପରାସ୍ତ କରିଛି ।