• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗତ ରବିବାର ଦିନ ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ଜନ୍ମଦିନ ଥିଲା । ଏ ଅବସରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଏହି ମ୍ୟାଚରେ ସେ ଶତକ ମଧ୍ୟ ହାସଲ କରିଥିଲେ । କିନ୍ତୁ ଏହା ଅପେକ୍ଷାକୃତ ମନ୍ଥର ଥିଲା । ଏଣୁ କୋହଲିଙ୍କୁ ଅନେକ ସମାଲୋଚନା କରିବାକୁ ମଧ୍ୟ ପଛାଇ ନଥିଲେ । ବ୍ୟକ୍ତିଗତ ମାଇଲଷ୍ଟୋନ ପାଇଁ ଖେଳୁଛନ୍ତି ବୋଲି କେତେ ଜଣ ମତ ପ୍ରକାଶ କରିଥିଲେ । କିନ୍ତୁ ମ୍ୟାଚ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ବିରାଟ ଏହା ଉପରୁ ପରଦା ହଟାଇ ଦେଇଥିଲେ ।

ନିଜ ଉତ୍ତରରେ କୋହଲି କହିଛନ୍ତି, ତାଙ୍କୁ ଏପରି କରିବାକୁ ଡ୍ରେସିଂ ରୁମ ତରଫରୁ ନିର୍ଦ୍ଦେଶ ଥିଲା । ସହଳ ଦୁଇ ଓପନରଙ୍କ ୱିକେଟ ପଡ଼ି ଯାଇଥିଲା । କିନ୍ତୁ ଭଲ ଆରମ୍ଭ ମିଳିଥିବାରୁ ମ୍ୟାଚକୁ ଶେଷ ପର୍ଯ୍ୟନ୍ତ ନେବାର ଥିଲା । ଏଣୁ ଆଉ ୱିକେଟ ନ ଫିଙ୍ଗି ରକ୍ଷଣାତ୍ମକ କ୍ରିକେଟ ଖେଳିବାରୁ ନିର୍ଦ୍ଦେଶ ମିଳିଥିଲା ବୋଲି ବିରାଟ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ଅଧିକ ପଢ଼ନ୍ତୁ:ବିରାଟ ରଚିଲେ ଇତିହାସ; ଜନ୍ମଦିନରେ ସଚିନ୍‌ଙ୍କ ରେକର୍ଡର ସମକକ୍ଷ ହେଲେ

ଭାରତ ପ୍ରଥମେ ବ୍ୟାଟିଂ କରି ୩୨୬ ରନ କରିଥିଲା । ଏହା ମଧ୍ୟରେ ବିରାଟ କୋହଲିଙ୍କ ବ୍ୟାଟରି ୧୦୧ ରନ ଥିଲା । ମ୍ୟାଚ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ କୋହଲି କହିଥିଲେ, ଏପରି ପିଚରେ ବ୍ୟାଟିଂ କରିବା କଷ୍ଟସାଧ୍ୟ ଥିଲା । ରୋହିତ ଏବଂ ଶୁବମାନଙ୍କଠାରୁ ଭଲ ଆରମ୍ଭ ମିଳିବା ପରେ ଏହାକୁ ଜାରି ରଖିବାର ଥିଲା । ଦଶମ ଓଭର ପରେ ବଲ୍ ମନ୍ଥର ହେବାରେ ଲାଗିଲା ବୋଲି କହିଛନ୍ତି । ତେବେ କୋହଲିଙ୍କ ବ୍ୟତୀତ ଶ୍ରେୟାସ ମଧ୍ୟ ଏକ ପ୍ରଭାବଶାଳୀ ଇଂନିସ ଖେଳି ୮୭ ବଲରୁ ୭୭ ସ୍କୋର କରିଥିଲେ ।

ଅନ୍ୟପଟେ ତାଙ୍କୁ ନିଜ ରେକର୍ଡ ଶତକ ବିଷୟରେ ପଚରା ଯିବାରୁ ସେ କହିଥିଲେ, ଜନ୍ମଦିନ ଅବସରରେ ସେ ଏହି ଲ୍ୟାଣ୍ଡମାର୍କରେ ପହଞ୍ଚିଥିବାରୁ କୃତଜ୍ଞ । ସେ ଇଶ୍ୱରଙ୍କ ନିକଟରେ ମଧ୍ୟ କୃତଜ୍ଞତା ଜ୍ଞାପନ କରିଥିଲେ ।