• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବାର୍ଥ ଡେ’ରେ ବିରାଟ୍ ସେଞ୍ଚୁରୀ । ନିଜର ୩୫ତମ ଜନ୍ମଦିନରେ ୪୯ତମ ଦିନିକିଆ ଶତକ ହାସଲ କରିଛନ୍ତି ବିରାଟ କୋହଲି । ଏଥିସହ ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି ବିରାଟ । କୋଲକତାର ଇଡେନ ଗାର୍ଡେନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦାୟିତ୍ୱପୂର୍ଣ୍ଣ ଇନିଂସ ଖେଳି ଶତକ ହାସଲ କରିଛନ୍ତି ବିରାଟ । ଭାରତ ଆଜିର ମ୍ୟାଚରେ ୩୨୬ ରନ୍ କରିଥିବା ବେଳେ ବିରାଟ ୧୦୧ ରନ୍ କରି ନଟଆଉଟ୍ ରହିଛନ୍ତି ।

ବିରାଟ ୨୦୦୯ ମସିହାରେ ଇଡେନ ଗାର୍ଡେନରେ ହିଁ ଶ୍ରୀଲଙ୍କା ବିପକ୍ଷରେ ନିଜ ଦିନିକିଆ କ୍ୟାରିୟରର ପ୍ରଥମ ସେଞ୍ଚୁରୀ ମାରିଥିଲେ । ସଚିନ ୪୫୨ଟି ଇନିଂସ ଖେଳି ୪୯ତମ ଶତକ କରିଥିବା ବେଳେ  ବିରାଟ ୨୭୭ଟି ଇନିଂସରେ ଏହି ସଫଳତା ହାସଲ କରିଛନ୍ତି । ଚଳିତ ବିଶ୍ୱକପରେ ବିରାଟଙ୍କ ଏହା ଦ୍ୱିତୀୟ ଶତକ । ପୂର୍ବରୁ ପୁଣେରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ସେ  ଅପରାଜିତ ୧୦୩ ରନ୍ କରିଥିଲେ ।

ସେହିପରି ନ୍ୟୁଜିଲାଣ୍ଡ ବିପକ୍ଷରେ ୯୫ ରନ୍ ଏବଂ ଶ୍ରୀଲଙ୍କା ବିପକ୍ଷରେ ୮୮ ରନ୍ କରି ଶତକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ । ତେଣୁ ଆଜି ଜନ୍ମଦିନରେ ସେ ୪୯ତମ ଶତକ କରିବେ ବୋଲି କ୍ରିକେଟ ଫ୍ୟାନଙ୍କ ଆଶା ଥିଲା । ଆଉ ଏହା କରିଛନ୍ତି କିଙ୍ଗ କୋହଲି । ସେପଟେ ବିରାଟଙ୍କ ଏହି ରେକର୍ଡ ପରେ ସଚିନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।  ସୋସିଆଲ ମିଡିଆ ସାଇଟ୍ Xରେ ସଚିନ ଲେଖିଛନ୍ତି, ବହୁତ ଭଲ ଖେଳିଲ ବିରାଟ । ୪୯ରୁ ୫୦ ବର୍ଷରେ ପହଞ୍ଚିବା ଲାଗି ମୋତେ ୩୬୫ ଦିନ ଲାଗି ଯାଇଥିଲା । ଆଶା କରୁଛି ଆସନ୍ତା କିଛି ଦିନ ମଧ୍ୟରେ ତୁମେ ୪୯ରୁ ୫୦ ପର୍ଯ୍ୟନ୍ତ ପହଞ୍ଚିଯିବ ଆଉ ମୋ ରେକର୍ଡକୁ ଭାଙ୍ଗି ଦେବ ।

 

ବିରାଟଙ୍କ ଶତକ ବଳରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ଖେଳାଯାଉଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକା ଆଗରେ ୩୨୭ ରନର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ । ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କ୍ୟାପଟେନ ରୋହିତ ଶର୍ମା ଏବଂ ଶୁବମନ ଗିଲ୍ ଧୂଆଁଧାର ବ୍ୟାଟିଂ କରି ଚଉକା ଛକ୍କାର ବର୍ଷା କରିଥିଲେ । ୧୦ ଓଭରରେ ଟିମ ଇଣ୍ଡିଆର ସ୍କୋର ୯୦ ରନ ପାର୍‌ କରିସାରିଥିଲା । ରୋହିତ ଶର୍ମା ୪୦ ରନ ଓ ଶୁଭମନ ଗିଲ୍ ୨୩ ରନ କରି ଆଉଟ ହୋଇଥିଲେ । ଏହା ପରେ ବିରାଟ କୋହଲି ଓ ଶ୍ରେୟସ ଆୟର ଶତକୀୟ ପାର୍ଟନରସିପ୍ କରି ଭାରତକୁ ବଡ ସ୍କୋର ଆଡକୁ ନେବାରେ ସହାୟକ ହୋଇଥିଲେ ।

ଶ୍ରେୟସ ଆୟର ୭୭ ରନରେ ଆଉଟ ହେବା ପରେ କେଏଲ ରାହୁଲ ମାତ୍ର ୮ ରନରେ ଆଉଟ ହୋଇଥିଲେ । ତେବେ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଓ ରବୀନ୍ଦ୍ର ଜାଦେଜାଙ୍କ ସହ ଉପଯୋଗୀ ପାର୍ଟନରସିପ କରି ଦଳୀୟ ସ୍କୋରକୁ ୫୦ ଓଭରରେ ୩୨୬ ରନରେ ପହଞ୍ଚାଇଥିଲେ । ଜବାବରେ ଦକ୍ଷିଣ ଆଫ୍ରିକା ପ୍ରାରମ୍ଭିକ  ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ମାତ୍ର ୬ ରନରେ ଡି କକ୍‌ଙ୍କ ୱିକେଟ ହରାଇ ବିପର୍ଯ୍ୟର ସାମ୍ନା କରିଛି ସାଉଥ ଆଫ୍ରିକା । ମାତ୍ର ୮୩ ରନ୍‌ରେ ଅଲ୍ଆଉଟ୍‌ ହୋଇଯାଇଛି ସାଉଥ ଆଫ୍ରିକା । ବୃହତ ବିଜୟ ସହ ଭାରତ କ୍ରମାଗତ ଅଷ୍ଟମ ବିଜୟ ହାସଲ କରିଛି ।