/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744540654.jpg)
Woman Fell In Love With Electrician Gets Married
କେବେ, କିପରି ଏବଂ କାହା ସହିତ ପ୍ରେମ ହେବ ତାହା କେହି କହିପାରିବେ ନାହିଁ। ସେହିପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ମହିଳା ତାଙ୍କ ଫ୍ୟାନ୍ ମରାମତି କରିବାକୁ ଆସିଥିବା ଜଣେ ଇଲେକ୍ଟ୍ରିସିଆନଙ୍କ ପ୍ରେମରେ ପଡ଼ି ତାଙ୍କୁ ବିବାହ କରିଛନ୍ତି।
ଏବେ ଉଭୟଙ୍କ ବିବାହ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଏବଂ ଲୋକମାନେ ଏହାକୁ 'ପ୍ରକୃତ ଜୀବନର ବଲିଉଡ୍ ପ୍ରେମ କାହାଣୀ' ବୋଲି କହୁଛନ୍ତି। ବିହାରର ନାଳନ୍ଦା ଜିଲ୍ଲାରୁ ଏହି ଅନନ୍ୟ ଘଟଣା ସାମ୍ନାକୁ ଆସିଛି।
ଖବର ଅନୁସାରେ, ମହିଳାଙ୍କ ଘରର ପଙ୍ଖାଟି ଖରାପ ହୋଇଥିଲା। ଫଳରେ ସେ ଜଣେ ଇଲେକ୍ଟ୍ରିସିଆନଙ୍କୁ ଡାକିଥିଲେ। ଯେତେବେଳେ ସେ ଫ୍ୟାନ୍ ମରାମତି କରିବାକୁ ଆସିଥିଲେ, ସେମାନେ ଦୁହେଁ ପରସ୍ପରକୁ ପ୍ରଥମ ଥର ପାଇଁ ଭେଟିଥିଲେ। କଥାବାର୍ତ୍ତା ସମୟରେ, ଦୁହିଁଙ୍କ ମଧ୍ୟରେ ଏକ ବିଶେଷ ସମ୍ପର୍କ ଗଢ଼ିଉଠିଲା ଏବଂ ତା’ପରେ ଧୀରେ ଧୀରେ ବନ୍ଧୁତା ପ୍ରେମରେ ପରିଣତ ହେଲା।
ଅଧିକ ପଢ଼ନ୍ତୁ: ସୋସିଆଲ୍ ମିଡିଆରେ ମା-ପୁଅଙ୍କ ରୋମାଣ୍ଟିକ୍ ଭିଡିଓ; ଲୋକେ କହିଲେ ଏମିତି
କିଛି ଦିନ ପରେ, ସମାଜକୁ ନ ଡରି ଦୁହେଁ ବିବାହ କଲେ। ଏହି ବିବାହର ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ, ଦୁହେଁ ପାରମ୍ପରିକ ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳୁଛି।
ଫ୍ୟାନ୍ ମରାମତି କରିବାକୁ ଆସିଥିବା ବ୍ୟକ୍ତି ଜଣଙ୍କ କହିଛନ୍ତି, “ଯଦି କାହା ଫ୍ୟାନ୍ ଖରାପ ଥାଏ ସେମାନେ ମତେ ଡାକନ୍ତି। ସେ ମୋତେ ଫୋନରେ ଡାକିଥିଲେ। ଫ୍ୟାନ୍ ମରାମତି କରିବା ପରେ, ସେ ମୋ ନମ୍ବର ନେଇ କହିଲେ ଯେ ଯଦି ଫ୍ୟାନ୍ ପୁଣି ଖରାପ ହୁଏ, ତେବେ ସେ ସିଧାସଳଖ ମୋତେ ଫୋନ୍ କରିବେ।”
Leave beginners Bihar is not for legends even 😂
“Pankha theek karte karte pyaar ho gaya , shadi kar li🙏🏻” pic.twitter.com/I63UwO7q6I
— Amitabh Chaudhary (@MithilaWaala) April 6, 2025
ସେହିପରି ମହିଳା ଜଣକ ମଧ୍ୟ ନିଜ ପ୍ରେମକୁ ପ୍ରକାଶ କରି କହିଛନ୍ତି, “ମୁଁ ତାଙ୍କୁ ବହୁତ ଦିନ ଧରି ପସନ୍ଦ କରୁଥିଲି। ତାଙ୍କ ବିନା ମୋ ମନ କେଉଁଠାରେ ଲାଗେନି। ଆଉ ମତେ ତାଙ୍କୁ ପ୍ରେମ ହୋଇଗଲା।”
ଏହି ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବରୁ ଟ୍ୱିଟର) ରେ @MithilaWaala ନାମକ ଏକ ଆକାଉଣ୍ଟରୁ ଶେୟାର କରାଯାଇଛି। ଖବର ଲେଖାହେବା ବେଳକୁ ୨ ଲକ୍ଷ ୩୫ ହଜାରରୁ ଅଧିକ ଲୋକ ଏହି ଭିଡିଓଟିକୁ ଦେଖିସାରିଲେଣି। ସେହିପରି ୨ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ଲାଇକ୍ କରିଛନ୍ତି। ଏହି ଭିଡିଓ ଉପରେ ୟୁଜର୍ସମାନେ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)