Advertisment

ଲୁଚିଛପି ତୃତୀୟ ବିବାହ କରୁଥିଲେ ସ୍ୱାମୀ, ପହଞ୍ଚିଗଲେ ସ୍ତ୍ରୀ...ଦେଖନ୍ତୁ ହାଇ ଭୋଲଟେଜ୍‌ ଡ୍ରାମା

ଲୁଚିଛପି ତୃତୀୟ ବିବାହ କରୁଥିଲେ ସ୍ୱାମୀ, ହଠାତ୍‌ ଯାଇ ୱେଡିଂ ଭେନ୍ୟୁରେ ପହଞ୍ଚିଗଲେ ପ୍ରଥମ ସ୍ତ୍ରୀ। ଆଉ ତା’ପରେ ଆରମ୍ଭ ହୋଇଯାଇଥିଲା ହାଇଭୋଲ୍‌ଟେଜ୍‌ ଡ୍ରାମା।

ଅଦ୍ୟତନ ହୋଇଛି
Social Media Viral News

Woman catches husband marrying for 3rd time

Advertisment

ଲୁଚିଛପି ତୃତୀୟ ବିବାହ କରୁଥିଲେ ସ୍ୱାମୀ, ହଠାତ୍‌ ଯାଇ ୱେଡିଂ ଭେନ୍ୟୁରେ ପହଞ୍ଚିଗଲେ ପ୍ରଥମ ସ୍ତ୍ରୀ। ଆଉ ତା’ପରେ ଆରମ୍ଭ ହୋଇଯାଇଥିଲା ହାଇଭୋଲ୍‌ଟେଜ୍‌ ଡ୍ରାମା। ଯାହାର ଭିଡିଓ ସୋସିଆଲ୍‌ ମିଡିଆ ରେ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓ ରେ ଦେଖିବାକୁ ମିଳିଛି, ମହିଳା ଜଣକ ନିଜ ଛୋଟ ପୁଅକୁ ଧରି ୱେଡିଂ ଭେନ୍ୟୁରେ ପହଞ୍ଚିଥିଲେ। ଏହାପରେ ବିବାହ କରୁଥିବା ବ୍ୟକ୍ତି ଜଣକ ତାଙ୍କ ସ୍ୱାମୀ ବୋଲି ଦାବି କରିବା ସହ ହଙ୍ଗାମା କରିଥିଲେ।

Advertisment

‘ସେ ମୋ ସ୍ୱାମୀ ଓ ମୋ ପିଲାର ବାପା। ୩ ଦିନ ପାଇଁ ସେ(ସ୍ୱାମୀ) ହାଇଦ୍ରାବାଦ ଯିବି କହି ଘରୁ ବାହାରିଥିଲେ। ହେଲେ ଏବେ ସେ ପୁଣି ବାହା ହେଉଛନ୍ତି’ ଭିଡିଓରେ ସମ୍ପୃକ୍ତ ମହିଳା ଏହା କହୁଥିବା ଶୁଣିବାକୁ ମିଳିଛି। ହଙ୍ଗାମା ପରେ ଉକ୍ତ ବ୍ୟକ୍ତିଙ୍କୁ କିଛି ଲୋକ ଅନ୍ୟ ଏକ ରୁମ୍‌କୁ ନେଇ ଯାଇଥିବା ବେଳେ ତାଙ୍କ ପଛେ ପଛେ ମହିଳା ଜଣକ ମଧ୍ୟ ଯାଉଥିବା ଦେଖିବାକୁ ମିଳିଛି। ସବୁଠାରୁ ଆଶ୍ଚର୍ଯ୍ୟକର କଥା, ଏତେସବୁ ହଙ୍ଗାମା ପରେ ମଧ୍ୟ କିଛି ଅତିଥି ଖାଇବା ଖାଉଥିବା ନଜର ଆସିଛି। ସତେ ଯେମିତି ଏହି ଘଟଣାରେ ସେମାନଙ୍କର କିଛିବି ଫରକ୍‌ ପଡ଼ୁନାହିଁ।

ଅଧିକ ପଢ଼ନ୍ତୁ: ଲୁଚିଛପି ପ୍ରେମ କରୁଥିଲା ସ୍ୱାମୀ, ବିଚ୍‌ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ପିଟିଲା ସ୍ତ୍ରୀ...ଭିଡିଓ ଭାଇରାଲ୍‌

Advertisment

ମହିଳା ଜଣକ ଦାବି କରିଛନ୍ତି, ‘୨୦୧୪ ମସିହା ଅକ୍ଟୋବର ୧୦ରେ ସେ ମୋତେ ବିବାହ କରିଥିଲେ। ଏହାପରେ ସେ ଦ୍ୱିତୀୟ ବିବାହ ମଧ୍ୟ କରିଥିଲେ। ଆଉ ଏବେ ତୃତୀୟ ବିବାହ କରୁଛନ୍ତି। ତୃତୀୟ ବିବାହ ନେଇ ତାଙ୍କ ଦ୍ୱିତୀୟ ପତ୍ନୀଙ୍କୁ ମଧ୍ୟ ସୂଚନା ଦେଇଛି। ତେବେ ସେ ଅସୁସ୍ଥ ଥିବାରୁ ଆସି ପାରିବେ ନାହିଁ।’ ଏପରିକି ମହିଳା ଜଣକ ଏସବୁ ପାଇଁ ସ୍ୱାମୀଙ୍କ ପରିବାର ଲୋକଙ୍କୁ ଦାୟୀ କରିଛନ୍ତି। ଯେଉଁମାନେ ୱେଡିଂ ଭେନ୍ୟୁରେ ଉପସ୍ଥିତ ଥିଲେ। 

Advertisment

କିଛି ସମୟ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଖୋଲା ଶାର୍ଟ ଓ ହଳଦିଆ ରଙ୍ଗର ଲୁଙ୍ଗି ପିନ୍ଧିଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଏଥିରୁ ଜଣାପଡ଼ୁଛି, ସେ ନିଧୂର୍ମ ମାଡ଼ ଖାଇଛନ୍ତି। ଭିଡିଓଟିକୁ ‘Ghar Ke Kalesh’ ପକ୍ଷରୁ ଟ୍ୱିଟର ରେ ଶେୟାର କରାଯାଇଛି।

Social Media Viral Video Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ