• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଲୋକପ୍ରିୟ ମେସେଜିଂ ଆପ୍, ହ୍ୱାଟ୍ସଆପ୍‌ ପୁଣି ଆଣୁଛି ନୂଆ ଫିଚର । ୟୁଜର ଫ୍ରେଣ୍ଡଲି ଫିଚର ଉପଲବ୍ଧ କରାଇବାରେ ହ୍ୱାଟ୍ସଆପ୍‌ ସବୁଠୁ ଆଗରେ । ଅନେକ ସମୟରେ ଏହି ମେସେଜିଂ ଆପ୍‌, ୟୁଜରଙ୍କ ପାଇଁ ନୂଆ, ସହଜ ଏବଂ ସରଳ ଫିଚର ଆଣିବା ଲାଗି କାମ କରିଥାଏ । ତେଣୁ ବାରମ୍ବାର ହ୍ୱାଟ୍ସଆପ୍ ଟେକ୍ନୋଲୋଜିକୁ ନେଇ ଖବର ପ୍ରସାରିତ ହୋଇଥାଏ । ନିୟମିତ ବ୍ୟବଧାନରେ ଏହି ମଲ୍ଟି ମିଡିଆ ମେସେଜିଂ ଆପ୍‌କୁ ନେଇ ଚର୍ଚ୍ଚା ଲାଗି ରହିଥାଏ ।

ତେବେ ଏଥର ଏହି ଆପ୍‌ ଯେଉଁ ନୂଆ ଫିଚର ଲଞ୍ଚ କରିବାକୁ ଯାଉଛି, ତାହା ୟୁଜରଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । କାରଣ ପୂର୍ବରୁ କୌଣସି ଘଟଣା କିମ୍ବା କୌଣସି ମେସେଜ୍‌କୁ ଯଦି ଆମେ ଦେଖିବାକୁ ଚାହୁଁଥିଲେ ତେବେ ତାକୁ ସ୍କ୍ରଲ କରି ଗୋଟି ଗୋଟି କରି ଖୋଜିବାକୁ ପଡ଼ୁଥିଲା । ହେଲେ ଏବେ ହ୍ୱାଟ୍‌ସଆପ୍‌ ଆଣିଛି ନୂଆ ଫିଚର । ଆଉ ଏହି ଫିଚର ଆପଣଙ୍କୁ ଚୁଟ୍‌କିରେ ଖୋଜିଦେବ ପୁରୁଣା ମେସେଜ୍ ।

ଏହି ନୂଆ ଫିଚର ସାହାଯ୍ୟରେ ଆପଣ ସିଧାସଳଖ କେଉଁ ତାରିଖରେ କ’ଣ କାହା ସହ କଥା ହୋଇଥିଲେ ତାହା ଦେଖାଇଦେବ । ଆପଣଙ୍କୁ କେବଳ ତାରିଖ ଏଣ୍ଟର କରିବାକୁ ହେବ । ଏହି ତାରିଖ ଲେଖିବା ପାଇଁ ‘କି ବୋର୍ଡ’ରେ ରହିବ କ୍ୟାଲେଣ୍ଡର ଅପ୍‌ସନ୍‌ । ଏହି କ୍ୟାଲେଣ୍ଡରରେ ଆପଣ ତାରିଖ ଲେଖିବା ମାତ୍ରେ ଚୁଟ୍‌କିରେ ପାଇଯିବେ ସେହିଦିନ ପଠାଇଥିବା ମେସେଜ୍ ।

WhatsappWhatsapp

WaBetaInfoର ରିପୋର୍ଟ ଅନୁଯାୟୀ, ଏହି କ୍ୟାଲେଣ୍ଡର ଫିଚର ଦୁଇ ବର୍ଷ ପୂର୍ବେ ହ୍ୱାଟ୍‌ସଆପ୍‌ ପକ୍ଷରୁ ଅପ୍‌ଗ୍ରେଡ୍‌ କରାଯାଇଥିଲା । କିନ୍ତୁ ପର ମୂହୁର୍ତ୍ତରେ ଏହି ଫିଚରକୁ ହଟାଯାଇଥିଲା । କିନ୍ତୁ ଏବେ ପୁଣି ସେହି ଫିଚର ଉପରେ ସଂସ୍ଥା କାମ କରୁଛି । ଆଉ ଖୁବ୍‌ଶୀଘ୍ର ଏହା ଲଞ୍ଚ ହେବ । କୁହାଯାଉଛି ଦୁଇ ବର୍ଷ ପୂର୍ବେ ଏହା ଟେଷ୍ଟିଂ ପାଇଁ ଦିଆଯାଇଥିଲା । ଏହି ନୂଆ ଫିଚର ଳଞ୍ଚ ହେଲେ ୟୁଜର ମାନେ ଏକ ଚାଟ୍‌ ସ୍କ୍ରିନ୍‌ ଉପରେ କ୍ୟାଲେଣ୍ଡର ଅପ୍‌ସନ୍‌ ପାଇବେ । ସେଥିରେ ତାରିଖ ଅନୁଯାୟୀ ମେସେଜ୍‌ ସର୍ଚ୍ଚ କରିପାରିବେ ।

ଖାଲି ସେତିକି ନୁହେଁ ଏହା ବ୍ୟତୀତ ଅନେକ ଫିଚର ଉପରେ ମଧ୍ୟ ହ୍ୱାଟ୍‌ସଆପ୍ କାମ କରୁଛି । ଯେମିତିକି ମେସେଜର ନୂଆ ନୂଆ ଇମୋଜି ରିଆକ୍ସନ ଦେଇହେବ, ଭଏସ୍‌ କଲ୍‌ ପାଇଁ ମ୍ୟୁଟ୍‌ ଅପ୍‌ସନ୍‌ ଇତ୍ୟାଦି ଫିଚର ଉପରେ କାମ କରୁଛି ସଂସ୍ଥା । ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, ସଂସ୍ଥା ଆଉ ଏକ ଫିଚର ଉପରେ କାମ କରୁଛି, ଯାହାକୁ ହ୍ୱାଟ୍‌ସଆପ୍‌ ସର୍ଭେ ବୋଲି କୁହାଯାଉଛି । ଏଥିରେ ୟୁଜରମାନେ ନିଜର ମତାମତ ଦେଇପାରିବେ । ସଂସ୍ଥା ପକ୍ଷରୁ ଲଞ୍ଚ କରାଯାଉଥିବା ନୂଆ ନୂଆ ଫିଚର ଉପରେ ୟୁଜରମାନେ ଏହି ସର୍ଭେ ଦ୍ୱାରା ନିଜର ମତାମତ ଦେଇପାରିବେ । ଯାହାଫଳରେ ସଂସ୍ଥା ଆହୁରି ଅଧିକ ୟୁଜର ଫ୍ରେଣ୍ଡଲି ହୋଇପାରିବ । ତେବେ ମତାମତ ଦେବା ୟୁଜରର ବ୍ୟକ୍ତିଗତ ନିଷ୍ପତ୍ତି । ସେମାନେ ଚାହିଁଲେ ମତାମତ ଦେଇପାରିବେ ନଚେତ୍‌ ଏହି ଅପ୍‌ସନ୍‌କୁ ଇଗ୍ନୋର କରିପାରିବେ ।