/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680773241.jpg)
Delhi Police
ଦେହରେ ଖାକି ବର୍ଦି, କଣ୍ଠରେ ବସିଛନ୍ତି ସରସ୍ୱତୀ । ପେସାରେ ପୋଲିସ ହେଲେ ନିଶା ଗୀତ ଗାଇବା । ଥରେ ତାଙ୍କ ଗୀତ ଶୁଣିଲେ ଆପଣ ବି କହିବେ, ତାଙ୍କ ସ୍ୱର ଅରିଜିତ୍ ସିଂଙ୍କଠୁ ବି କମ୍ ନୁହେଁ । ନିଜର ସୁମଧୁର ସ୍ୱର ପାଇଁ ସୋସିଆଲ୍ ମିଡିଆ ରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଜଣେ ପୋଲିସ ଅଧିକାରୀ । ସେ ବର୍ତ୍ତମାନ ଦିଲ୍ଲୀ ପୋଲିସ୍ରେ କାର୍ଯ୍ୟରତ । ତାଙ୍କର ଭିଡିଓ ଏବେ ସୋସିଆଲ୍ ମିଡିଆରେ ସେନ୍ସେସନ୍ ପାଲଟିଛି ।
ଅଧିକ ପଢ଼ନ୍ତୁ: ଏଇ ବୟସରେ ବି ଏମିତି ସୁମଧୁର କଣ୍ଠ, ଶୁଣିଲେ ଆଶ୍ଚର୍ଯ୍ୟ ହେବେ
ରଜତ ରାଥୋର୍ ନାମକ ଜଣେ ପୋଲିସ ଅଧିକାରୀ ସୁନ୍ଦର ଗୀତ ଗାଇ ଏବେ ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛନ୍ତି । ପ୍ରଫେସ୍ନାଲ ଗାୟକ ନ ହେଲେ ବି ତାଙ୍କ ଗୀତ ଶୁଣିଲେ ବାରି ହେବ ନାହିଁ ଯେ, ସେ ଗୀତ ଗାଇବା ପାଇଁ ତାଲିମ ନେଇ ନାହାନ୍ତି । ସେ ନିଜ ଇନ୍ଷ୍ଟାଗ୍ରାମ ପେଜ୍ରେ ଅନେକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଉଭୟ ହିନ୍ଦୀ ଓ ଇଂରାଜୀରେ ଗୀତ ଗାଉଥିବାର ନଜର ଆସିଛନ୍ତି ।
ଏମିତି ତ ଅନେକ ଲୋକ ଗୀତ ଗାଇ ଭିଡିଓ ସୋୟାର କରିଥାନ୍ତି, କିନ୍ତୁ ରଜତଙ୍କ ଗୀତ ଥରେ ଶୁଣିଲେ ଆପଣ କହିବେ କି ସେ ଜଣେ ପ୍ଲେ ବ୍ୟାକ୍ ସିଙ୍ଗର୍ ବୋଲି । ସେ ସଙ୍ଗୀତ ନିର୍ଦ୍ଦେଶକ ପ୍ରିତମଙ୍କ ‘ଆବାଦ୍ ବରବାଦ୍’ ଗୀତ ହେଉ କି ‘ତୁ ମେରା କୋଇ ନା’ ଗୀତ, ସବୁଠି ନିଜର ଏକ ନିଆରା ଛାପ ଛାଡ଼ିଛନ୍ତି ଏହି ପୋଲିସ ବାବୁ ।
ରଜତଙ୍କ ପ୍ରତିଭାକୁ ଲକ୍ଷାଧିକ ଲୋକ ପସନ୍ଦ କରିବା ସହ ତାଙ୍କୁ ଭୁରି ଭୁରି ପ୍ରଶଂସା ମଧ୍ୟ କରିଛନ୍ତି । ଡ୍ୟୁଟି କରିବା ସହ ତାଙ୍କର ଏହି ନିଆରା ପ୍ରତିଭାକୁ ଲୋକେ ବେଶ୍ ପସନ୍ଦ କରିଛନ୍ତି । ସେ ସେୟାର କରିଥିବା ଭିଡିଓରେ ଲୋକେ କମେଣ୍ଟ କରିଛନ୍ତି ଯେ, "ଏହା ହେଉଛି ପ୍ରକୃତ ପ୍ରତିଭା । ସାଲ୍ୟୁଟ୍ ସାର୍ ... ଦେଶ ପାଇଁ ନିଷ୍ଠାପର ଭାବେ କାମ କରିବା ସମୟରେ ଆପଣଙ୍କର ଏହି ପ୍ରତିଭା ସମସ୍ତଙ୍କୁ ପ୍ରେରଣା ଯୋଗାଇବ...ଭଗବାନ ଆପଣଙ୍କ ସ୍ୱରରେ ବସିଛନ୍ତି’ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)