Advertisment

ରାସ୍ତାରେ ପତିଆରା ଜମେଇଛି କୁମ୍ଭୀର, ବେଧଡକ ବୁଲୁଛି; ଦେଖନ୍ତୁ ଭିଡିଓ...

ନଦୀରୁ ଏକ କୁମ୍ଭୀର ଆସି ରାସ୍ତାରେ ବୁଲୁଥିବାର ସ୍ଥାନୀୟ ଲୋକ ଦେଖିବା ସହ ଏହାର ଭିଡିଓ କରିଥିଲେ। ଯାହାକି ଏବେ ଭାଇରାଲ୍ ହେବାରେ ଲାଗିଛି ।

author-image
Sonali Ojha
ଅଦ୍ୟତନ ହୋଇଛି
Crocodile Seen Strolling On Maharashtra Road After Heavy Rain

Crocodile

ଅନେକ ସମୟରେ ସହରକୁ ଜୀବଜନ୍ତୁ ପଶି ଆସିବା ଖବର ଦେଖିବାକୁ ମିଳେ। କେତେବେଳେ ବାଘ ତ ଆଉ କେତେବେଳେ ଭାଲୁ। ହେଲେ ଏବେ ବାଘ କି ଭାଲୁ ନୁହେଁ ରାସ୍ତାରେ ପତିଆରା ଜମେଇଛି କୁମ୍ଭୀର।ସହର ଭିତରେ ବେଧଡକ ବୁଲୁଛି କୁମ୍ଭୀର। ସାଧାରଣ ଲୋକ ପରି ରାଜରାସ୍ତାରେ କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

Advertisment

ମହାରାଷ୍ଟ୍ରରେ ପ୍ରବଳ ବର୍ଷା ପରେ କୁମ୍ଭୀର ରାସ୍ତାରେ ବୁଲୁଥିବା ଭିଡିଓ ଭାଇରାଲ୍ ହୋଇଛି। ଗତକାଲି ମହାରାଷ୍ଟ୍ରର ରତ୍ନଗିରିର ଏହି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି। ନଦୀରୁ ଏକ କୁମ୍ଭୀର ଆସି ରାସ୍ତାରେ ବୁଲୁଥିବାର ସ୍ଥାନୀୟ ଲୋକ ଦେଖିବା ସହ ଏହାର ଭିଡିଓ କରିଥିଲେ। ଯାହାକି ଏବେ ଭାଇରାଲ୍ ହେବାରେ ଲାଗିଛି । ଭାଇରାଲ୍ ଭିଡିଓରେ ୮ଫୁଟ୍ ଲମ୍ୱର ଏକ ବିଶାଳ କୁମ୍ଭୀର ଚିପ୍ଲୁନ୍ ଅଞ୍ଚଳର ରାସ୍ତାରେ ବୁଲୁଛି। ସାଧାରଣ ଲୋକଙ୍କ ଭିତରେ କୁମ୍ଭୀରଟି ଆଗେଇ ଚାଲିଛି।

ଅଧିକ ପଢ଼ନ୍ତୁ: ବାରିପଦା ସହରରେ ବୁଲୁଛି ବାଘ, ଲୋକେ ଭୟଭୀତ

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ସହର ଦେଇ ପ୍ରବାହିତ ଶିବ ନଦୀରେ ଅନେକ କୁମ୍ଭୀର ଅଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଗୋଟିଏ କୁମ୍ଭୀର ନଦୀରୁ ବାହାରି ଆସିଥିବା ସନ୍ଦେହ କରାଯାଉଛି । ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ଚିପ୍ଲୁନ୍‌ର ଚିଞ୍ଚନାକା ଅଞ୍ଚଳରେ ଜଣେ ଅଟୋରିକ୍ସା ଚାଳକ ଏହି ଭିଡିଓକୁ ସୁଟିଂ କରିଥିଲେ। ଏହି ଭିଡିଓରେ ଅନ୍ୟ କେତେକ ଗାଡି ଥିବା ମଧ୍ୟ ଦେଖିବାକୁ ମିଳିଛି। ଅଟୋରିକ୍ସା ଚାଳକ ଗାଡିର ହେଡଲାଇଟ୍ ଜଳାଇ କୁମ୍ଭୀରକୁ ପିଛା କରିବାକୁ ଚେଷ୍ଟା କରୁଥିବା ଦେଖାଯାଇଛି । ତେବେ କୁମ୍ଭୀରଟି କାହାର କ୍ଷତି କରିନଥିବା ଜଣାପଡିଛି।

Advertisment

ଏହାପୂର୍ବରୁ ଭଦୋଦରା ସହରର ଲୋକମାନେ ବିଶ୍ୱମିତ୍ରୀ ନଦୀ କୂଳରେ ଥିବା ରାସ୍ତା ନିକଟରେ ଏକ କୁମ୍ଭୀର ଦେଖିଥିଲେ। ଯାହାର ଲମ୍ୱ ପ୍ରାୟ ୧୨ଫୁଟ ରହିଥିଲା। ମୌସୁମୀ ସମୟରେ ଏହି ଅଞ୍ଚଳରେ କୁମ୍ଭୀର ଦେଖାଦେବା ଏକ ସାଧାରଣ । ପରେ ବନବିଭାଗ ଅଧିକାରୀମାନେ କୁମ୍ଭୀରଟିକୁ କାବୁ କରି ନଦୀରେ ଛାଡି ଦେଇଥିଲେ।

ଅଧିକ ପଢ଼ନ୍ତୁ: ବାଘ ବୁଲୁଛି ଶୁଣି ପଡିଲା ତାଟି କବାଟ.. ସିସିଟିଭିରେ ଦେଖିଲା ବେଳକୁ ବାଘ ବେଶରେ..

Crocodile Viral Video
Advertisment
Advertisment