• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଶ୍ଚର୍ଯ୍ୟ ! ଏଠି ଭଡ଼ାରେ ମିଳେ ସମ୍ପର୍କ । ଆପଣ ଚାହିଁଲେ ଗର୍ଲଫ୍ରେଣ୍ଡ ବି ଭଡ଼ାରେ ନେଇପାରିବେ । ଖାଲି ଗର୍ଲଫ୍ରେଣ୍ଡ ନୁହେଁ ଆପଣଙ୍କ ଚାହିଦା ମୁତାବକ ସବୁ ପ୍ରକାର ସମ୍ପର୍କ ଏଠି ଭଡ଼ାରେ ମିଳିଥାଏ । ଟଙ୍କା ଡିପୋଜିଟ୍ କଲେ ଆପଣଙ୍କୁ ଯେଉଁ ସମ୍ପର୍କ ଆବଶ୍ୟକ ତାହା ଆପଣଙ୍କ ପାଖରେ ପହଞ୍ଚିବ । ଏଭଳି ସୁବିଧା ଜାପାନରେ ଉପଲବ୍ଧ ।

ଏନେଇ ସୂଚନା ଦେଇଛନ୍ତି ଜଣେ ୟୁଟ୍ୟୁବର ବିଷ୍ଣୁ ଶାହ । ସେ ଏକ ୱେବ୍‌ସାଇଟ୍‌ ମାଧ୍ୟରେ ଗର୍ଲଫ୍ରେଣ୍ଡ ଭଡ଼ାରେ ଆଣିଥିଲେ । ଆଉ ଦିନ ସାରା ତାଙ୍କୁ ଡେଟ୍‌ ପାଇଁ ନେଇଥିଲେ । ବିଷ୍ଣୁ ଏନେଇ ଏକ ଭିଡିଓ ମଧ୍ୟ ୟୁଟ୍ୟୁବ୍‌ରେ ପୋଷ୍ଟ କରିଛନ୍ତି । ଯେଉଁଥରେ ସେ ଦେଖାଇଛନ୍ତି କେମିତି ଭଡ଼ାରେ ମିଳେ ଗର୍ଲଫ୍ରେଣ୍ଡ । ଏହି ଭିଡିଓରେ ହିଁ ସେ କହିଛନ୍ତି, ଜାପାନ୍‌ର ଏକ ୱେବ୍‌ସାଇଟ୍‌ ରହିଛି ଏବଂ ସେହି ୱେବ୍‌ସାଇଟ୍‌, ବାପା-ମାଆ-ଭାଇ-ଭଉଣୀ-ଗର୍ଲଫ୍ରେଣ୍ଡ ଭଳି ସମ୍ପର୍କ ଆଦି ଭଡ଼ାରେ ଦେଇଥାଏ । ଏହି ୱେବ୍‌ସାଇଟ୍‌କୁ ଜାପାନ ସରକାର ମଧ୍ୟ ସ୍ୱୀକୃତି ପ୍ରଦାନ କରିଛନ୍ତି । ବିଷ୍ଣୁଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ ହେଉଛି ୱାଣ୍ଡରିଂ ମାନିଆକ୍ ବା Wandering Maniac ।

ଭିଡିଓରେ ସେ ଦେଖାଇଛନ୍ତି ଯେ, ଭଡ଼ାରେ ଗର୍ଲଫ୍ରେଣ୍ଡ ଆଣିବା ପରେ ଏକ ଟୋକିଓ ସହରର ଏକ ରେଷ୍ଟୁରେଣ୍ଟ ଭିତରକୁ ଯାଇଛନ୍ତି । ଗର୍ଲଫ୍ରେଣ୍ଡଙ୍କ ନାଁ ୟୁମି । ୟୁମିଙ୍କୁ ଭେଟିବା ପୂର୍ବରୁ ବିଷ୍ଣୁ ଖୁବ୍‌ ଉତ୍ସୁକତାର ସହ ତାଙ୍କୁ ଅପେକ୍ଷା କରିଥିଲେ । ତାକାସି ନାମକ ଆଉ ଜଣେ ୟୁଟ୍ୟୁବର ବିଷ୍ଣୁଙ୍କ ଟ୍ରାନ୍ସଲେଟର ଭାବେ ଏହି ପ୍ରୋଜେକ୍ଟରେ ସାମିଲ ହୋଇଥିଲେ । ସେ ୟୁମିଙ୍କ ସହ ସହଜ କଥାବାର୍ତ୍ତ କରିବା ପାଇଁ ସହଯୋଗ କରିଥିଲେ ।

ବିଷ୍ଣୁ କହିଛନ୍ତି ଯେ, ୨୦ ରୁ ୩୦ ବର୍ଷ ବୟସର ଯୁବକ ଯୁବତୀ ଏଠାରେ ଏକାକୀ ଜୀବନ ବିତାଇଥାନ୍ତି । ତେଣୁ ଏହି ୱେବ୍‌ସାଇଟ୍‌ ଦ୍ୱାରା ସେମାନେ ଅନେକ ଉପକୃତ ହୁଅନ୍ତି । ଏହି ଭିଡିଓରେ ୟୁମି ବେଳେ ବେଳେ ହିନ୍ଦି କହୁଥିବା ମଧ୍ୟ ନଜର ଆସିଛି । ଭିଡିଓରେ ସେ କହିଛନ୍ତି, ମୋ ନାଁ ୟୁମି, ଆଉ ମୋ ବୟଫ୍ରେଣ୍ଡ ବିଷ୍ଣୁ ।

ଅଧିକ ପଢ଼ନ୍ତୁ: ଫରାରୀ-ପୋର୍ଚେ ଆଉ ପ୍ରଚୁର ଟଙ୍କା ଅଛି, ଖାଲି ଖର୍ଚ୍ଚ କରିବାକୁ ଗର୍ଲଫ୍ରେଣ୍ଡ ଲୋଡ଼ା