• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅଚାନକ ବଦଳିଗଲା ଭାଗ୍ୟ । ଆସିଲା ପୁଳା ପୁଳା ଟଙ୍କା । ଏତେ ଟଙ୍କା ଯେ ଏକା ଖର୍ଚ୍ଚ କରିବା ଅସମ୍ଭବ । ଥଥାପି ଏକେଲା । ଏତେ ଟଙ୍କା-ଧନ-ସମ୍ପତ୍ତି ପାଇ ଖୁବ୍‌ ଖୁସି । ତଥାପି ମନରେ ରହିଯାଇଛି ଦୁଃଖ । ଏମିତି କିଛି କାହାଣୀ ଆଜି ଆମେ ଆପଣଙ୍କୁ କହିବୁ । ଯାହା ଶୁଣିଲେ ଆପଣ ବି ଭାବିବେ ଆଉ କହିବେ । ଜୀବନରେ ଟଙ୍କା ସବୁ କିଛି ନୁହେଁ ।

କୁହାଯାଏ ‘ଉପରବାଲା ଜବ ଭି ଦେତା ହେ ଛପର ଫାଡ଼ କେ ଦେତା ହେ’ । ନିଜ ଚାରି ପାଖରେ ଏମିତି ଅନେକ ଉଦାହରଣ ଆପଣ ଦେଖିଥିବେ । ଆଜି ଯିଏ ଗରିବ ଅଛି କାଲି ସିଏ ଧନୀ ହୋଇଯିବ । ଆଜି ଜଣେ ଦୁଆର ଦୁଆର ବୁଲି ଚାକିରି ଖୋଜୁଛି କିନ୍ତୁ ତାକୁ ମିଳୁନି । ହଠାତ୍ ଏମିତି ବି ସମୟ ଆସିପାରେ ସେହି ଲୋକ ଅନ୍ୟମାନଙ୍କୁ ଚାକିରି ଦେଇପାରେ । ତେଣୁ କାହା ଭାଗ୍ୟରେ କ’ଣ ଅଛି ତାହା ଆକଳନ କରିବା ଅସମ୍ଭବ । ଆଉ ସବୁଠାରୁ ବଡ଼ କଥା ହେଲା କାହାକୁ କେବେ ବି ଆମେ ହୀନ ଚକ୍ଷୁରେ ଦେଖିବା ନାହିଁ, କିମ୍ବା କାହାର ପରିସ୍ଥିତିକୁ ତାତ୍ସଲ୍ୟ କରିବା ନାହିଁ ।

ସେମିତି ଜଣେ ବ୍ୟକ୍ତିଙ୍କ ଭାଗ୍ୟ ଏବେ ବଦଳିଯାଇଛି । ଏକାଥରକେ ୮୧ କୋଟି ଟଙ୍କାର ଲଟେରୀ ଲାଗିଛି । ଜର୍ମାନୀ ଡୋର୍ଟମୁଣ୍ଡର ମୂଳ ବାସିନ୍ଦା  କୁସରତ୍‌ ଇଲ୍‌ଦ୍ରିମ୍‌ ପାଇଛନ୍ତି ଏହି ଲଟେରୀ । ଏତେ ଟଙ୍କାର ଲଟେରୀ ଉଠିବା ପରେ ସେ ନିଜେ ମଧ୍ୟ ନିଜକୁ ବିଶ୍ୱାସ କରିପାରିଲେ ନାହିଁ ।

ହେଲେ ଟଙ୍କା ମିଳିବା ପରେ ସେ ଅନେକ କିଛି ଯୋଜନା କଲେ । ଯାହା ଯାହା ଅଭାବ ରହିଥିଲା ସବୁ ପୁରଣ କଲେ । ଟଙ୍କା ପାଇବା ପରେ ସେ ତୁରନ୍ତ ଚାକିରି ଛାଡ଼ିଲେ । ଆଉ ସାଙ୍ଗେ ସାଙ୍ଗେ ଯାଇ ଏକ ଫରାରୀ ୪୪୮ ପିସ୍ତା କିଣିଲେ । ଯାହାର ଦାମ୍ ଥିଲା ୩.୬ କୋଟି ଟଙ୍କା । ଖାଲି ସେତିକି ନୁହେଁ ଦୁଇ କୋଟି ଟଙ୍କା ଖର୍ଚ୍ଚ କରି ପୋର୍ଚେ ଟର୍ବୋ ଏସ୍ କାବ୍ରିଓଲେଟ୍ କାର ମଧ୍ୟ କିଣିଲେ । ଏହାସହ କୁସ୍‌ରତ ନିଜ ପାଇଁ ଦାମୀ ଦାମୀ ଫେଭରାଇଟ୍‌ ମଦ ଓ ଘଣ୍ଟା ମଧ୍ୟ କିଣିଲେ ।

ଏତେ ସବୁ ବିଳାଶ ବ୍ୟସନର ଜିନିଷ କିଣିବା ପରେ ବି ତାଙ୍କ ମନରେ ରହିଯାଇଛି ଦୁଃଖ । କାରଣ ସେ ଏବେ ବି ଏକା ଅଛନ୍ତି । ଟଙ୍କା ଅଛି ହେଲେ ଖର୍ଚ୍ଚ କରିବାକୁ ସାଙ୍ଗରେ କେହି ସଙ୍ଗିନୀ ନାହାନ୍ତି । ତେଣୁ ୪୧ ବର୍ଷିୟ କୁସ୍‌ରତ୍‌ ଏବେ ନିଜ ଟଙ୍କା ଖର୍ଚ୍ଚ ପାଇଁ ଖୋଜୁଛନ୍ତି ଗର୍ଲଫ୍ରେଣ୍ଡ ।

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ‘ସେ ପ୍ରେମରେ ପଡ଼ିବାକୁ ଚାହୁଁଛନ୍ତି । ତାଙ୍କୁ ଜଣେ ଗର୍ଲଫ୍ରେଣ୍ଡ ଦରକାର । ସେ ଗୋରା ହେଉ କିମ୍ବା ଶ୍ୟାମଳ । କିନ୍ତୁ ସେ ବିଶ୍ୱାସ ଯୋଗ୍ୟ ହୋଇଥିବା ଦରକାର । ଆଉ ସେହି ଗର୍ଲଫ୍ରେଣ୍ଡକୁ ସେ ବିବାହ କରିବେ । ତାଙ୍କ ସହ ଘର ସଂସାର କରିବେ ।’