• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମଦ ନିଶା ମଣିଷକୁ ପଶୁ କରିଦିଏ । ଖାଲି ମଦ ନିଶା ନୁହେଁ, ଯେକୌଣସି ମାଦକ ଦ୍ରବ୍ୟ ବା ନିଶା ଦ୍ରବ୍ୟ, ମଣିଷକୁ ରାକ୍ଷସରେ ପରିଣତ କରିଥାଏ । ନିଶା ସେବନ ପରେ ମଣିଷ ନିଜେ ନିଜକୁ ବି ଚିହ୍ନି ପାରେ ନାହିଁ । ଠିକ୍‌ ଏମିତି କିଛି କାହାଣୀ ଆମେ ଆଜି ଆପଣଙ୍କୁ କହିବୁ । ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । 

ତେବେ ଘଟଣାଟି ହେଲା ଜଣେ ମଦ୍ୟପ ମଦ ପିଇବା ପରେ ସହରର ଛକ ବଜାର ଉପରେ ଲାଗିଥିବା ବିଲ୍‌ ବୋର୍ଡ ବା ହୋର୍ଡିଂ ଉପରେ ଯାଇ ବସିଲେ । ଆମେ ପୂର୍ବରୁ କହିଛୁ, ମଦ ପିଇବା ପରେ ମଣିଷ ନିଜେ ନିଜକୁ ବି ଚିହ୍ନି ପାରେ ନାହିଁ । ଠିକ୍‌ ଏହି ବ୍ୟକ୍ତି ଜଣକ ବି ସେୟା କଲେ । ମଦ ପିଇବା ପରେ ସେ ନିଜେ କଣ କରୁଛନ୍ତି ଜାଣିପାରିଲେ ନାହିଁ । ନିଶାଗ୍ରସ୍ତ ଅବସ୍ଥାରେ ବିଲ୍‌ ବୋର୍ଡ ଉପରେ ଯାଇ ବସିଲେ । ଆଉ ତଳକୁ ଆସିବା ବେଳେ ଝୁଲି ପଡ଼ିଲେ । ସେତେବେଳେ ତଳେ ରାସ୍ତାରେ ଅନେକ ଗାଡ଼ି ମଟର ଚାଲୁଥିଲା । ସ୍ଥିତି ଏମିତି ହେଲା ଯେ, ଯଦି ବିଲ୍‌ ବୋର୍ଡରୁ ତାଙ୍କ ହାତ ଖସିଯାଏ ତେବେ ସିଧା ଗାଡ଼ି ଚକା ତଳେ ପଡ଼ିବେ । ଆଉ ପ୍ରାଣବାୟୁ ଉଡ଼ିଯିବାର ସମ୍ଭାବନା ବେଶି ।

ତେବେ ସୌଭାଗ୍ୟ ବଶତଃ ଲୋକମାନେ ଏହା ଦେଖି ପୂର୍ବରୁ ସତର୍କ ହେଲେ ଏବଂ ଉକ୍ତ ନିଶାଗ୍ରସ୍ତ ବ୍ୟକ୍ତିଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଚିନ୍ତା କଲେ । ତେଣୁ ଗୋଟିଏ ସ୍କୁଲ ବସ୍‌କୁ ଡାକି ବ୍ୟକ୍ତି ଜଣକ ଝୁଲିଥିବା ସ୍ଥାନରେ ରଖିଲେ । ଯଦି ବ୍ୟକ୍ତିଙ୍କର ହାତ ଖସେ ତେବେ ରାସ୍ତାରେ ନପଡ଼ି ବସ୍‌ ଉପରେ ପଡ଼ିବେ । ଆଉ କିଛିକାଂଶରେ ସୁରକ୍ଷିତ ରହିବେ । ଜୀବନ ହାନି ହେବାର ସମ୍ଭାବନା କମ୍‌ ରହିବ ।

ଅଧିକ ପଢ଼ନ୍ତୁ: ଏହି ରେଷ୍ଟୁରାଣ୍ଟରେ ଗ୍ରାହକଙ୍କୁ କରାଯାଉଛି ଅଶ୍ଲିଳ ଇଙ୍ଗିତ, ତଥାପି ଲାଗୁଛି ଭିଡ଼...

ଏହି ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ସ୍କୁଲ ବସ୍‌ ରାସ୍ତା ମଝିରେ ରହିବାରୁ ଯାତାୟତ ଠପ୍‌ ହୋଇଗଲା । ଟ୍ରାଫିକ୍‌ ଜାମ୍ ହେଲା । ହେଲେ ଶେଷରେ ସୁରକ୍ଷିତ ଉଦ୍ଧାର ହେଲେ ବ୍ୟକ୍ତି ଜଣକ । ଏଠି ଛୋଟିଆ ଟ୍ୱିଷ୍ଟ ରହିଛି । ଏହାରି ଭିତରେ ବି ଉକ୍ତ ବ୍ୟକ୍ତିଙ୍କ ଜୀବନ ଚାଲିଯିବାର ସମ୍ଭାବନା ରହିଥିଲା । ଏମିତିକି ତାଙ୍କ ଜୀବନ ଯାଉ ଯାଉ ରହିଗଲା । ବ୍ୟକ୍ତି ଜଣକ ଯେତେବେଳେ ବିଲ୍‌ବୋର୍ଡରୁ ଖସି ବସ୍‌ ଉପରେ ପଡ଼ିଲେ ସେତେବେଳେ ତାଙ୍କ ବେକରେ ତାର ଗୁଡ଼ାଇ ହୋଇଗଲା । ଆଉ ତାଙ୍କୁ ଉଦ୍ଧାର ପାଇଁ ତୁରନ୍ତ ଦୁଇ ତିନି ଜଣ ଯୁବକ ବସ୍‌ ଉପରେ ଚଢ଼ିଗଲେ । ଆଉ ବ୍ୟକ୍ତିଙ୍କୁ ଉଦ୍ଧାର କରି ତାଙ୍କ ପରିବାର ଜିମା ଦେଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ତେଲେଙ୍ଗାନାର ସିଡ଼ିପେଟ ଅଞ୍ଚଳରେ।

ତେବେ ଏତେ ସବୁ ଘଟଣା ଭିତରେ ପୋଲିସ ଉକ୍ତ ମଦ୍ୟପଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଛି । ଅନ୍ୟପଟେ ଭିଡିଓଟି ଅତି ସମ୍ବେଦନଶୀଳ ହୋଇଥିବାରୁ ଏହାକୁ ଆମେ ଆପଣଙ୍କୁ ଦେଖାଇ ପାରିବୁ ନାହିଁ ।