Advertisment

ଯାତ୍ରୀଙ୍କୁ ଘୋଷାଡ଼ି ପିଟିଲେ ରେଳ ଟିକେଟ୍‌ ଚେକିଂ କର୍ମଚାରୀ, ଦେଖନ୍ତୁ ଭିଡିଓ...

ଯିଏ ବି ଭିଡିଓ ଦେଖୁଛି, ରେଳ ଟିକେଟ୍ ଚେକିଂ କର୍ମଚାରୀଙ୍କୁ ନିନ୍ଦା କରୁଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Train Ticket Checkers Viciously Assault Passenger

Train Ticket Checkers Viciously Assault Passenger

ଏବେ କିଛି ଦିନ ହେବ ଟ୍ରେନ୍‌ ଭିତରୁ ହେଉ କିମ୍ବା ପ୍ଲେନ୍‌ ଭିତରୁ, କିଛି ଭିଡିଓ ଭାଇରାଲ ହେଉଛି । ଯାହା କି ସାଧାରଣ ଲୋକଙ୍କ ମନକୁ ଆନ୍ଦୋଳିତ କରୁଛି । ଭିଡିଓ ଦେଖିବା ପରେ ଲୋକେ ଚିନ୍ତାରେ ପଡ଼ୁଛନ୍ତି । ଟ୍ରେନ୍‌ ଯାତ୍ରା କରିବା ପୂର୍ବରୁ ପ୍ରଥମେ ନିଜକୁ ସତର୍କ କରୁଛନ୍ତି । ଆଉ ଘରୁ ପାଦ କାଢ଼ିବା ପୂର୍ବରୁ ଟିକେ ଚିନ୍ତା କରିବାକୁ ବାଧ୍ୟ ହେଉଛନ୍ତି । କାରଣ ତାଙ୍କ ସହ ବି ସେମିତି କିଛି ଘଟିଯିବନି ତ !

Advertisment

ଏବେ ଟ୍ରେନ୍‌ର ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ରେଳ ବିଭାଗର ଦୁଇ ଜଣ ଟିକେଟ ଚେକିଂ କର୍ମଚାରୀ ଜଣେ ଯାତ୍ରୀଙ୍କୁ ନିସ୍ତୁକ ପିଟୁଛନ୍ତି । ଯାତ୍ରୀ ଜଣକ ଉପର ବର୍ଥରେ ବସିଥିବା ବେଳେ ଜଣେ କର୍ମଚାରୀ ତାଙ୍କୁ ଦୁର୍ବ୍ୟବହାର କରିବା ସହ ତଳକୁ ଟାଣିବାକୁ ଚେଷ୍ଟା କରିଥିଲେ । ସେ ନଆସିବାରୁ ତାଙ୍କ ଗୋଡ଼ ଧରି ତଳକୁ ଝିଙ୍କି ଥିଲେ କର୍ମଚାରୀ । ଆଉ ଏଥିରେ ତାଙ୍କର ସାଥ୍‌ ଦେଇଥିଲେ ଆଉ ଜଣେ କର୍ମଚାରୀ । ତେବେ ଏହି ଘଟଣାର ପୁରା ଭିଡିଓ ଭାଇରାଲ ହେଉଛି । ଯିଏ ବି ଭିଡିଓ ଦେଖୁଛି, ରେଳ ଟିକେକ ଚେକିଂ କର୍ମଚାରୀଙ୍କୁ ନିନ୍ଦା କରୁଛି । ତେବେ ଯାତ୍ରୀଙ୍କର ଭୁଲ୍ ହେଉଛିଯେ, ସେ ବିନା ଟିକେଟରେ ଟ୍ରେନ୍‌ରେ ଚଢ଼ି ଯାଇଥିଲେ। ଏଇ ଭୁଲ୍ ପାଇଁ ଟିକେଟ୍ ଚେକିଂ କର୍ମଚାରୀମାନେ ତାଙ୍କୁ ଏଭଳି ଟଣା ଘୋଷରା କରିଛନ୍ତି। ଏହି ଅଭାବନୀୟ ଘଟଣା ବିହାରର ମୁଜାଫରପୁର ନିକଟରେ ଘଟିଛି।

ଅଧିକ ପଢ଼ନ୍ତୁ: ବାଇକ୍‌ରେ ଯିବା ପାଇଁ ମନା କଲେ ଯୁବତୀ, ରାସ୍ତା ଉପରେ ହେଲ୍‌ମେଟ୍‌ରେ ପିଟିଲେ ଯୁବକ...

Advertisment

ତେବେ ଭିଡିଓ ଦେଖିଲେ ଯାହା ଜଣାପଡ଼ୁଛି, ପ୍ରଥମେ କର୍ମଚାରୀ ଓ ଯାତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହା ହାତାହାତି ପର୍ଯ୍ୟନ୍ତ ଯାଇଥିଲା । ଯାତ୍ରୀଙ୍କ ଗୋଡ଼ ଧରି କର୍ମଚାରୀ ଟାଣିଲା ବେଳେ ଯାତ୍ରୀ ଜଣକ ତାଙ୍କ ମୁହଁକୁ ଗୋଟିଏ ଗୋଇଠା ମାରିଥିବା ମଧ୍ୟ ସ୍ପଷ୍ଟ ଜଣାପଡ଼ୁଛି । ଏଥିରେ ଉତ୍‌କ୍ଷିପ୍ତ ହୋଇ ଯାତ୍ରୀଙ୍କୁ ଜୋରଜବରଦସ୍ତ ତଳକୁ ଟାଣି, ତଳେ ପକାଇ ଉଭୟ କର୍ମଚାରୀ ନିସ୍ତୁକ ପିଟିଲେ । ଏମିତିକି ତଳେ ପକାଇ ମୁହଁକୁ ଗୋଇଠା ମଧ୍ୟ ମାରିଛନ୍ତି କର୍ମଚାରୀ ।

ତେବେ କେମିତି ଥିଲା ପୁରା ଘଟଣା, ଦେଖନ୍ତୁ ଭାଇରାଲ ଭିଡିଓ...

Viral Video Social Media
Advertisment
Advertisment