Advertisment

Viral Video: ନିଆରା ବ୍ୟାଡ୍‌ମିଣ୍ଟନ୍‌ ଖେଳ; ଗୋଟିଏ ରାକେଟ୍‌ରେ ଖେଳୁଛନ୍ତି ଦୁଇ ଝିଅ

କେବେବି ଦେଖି ନଥିବେ ଏମିତି ବ୍ୟାଡ୍‌ମିଣ୍ଟନ୍‌ ଖେଳ। ଦୁଇ ଜଣ ଝିଅ ସିନା ଖେଳୁଛନ୍ତି ହେଲେ ସେମାନଙ୍କ ପାଖରେ ଅଛି ଗୋଟିଏ ରାକେଟ୍। ଆପଣ ଭାବୁଥିବେ ଏହା କିପରି ସମ୍ଭବ। ଦେଖନ୍ତୁ ଏହି ଭିଡିଓ।

author-image
Pramod Behera
ଅଦ୍ୟତନ ହୋଇଛି
Viral Video: Two Girls Playing Badminton Using One Racket

two girls playing badminton using one racket

ଆଜିକାଲି ମନୋରଂଜନର ମୁଖ୍ୟ ଭୂମିକା ନେଇଥିବା ସୋସିଆଲ ମିଡିଆରେ ଆଶ୍ଚର୍ଯ୍ୟଜନକ, ମଜ୍ଜାଳିଆ ଏବଂ ବିଭିନ୍ନ ପ୍ରକାରର ଷ୍ଟଣ୍ଟ୍‌ର ଭିଡିଓ ଦେଖିବାକୁ ମିଳେ। ଏହା ବ୍ୟତୀତ, ଅନେକ କୁଶଳୀ ବ୍ୟକ୍ତିଙ୍କ ପ୍ରତିଭାର ଦୃଶ୍ୟ ମଧ୍ୟ ଦେଖାଯାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ବର୍ତ୍ତମାନ ଏହିଭଳି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

Advertisment

ସମସ୍ତେ ଜାଣନ୍ତି ଯେ ବ୍ୟାଡ୍‌ମିଣ୍ଟନ ଖେଳିବାକୁ ହେଲେ ଅତି କମରେ ଦୁଇ ଜଣ ଲୋକ ଦରକାର ଆଉ ଏହି ଦୁଇ ଜଣଙ୍କ ହାତରେ ଗୋଟିଏ ଗୋଟିଏ ରାକେଟ୍ ମଧ୍ୟ। କିନ୍ତୁ ଏହି ଭାଇରାଲ୍ ଭିଡିଓରେ କିଛି ଅଜବ ଦେଖିବାକୁ ମିଳେ। ଦୁଇ ଜଣ ଝିଅ ବ୍ୟାଡ୍‌ମିଣ୍ଟନ୍ ଖେଳୁଛନ୍ତି ସତ ହେଲେ ସେମାନଙ୍କ ପାଖରେ ଗୋଟିଏ ହିଁ ରାକେଟ୍ ଅଛି। ଉଭୟ ଏକାଠି ଗୋଟିଏ ରାକେଟ୍ ସହିତ ବ୍ୟାଡମିଣ୍ଟନ୍ ଖେଳୁଥିବା ଦେଖାଯାଏ।

ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ nobrainmemeରେ ଶେୟାର ହୋଇଥିବା ଏକ ଭିଡିଓରେ ଦୁଇ ଝିଅଙ୍କୁ ଏକ ନୂଆ ଷ୍ଟାଇଲ୍‌ରେ ଏକାଠି ବ୍ୟାଡ୍‌ମିଣ୍ଟନ୍‌ ଖେଳୁଥିବା ଦେଖିବାକୁ ମିଳିଛି। ଦୁଇ ଝିଅଙ୍କ ଏଭଳି ନିଆରା ଷ୍ଟାଇଲ୍‌ର ବ୍ୟାଡମିଣ୍ଟନ ଖେଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ଖବର ଲେଖା ହେବା ବେଳକି ଏହି ଭିଡିଓକୁ ୫ଲକ୍ଷ ୬୧ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି ଆଉ ୫ ହଜାରରୁ ଅଧିକ ଲୋକ ନିଜ ନିଜ ମତ ଦେଇଛନ୍ତି।

Advertisment

ଏହି ଭାଇରାଲ୍ ଭିଡିଓରେ ଏହା ସ୍ପଷ୍ଟ ଦେଖାଯାଉଛି ଯେ ଯେତେବେଳେ ଜଣେ ସଟଲ୍‌କୁ ଉପରକୁ ମାରୁଛନ୍ତି ତାହା ତଳକୁ ଆସିବା ପୂର୍ବରୁ ନିଜ ସାଥୀ ଆଡକୁ ରାକେଟ୍‌ଟିକୁ ଫିଙ୍ଗୁଛନ୍ତି। ଏହା ପରେ ଦ୍ୱିତୀୟ ଝିଅଟି ରାକେଟ୍‌କୁ ଧରି ସଟଲ୍‌କୁ ମାରିବା ଦେଖାଯାଏ। ଏମିତି ପରସ୍ପର ଖେଳୁଥିବା ଦେଖିବାକୁ ମିଳେ।

ଉଭୟ ବ୍ୟାଡ୍‌ମିଣ୍ଟନ୍‌ରୁ ଏକ ନୂଆ ଏବଂ ଅନନ୍ୟ ଖେଳ ଆବିଷ୍କାର କରିଛନ୍ତି। ଏହାକୁ ଆପଣ ହୁଏତ ରାକେଟ୍‌ର ଅଭାବ ବୋଲି କହିପାରନ୍ତି କିନ୍ତୁ ଭିଡିଓଟି ସୋସିଆଲ ମିଡିଆରେ ଜବରଦସ୍ତ ଭାଇରାଲ୍‌ ହେବାରେ ଲାଗିଛି।

Badminton Social Media Viral Video
Advertisment
Advertisment