• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦୁନିଆରେ ଏମିତି ଅନେକ ପୁଅ-ଝିଅ ଅଛନ୍ତି ଯେଉଁମାନେ ଖୁବ୍‌ କମ୍ ବୟସରେ ଆକାଶକୁ ସ୍ପର୍ଶ କରନ୍ତି । ଅର୍ଥାତ୍‌ ଖୁବ୍‌ ରୋଜଗାର କରନ୍ତି ବା ଜୀବନରେ ବଡ଼ ସଫଳତା ପାଇଥାନ୍ତି । ଠିକ୍‌ ଏମିତି ଜଣେ ଝିଅ, ଯିଏ କି ୧୬ ବର୍ଷ ବୟସରେ ନିର୍ମାଣ ଶ୍ରମିକ ଭାବେ କାମ କରୁଥିବା ବେଳେ ଏବେ ୨୬ ବର୍ଷ ବୟସରେ ବିରାଟ ସଫଳତା ପାଇଛନ୍ତି । ଯାହାକି ଜଣେ ସାଧାରଣ ଲୋକ ପାଇଁ ଏହା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟର ବିଷୟ । ସମସ୍ତେ ଏଭଳି ସଫଳତା ପାଇପାରନ୍ତି ନାହିଁ ।

ନିର୍ମାଣ ଶ୍ରମିକ ଭାବେ କାମ କରୁଥିବାରୁ ଯୁବତୀଙ୍କୁ ଅନେକ ଟ୍ରୋଲ ମଧ୍ୟ କରାଯାଇଛି । କିନ୍ତୁ ସେ ହାର ନ ମାନି ନିଜ କର୍ତ୍ତବ୍ୟ ପଥରେ ଆଗେଇ ଚାଲିଥିଲେ । ଆଉ ଏବେ ସେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

ଅଧିକ ପଢ଼ନ୍ତୁ: ମାତ୍ର ୧୩ ବର୍ଷ ବୟସରେ ଅଛନ୍ତି ୫୬ଟି କମ୍ପାନୀର ସିଇଓ

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୬ ବର୍ଷିୟ ଏହି ଯୁବତୀଙ୍କର ନାଁ ଇମୋଜେନ୍‌ ଜୋନ୍‌ସ । ସେ ଲଣ୍ଡନ୍‌ର ସମରସେଟ୍‌ରେ ବାସ କରନ୍ତି । ଜୋନ୍ସ ୧୬ ବର୍ଷ ବୟସରେ ପାଠପଢ଼ା ଛାଡି ଦେଇଥିଲେ । ଏହାର କିଛି ଦିନ ପରେ ସେ ନିର୍ମାଣ ଶ୍ରମିକ ଭାବେ କାମ କରିବା ଆରମ୍ଭ କଲେ । ବର୍ତ୍ତମାନ ସେ ନିର୍ମାଣ କାର୍ଯ୍ୟ କରି ବାର୍ଷିକ ୮୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଏବେ ସେ ନିଜ ଟଙ୍କାରେ ଘର କିଣିବାକୁ ଯୋଜନା କରୁଛନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ, ସେ କହିଛନ୍ତି, ତାଙ୍କୁ ଲୋକମାନେ ଅନେକ ଟ୍ରୋଲ କରିଛନ୍ତି ଆଉ କହିଛନ୍ତି ‘ନିର୍ମାଣ କାମ ମହିଳାଙ୍କ ଦ୍ୱାରା ହୋଇପାରିବ ନାହିଁ । ଏହି କାମ ପାଇଁ ସେମାନେ ଖୁବ୍ ଦୁର୍ବଳ । ନିର୍ମାଣ କାମ ସାଧାରଣତଃ ପୁରୁଷମାନେ କରିଥାନ୍ତି ।’ କିନ୍ତୁ ଜୋନ୍‌ସ ଏହି କ୍ଷେତ୍ରରେ ପାଦ ରଖିବାକୁ ସ୍ଥିର କରିସାରିଥିଲେ । ଏବେ ଜୋନ୍‌ସ ନିର୍ମାଣ କ୍ଷେତ୍ରରେ ୱେଲ୍‌ଡିଂ ମିସ୍ତ୍ରୀ ଭାବେ କାମ କରୁଛନ୍ତି ।

ଜୋନ୍‌ସ କହିଛନ୍ତି ଯେ, ଯେକୌଣସି କାର୍ଯ୍ୟ କରିବା ଆରମ୍ଭରୁ କଷ୍ଟ ହେବ । କିନ୍ତୁ ଧିରେ ଧିରେ ସେହି କଷ୍ଟ ସହିବା ଶିଖିଗଲେ, ଆଗକୁ ବଢ଼ିବାର ବାଟ ଫିଟିଯାଏ । ପ୍ରଥମେ ପ୍ରଥମେ କନ୍‌ଷ୍ଟ୍ରକ୍‌ସନ୍‌ ସାଇଟ୍‌ରେ ୱେଲ୍ଡିଂ କାମ କରିବା ତାଙ୍କ ପାଇଁ ଖୁବ୍‌ କାଠିକର ପାଠ ଥିଲା । କିନ୍ତୁ ଧିରେ ଧିରେ ସେ କାମ ଶିଖିବା ସହ ଜଣେ ଅନୁଭବୀ ନିର୍ମାଣ ଶ୍ରମିକ ପାଲଟିସାରିଲେଣି ।

ସେ ଆହୁରି କହିଛନ୍ତି, ଏବେ ବି ଏହି କାମ ତାଙ୍କ ପାଇଁ କୌଣସି ବଡ଼ ଚ୍ୟାଲେଞ୍ଜଠାରୁ କମ୍‌ ନୁହେଁ । କାରଣ ଏବେ ବି ଲୋକେ କନ୍‌ଷ୍ଟ୍ରକ୍‌ସନ୍‌ ସାଇଟ୍‌ରେ ମହିଳାଙ୍କୁ କାମ ଦେବା ପାଇଁ ପଛଘୁଞ୍ଚା ଦେଇଥାନ୍ତି । ସବୁଠାରୁ ବଡ଼ କଥା ହେଲା କାମ ମିଳିଲେ ମଧ୍ୟ ପାରିଶ୍ରମିକ ପାଇବାରେ ଅସମାନତା ଦେଖା ଦେଇଥାଏ ।

ଜୋନ୍‌ସଙ୍କ କହିବାନୁଯାୟୀ, ସକାଳ ସାଢ଼େ ୪ଟାରୁ ତାଙ୍କର ଦିନ ଆରମ୍ଭ ହୋଇଥାଏ । ସେ ପ୍ରଥମେ ନିଜ ଘର କାମ କରନ୍ତି । ଏହା ପରେ ସେ ନିଜ ପାଇଁ ଜଳଖିଆ ରାନ୍ଧନ୍ତି । ତା’ପରେ କାମ ପାଇଁ ପ୍ରସ୍ତୁତ ହୋଇ ଘରୁ ବାହାରି ଯାଆନ୍ତି । ସେ କୁହନ୍ତି ତାଙ୍କ କାମ ଅତ୍ୟନ୍ତ ବିପଜ୍ଜନକ ।

OTV is now on Whatsapp

Join and get latest news update delivered to you via whatsapp

Join Now