/odishatv-khabar/media/post_attachments/uploadimage/library/16_9/16_9_0/IMAGE_1672679865.jpg)
Suryansh is ceo of 56 companies at the age of 13
ଆପଣ ହୁଏତ ନାନା ପାଟେକରଙ୍କ ଅଭିନୀତ ଫିଲ୍ମ 'ଅବ୍ ତକ୍ ଛପନ'ର ନା’ ଶୁଣିଥିବେ। ସୂର୍ଯ୍ୟାଂଶଙ୍କ କାହାଣୀ ଜାଣିବା ପରେ ଏହି ଫିଲ୍ମର ନା’ ଆପେ ଆପେ ଚାଲିଆସିବ। ଏହି ଚଳଚ୍ଚିତ୍ର ଏବଂ ସୂର୍ଯ୍ୟାଂଶଙ୍କ କାହାଣୀରେ କିଛି ସମାନତା ଦେଖାଯାଏ। ଏହି ସମାନତା ‘୫୬’ ଅଙ୍କ ସହିତ। ସୂର୍ଯ୍ୟାଂଶଙ୍କ ବୟସ ମାତ୍ର ୧୩ ହୋଇଥିବାବେଳେ ଏହି ବୟସରେ ସେ ୫୬ଟି କମ୍ପାନୀର ସିଇଓ ଅଛନ୍ତି।
ଏହି ବୟସରେ ପିଲାମାନେ ଯେତେବେଳେ ବିଦ୍ୟାଳୟ ଶିକ୍ଷା କରୁଥିବା ବେଳେ ଖେଳକୁଦରେ ମାତୁଥିବେ ସେହି ସମୟରେ ମୁଜାଫରପୁରର ଖାବ୍ରା ଅଞ୍ଚଳରେ ରହୁଥିବା ସୂର୍ଯ୍ୟାଂଶ ତାଙ୍କ ଲକ୍ଷ୍ୟ ସ୍ଥିର କରିନେଇଛନ୍ତି। ଏହି ବୟସରେ ୫୬ ଟି କମ୍ପାନୀର ସିଇଓ ଅଛନ୍ତି ସେ। ଏହି ସବୁ କମ୍ପାନୀ ଫାଇନାନ୍ସ ଏବଂ ଅନଲାଇନ୍ ଶିକ୍ଷା ପରି କଠିନ କ୍ଷେତ୍ର ସହିତ ଜଡିତ।
'ShaadiKiye.com'ର ସିଇଓ ହେବା ସହିତ ସେ BYJU ର ଦିବ୍ୟା ଗୋଲୁଳନାଥ ଓ ଅନକଦେମୀ ଭଳି ବଡ ବଡ କମ୍ପାନୀ ମଧ୍ୟ ସେ ଖୋଲିଛନ୍ତି। ତେବେ ଆସନ୍ତୁ ଜାଣିବା ମାତ୍ର ୧୩ ବର୍ଷ ବୟସରେ ସେ ଏତେ ପରିଶ୍ରମ କରିବାକୁ ସକ୍ଷମ କିପରି ହେଲେ। ୫୬ ଟି କମ୍ପାନୀର ସିଇଓ ହେବା ସହିତ, ସେ କିପରି ପାଠ ପଢିବା ପାଇଁ ସମୟ ବାହାର୍ କରନ୍ତି।
ଅଧିକ ପଢ଼ନ୍ତୁ: କୁନି ବୟସରେ ବଡ଼ କାମ, ସାରା ଦେଶ କରୁଛି ବାହା ବାହା !
କମ୍ ବୟସରୁ ମେଧାବୀ:
ସୂର୍ଯ୍ୟାଂଶ କହିଛନ୍ତି ଯେ ଲକ୍ଡାଉନ୍ ସମୟରେ ସେ ଏକ ଫାଇନାନ୍ସିଆଲ୍ ପୁସ୍ତକ ଲେଖୁଥିବାବେଳେ ଅନ୍ଲାଇନ୍ ଗେମିଙ୍ଗ୍ ତାଙ୍କର ଏକ ହବି ଥିଲା। ଗେମିଙ୍ଗ୍ ପ୍ରତି ତାଙ୍କର ବହୁତ ଆଗ୍ରହ ଥିଲା। ସେହି ସମୟରେ ଅଚାନକ ସେ କିଛି ଆର୍ଥିକ ପତ୍ରିକା ଏବଂ ପୁସ୍ତକ ଇତ୍ୟାଦି ପଢିଥିଲେ ଏବଂ ତା’ପରେ ତାଙ୍କ ଜୀବନ ବଦଳିବାକୁ ଲାଗିଲା। ସେ ଗୋଟିଏ ପରେ ଗୋଟିଏ କମ୍ପାନୀ ଖୋଲିବାକୁ ଲାଗିଲେ। ବର୍ତ୍ତମାନ ସେ ୫୬ଟି କମ୍ପାନୀ ଚଳାଉଛନ୍ତି। ତାଙ୍କ କମ୍ପାନୀର କାର୍ଯ୍ୟାଳୟ ମୁଜାଫରପୁରରେ ଥିବା ତାଙ୍କ ଘରେ ହିଁ ଚାଲିଛି। ସେ ଘରେ ଏକ ଅଫିସ୍ ଖୋଲିଛନ୍ତି ଏବଂ ସେଠାରୁ ସେ ସମସ୍ତ କମ୍ପାନୀକୁ ଏକାଥରେ ଅନଲାଇନ୍ରେ ଚଳାନ୍ତି।
କମ୍ପାନୀ ଛୋଟ, କରେ ବଡ଼ କାମ:
ଅନ୍ୟ ଜଣେ ବ୍ୟବସାୟୀଙ୍କୁ ଦେଖି ସେ ବହୁତ ଉତ୍ସାହିତ ହୋଇଥିଲେ ବୋଲି କହିଛନ୍ତି। ସର୍ବପ୍ରଥମେ ବିଟ୍ କଏନ୍ର ବିନିମୟ କରିବାକୁ ଚିନ୍ତା କଲେ। ସେ ବିଟ୍କଏନ୍ ବିଷୟରେ ସୂଚନା ସଂଗ୍ରହ କରି ନିବେଶ ଆରମ୍ଭ କଲେ। ଆରମ୍ଭରୁ ସଫଳତା ମିଳିଗଲା। ଏହା ପରେ ସେ ShaadiKiye.com ନାମକ ଏକ ୱେବସାଇଟ୍ ଖୋଲିଲେ ଏବଂ ଏତେ କମ ବୟସରେ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବା ଆରମ୍ଭ କରିଦେଲେ।
ଆଜି ପ୍ରତ୍ୟେକ ଛୋଟ-ବଡ କାମ ପାଇଁ ତାଙ୍କ ପାଖରେ ନିଜସ୍ୱ ୱେବ୍ସାଇଟ୍ ଅଛି। ଏହିସବୁ କାମ ପାଇଁ ସେ ୫୬ଟି କମ୍ପାନୀର ସିଇଓ ଅଛନ୍ତି। ଭବିଷ୍ୟତରେ ଦେଶକୁ ଗର୍ବିତ କରିବାକୁ ଚାହୁଁଛନ୍ତି ଏବଂ ନିଜକୁ ଜଣେ ବଡ ବ୍ୟବସାୟୀ ଭାବରେ ଦେଖିବାକୁ ଚାହୁଁଛନ୍ତି।
ସୂର୍ଯ୍ୟାଂଶଙ୍କ ବାପା ସନ୍ତୋଷ କୁମାର କହିଛନ୍ତି ଯେ “ପିଲାଦିନରୁ କମ୍ପାନୀ ତିଆରି ଏବଂ ବ୍ୟବସାୟରେ ତାଙ୍କର ଇଛା ଅଛି। ଏହା ସହିତ ସେ ମଧ୍ୟ ବାଙ୍ଗାଲୋରରେ ଏକ ବଡ଼ ବ୍ୟବସାୟ ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି। ତାଙ୍କ କମ୍ପାନୀ ଭଲ ପ୍ରଦର୍ଶନ କରୁଛି, ଆଗକୁ ବଢିବାର ଅଧିକ ସମ୍ଭାବନା ମଧ୍ୟ ଅଛି।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)