/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749376361.jpg)
Pinaki-Mahua dance
ଭାଇରାଲ ହେଉଛି ଟିଏମସି ସାଂସଦ ମହୁଆ ମୋଇତ୍ରା ଏବଂ ବିଜେଡି ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କ ଡ୍ୟାନ୍ସ ଭିଡିଓ । ଯେଉଁଥିରେ ଉଭୟ ନାଚଗୀତରେ ମସଗୁଲ ଥିବା ଦେଖିବାକୁ ମିଳିଛି । ବଲିଉଡ୍ର ପୁରୁଣା ଗୀତ 'ରାତ୍ କେ ହମସଫର'ରେ ଉଭୟେ ନାଚୁଥିବାର ଦେଖିବାକୁ ମିଳିଛି । ଦୁହେଁ ଖୁବ ଉତ୍ସାହର ସହିତ ତାଳରେ ତାଳ ମିଶାଇ ନାଚିବା ସହ ଉପଭୋଗ କରୁଥିବା ନଜର ଆସିଛନ୍ତି । ଏହି ଭିଡିଓଟି ସେମାନଙ୍କ ବିବାହ କାର୍ଯ୍ୟକ୍ରମ ସମୟର ବୋଲି କୁହାଯାଉଛି । ପିନାକୀ ଓ ମହୁଆଙ୍କ ଏହି ରୋମାଣ୍ଟିକ ଡ୍ୟାନ୍ସ ଭିଡିଓକୁ ନେଇ ଏବେ ବେଶ ଚର୍ଚ୍ଚା । ଉଭୟଙ୍କ କେମେଷ୍ଟ୍ରିକୁ ସମସ୍ତେ ପସନ୍ଦ କରିବା ସହ ନବଦମ୍ପତିଙ୍କୁ ଶୁଭକାମନା ଜଣାଇଛନ୍ତି ।
ଗତ ମେ ମାସ ୩ ତାରିଖରେ ପୂର୍ବତନ ସାଂସଦ ପିନାକୀ ମିଶ୍ର ଓ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ବିବାହ ବନ୍ଧନରେ ବାନ୍ଧି ହୋଇଥିବା କୁହାଯାଉଛି । ଜୁନ 5 ତାରିଖରେ ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇବା ପରେ ଉଭୟଙ୍କ ବିବାହ କଥା ଲୋକଲୋଚନକୁ ଆସିଥିଲା । ଦୁଇ ଜଣଙ୍କ ମଧ୍ୟରେ ପୂର୍ବରୁ ବନ୍ଧୁତା ଥିଲା । ଏହି ବନ୍ଧୁତା ଏବେ ବିବାହରେ ପରିଣତ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)