Advertisment

Viral Video: ବାହାରୁ ସିନା ଝୁମ୍ପୁଡି ଘର; ଭିତରେ ପୂରା ପଞ୍ଚତାରକା ହୋଟେଲ୍

ଭିଡିଓର ଆରମ୍ଭରୁ ଏକ ଛୋଟ କଚ୍ଚା ଘର ଦେଖିବାକୁ ମିଳେ, ଯାହାର ଛାତ ଏବଂ କାନ୍ଥ ଗାଁର ପାରମ୍ପରିକ ଘର ପରି, କିନ୍ତୁ ଯେତେବେଳେ କ୍ୟାମେରା ଘର ଭିତରକୁ ଯାଏ, ଦୃଶ୍ୟ ସଂପୂର୍ଣ୍ଣ ବଦଳିଯାଏ। ଏହା ଦେଖି ଆପଣ ମଧ୍ୟ ନିଜ ଆଖିକୁ ବିଶ୍ୱାସ କରିବା କଷ୍ଟକର ହେବ।

ଅଦ୍ୟତନ ହୋଇଛି
Small House With a Hidden Royal Interior

Small House With a Hidden Royal Interior

Advertisment

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ନୂଆ ଜିନିଷ ଭାଇରାଲ୍ ହେବା ଦେଖାଯାଏ। ଅନେକ ଆମକୁ ହସାଉଥିବା ବେଳେ କେତେକ ମଧ୍ୟ ଭାବପ୍ରବଣ କରିଦିଏ। ନିକଟରେ କିନ୍ତୁ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।

Advertisment

ଏହି ଭିଡିଓର ଆରମ୍ଭରୁ ଏକ ଛୋଟ କଚ୍ଚା ଘର ଦେଖିବାକୁ ମିଳେ, ଯାହାର ଛାତ ଏବଂ କାନ୍ଥ ଗାଁର ପାରମ୍ପରିକ ଘର ପରି, କିନ୍ତୁ ଯେତେବେଳେ କ୍ୟାମେରା ଘର ଭିତରକୁ ଯାଏ, ଦୃଶ୍ୟ ସଂପୂର୍ଣ୍ଣ ବଦଳିଯାଏ। ଏହା ଦେଖି ଆପଣ ମଧ୍ୟ ନିଜ ଆଖିକୁ ବିଶ୍ୱାସ କରିବା କଷ୍ଟକର ହେବ।

ଅଧିକ ପଢ଼ନ୍ତୁ: ସୋସିଆଲ୍ ମିଡିଆରେ ମା-ପୁଅଙ୍କ ରୋମାଣ୍ଟିକ୍ ଭିଡିଓ; ଲୋକେ କହିଲେ ଏମିତି

Advertisment

ଭିଡିଓରେ କ’ଣ ସ୍ୱତନ୍ତ୍ର:

ଭାଇରାଲ୍ ଭିଡିଓରେ ଦେଖାଯାଇଛି ଯେ ବାହାରୁ ଅତି ସାଧାରଣ ଦେଖାଯାଉଥିବା ଏହି ଘର ଭିତରରୁ କୌଣସି କେଅ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟଠାରୁ ବି କମ୍ ନୁହେଁ। ଘର ଭିତରର ଫିନିସିଂ ପୂରା ଦମଦାର, ଏଥିରେ ମହଙ୍ଗା ଟାଇଲ୍, ଆଧୁନିକ ଆଲୋକୀକରଣ, ବଡ଼ ଟିଭି, ଆରାମଦାୟକ ସୋଫା ଏବଂ ସୁନ୍ଦର ଇଣ୍ଟେରିୟର୍ କାମ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ବାଥ୍‌ରୁମ୍‌ରେ ଏକ ଏୟାର କଣ୍ଡିସନର (AC) ମଧ୍ୟ ଅଛି।

ସୋସିଆଲ ମିଡିଆରେ କାହିଁକି ଟ୍ରେଣ୍ଡ୍‌:

ଏହି ଅନନ୍ୟ ଘରର ଭିଡିଓ ଇନଷ୍ଟାଗ୍ରାମ, ଫେସ୍‌ବୁକ୍ ଏବଂ ୟୁଟ୍ୟୁବରେ ଅଧିକରୁ ଅଧିକ ଭାଇରାଲ୍‌ ହେବାରେ ଲାଗିଛି। ଲୋକମାନେ ଏହା ଦେଖିବା ପରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି। ଜଣେ ଲୋକ ମତ ଦେଇ ଲେଖିଛନ୍ତି - ଭାଇ, ବାହାରୁ ଏକ ଝୁମ୍ପୁଡି ଏବଂ ଭିତରରୁ ୫ ଷ୍ଟାର୍ ହୋଟେଲ୍‌। ଯଦି ଟଙ୍କା ଅଛି ତେବେ ସବୁ କିଛି ସମ୍ଭବ। ଅନ୍ୟ ଜଣେ ମଜ୍ଜା କରି ଲେଖିଛନ୍ତି - ଏହା ହ୍ୟାରି ପୋଟରଙ୍କ ଯାଦୁକର ଘର ପରି ଦେଖାଯାଉଛି।

Advertisment


ଚର୍ଚ୍ଚାରେ AC ବାଥରୁମ୍‌:

ବାଥରୁମ୍‌ ଦେଖି ଲୋକମାନେ ଅଧିକ ଆଶ୍ଚର୍ଯ୍ୟ ହୋଇଛନ୍ତି। କାରଣ ଏଥିରେ ଏକ ଏୟାର କଣ୍ଡିସନର୍‌ ଲଗାଯାଇଛି। ସାଧାରଣତଃ ବାଥ୍‌ରୁମ୍‌ରେ ପ୍ରାୟ ଏହିପରି କିଛି ଦେଖାଯାଏ ନାହିଁ, କିନ୍ତୁ ଏହି ଘର ଇଣ୍ଟର୍‌ନେଟ୍‌ରେ ଆଲୋଡ଼ନ ସୃଷ୍ଟି କରିଛି।

ଏହି ଘରଟି ପ୍ରକୃତ ନା ଏଡିଟିଂ:

ଏହି ଭିଡିଓ ଦେଖିବା ପରେ ଅନେକ ଲୋକ ପ୍ରଶ୍ନ ଉଠାଉଛନ୍ତି କି ଏହା ବାସ୍ତବ ନା ଏଡିଟିଂର ଚମତ୍କାର। ତଥାପି, ଭିଡିଓରେ ଦେଖାଯାଇଥିବା ଜିନିଷଗୁଡ଼ିକ ବାସ୍ତବ ମନେହୁଏ। ଏଥିରୁ ଏହା ଅନୁମାନ କରାଯାଇପାରେ ଯେ ଏହା ଏକ ପ୍ରକୃତ ଘର ହୋଇପାରେ।

ଅଧିକ ପଢ଼ନ୍ତୁ: ବଡି ବିଲ୍‌ଡର ସାଜିଲେ କନିଆଁ; ବାଇସେପ୍ ଦେଖାଇ ଲୋକଙ୍କୁ କଲେ ତାଜୁବ୍

Viral Video Luxury Hotel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ