ଦିବ୍ୟାଙ୍ଗ ହେଲେ ବି IAS ହେବାକୁ ଦେଖୁଛନ୍ତି ସ୍ୱପ୍ନ; ବୁଲିବୁଲି ବିକୁଛନ୍ତି ସିଙ୍ଗଡ଼ା

ଜଣେ ଭିନ୍ନକ୍ଷମ ହୋଇ IAS ହେବାକୁ ସ୍ୱପ୍ନ ଦେଖୁଛନ୍ତି । ଖାଲି IAS ନୁହଁ ସେଥିପାଇଁ ତାଙ୍କୁ କଠିନ ପରିଶ୍ରମ ମଧ୍ୟ କରିବାକୁ ପଡ଼ୁଛି । ନିଜର ସ୍ୱପ୍ନକୁ ପୂରଣ କରିବା ପାଇଁ ସିଙ୍ଗଡ଼ା ବିକ୍ରିକରି ପାଠ ପଢ଼ୁଛନ୍ତି ।

IAS ହେବାକୁ ବିକୁଛନ୍ତି ସଙ୍ଗଡ଼ା

ନିଜର ସ୍ୱପ୍ନକୁ ସାକାର କରିବାକୁ ଅନେକ ଲୋକ ଅନେକ କିଛି କରିଥା’ନ୍ତି । ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ବହୁ ପରିଶ୍ରମ କରିବାକୁ ପଡ଼ିଥାଏ । ବର୍ତ୍ତମାନ ସମୟରେ ଯଦି ଗରିବ ପିଲାଟିଏ ଉଚ୍ଚ ଶିକ୍ଷିତ ହେବାକୁ ଚାହେଁ, ତେବେ ତାକୁ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥାଏ ।

ଆର୍ଥିକ ସ୍ଥିତି ଦୁର୍ବଳ ଥିଲେ ଅନେକ ପରିଶ୍ରମ କରି ନଜର ଲକ୍ଷ୍ୟସ୍ଥଳରେ ପହଞ୍ଚିଥାଏ । ଅତୀତରେ ଏମିତି ଅନେକ ଖବର ଆପଣଙ୍କ ନଜରକୁ ଆସିଥିବ । ଜିରୋରୁ ସଂଘର୍ଷ ଆରମ୍ଭ କରିଥିବା ପିଲାଟି ଶେଷରେ ହିରୋ ହୋଇ ଛିଡ଼ା ହୋଇଥିବେ ।

ଅଧିକ ପଢ଼ନ୍ତୁ: ଆଖିକୁ ଦିଶୁନି...ସେ ହାର ମାନିନି...ଆଇଏଏସ୍‌ ହେବାର ଦେଖୁଛି ସ୍ୱପ୍ନ

ବର୍ତ୍ତମାନ ସେହିପରି ଏକ ଖବର ସମ୍ନାକୁ ଆସିଛି । ଯାହା ଆପଣ ଜାଣିଲେ, ନିଶ୍ଚୟ ଆପଣଙ୍କୁ ପ୍ରେରଣା ଦେବ । ଜଣେ ଭିନ୍ନକ୍ଷମ ହୋଇ IAS ହେବାକୁ ସ୍ୱପ୍ନ ଦେଖୁଛନ୍ତି । ଖାଲି IAS ନୁହଁ ସେଥିପାଇଁ ତାଙ୍କୁ କଠିନ ପରିଶ୍ରମ ମଧ୍ୟ କରିବାକୁ ପଡ଼ୁଛି । ନିଜର ସ୍ୱପ୍ନକୁ ପୂରଣ କରିବା ପାଇଁ ସିଙ୍ଗଡ଼ା ବିକ୍ରିକରି ପାଠ ପଢ଼ୁଛନ୍ତି ।

ଯୁବକଙ୍କ ସଂଘର୍ଷର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଘଟଣାଟି ନାଗପୁର ଅଞ୍ଚଳର ହୋଇଥିବାବେଳେ ଭିନ୍ନକ୍ଷମ ଯୁବକଙ୍କ ନାଁ ସୁରଜ ବୋଲି ଜଣାପଡ଼ିଛି । IAS ହେବାକୁ ସୁରଜଙ୍କ ସମ୍ପର୍ଣ୍ଣ ସଂଘର୍ଷର କାହାଣୀ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି ।

ଭିଡିଓଟିକୁ ଜଣେ ବ୍ୟକ୍ତି ଇନଷ୍ଟାଗ୍ରାମ ରେ ସେୟାର କରିଛନ୍ତି । ଭିଡିଓରେ ସୁରଜ ତାଙ୍କ ହ୍ୱିଲ ଚେୟାରରେ ବୁଲିବୁଲି ସଙ୍ଗଡ଼ା ବିକ୍ରି କରୁଥିବା ଦେଖିବାକୁ ମିଳୁଛି । ସିଙ୍ଗଡ଼ା ପ୍ଲେଟ୍‌ ପିଛା ୧୫ ଟଙ୍କା ବିକ୍ରି କରାଯାଉଥିବା ସେ ତାଙ୍କ ହ୍ୱିଲ ଚେୟାରରେ ଲେଖିଛନ୍ତି । ଘଟଣାକୁ ଜଣେ ବ୍ୟକ୍ତି କିଛି କହୁଥିବା ସେହି ଭିଡିଓରେ ଦେଖିବାକୁ ମିଳୁଛି ।

ବ୍ୟକ୍ତି ଜଣକ କହିଛନ୍ତି ସୁରଜ ନାଗପୁର ବିଶ୍ୱବିଦ୍ୟାଳୟରୁ ବିଏସସି ଶେଷ କରିଛନ୍ତି । ହେଲେ ତାଙ୍କୁ ଭଲ ଚାକିରି ଖଣ୍ଡିଏ ମିଳିନାହିଁ । ତେଣୁ, ସେ ସିଙ୍ଗଡ଼ା ବିକ୍ରି କରିବା ସହ ତାଙ୍କର IAS ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ପରିଶ୍ରମ ଜାରି ରଖିଛନ୍ତି ।