• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଏକ ଭୟଙ୍କର ଭିଡିଓ ଭାଇରାଲ । ଦେଖିଲେ ସାଧାରଣ ଲାଗୁଛି କିନ୍ତୁ ଟିକେ ନିରିଖେଇ ଦେଖିଲେ ଏହା ଘଟଣା ନୁହେଁ ବରଂ ବିରାଟ ଦୁର୍ଘଟଣା । କାରଣ ଏଭଳି ଦୁର୍ଘଟଣାରେ ଜୀବନ ଚାଲିଯିବାର ଶତପ୍ରତିଶତ ସମ୍ଭାବନା ରହିଛି । ଏହି ଭିଡିଓଟି ଏବେ ଖୁବ୍‌ ଭାଇରାଲ ହେଉଛି । ଭିଡିଓ ଦେଖିବା ପରେ ଅନେକ ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଅନେକ ଏହାର ମଜା ବି ନେଇଛନ୍ତି ।

କେହି କେହି ଏହି ଭିଡିଓ ଦେଖି ଉକ୍ତ ବ୍ୟକ୍ତିଙ୍କୁ ତାତ୍ସଲ୍ୟ କରିଛନ୍ତି । ସେମାନେ କହିଛନ୍ତି ପାଣିରେ ଖେଳିବାର ମଜା ବାହାରିଗଲା । କ’ଣ ଆବଶ୍ୟକ ଥିଲା ପାଣିରେ ଖେଲିବା । ଜଣେ ବ୍ୟକ୍ତି ସେହିଭଳି ସ୍ଥାନକୁ ଯିବା କ’ଣ ଦରକାର, ଯେଉଁଠି ଆମେ ଜାଣୁଛନ୍ତି ଯେ ସେଠାରେ ବିପଦ ନିଶ୍ଚୟ । ଏବେ ଆପଣ ସେହି ଭିଡିଓ ବିଷୟରେ ଭାବୁଥିବେ ? କ’ଣ ରହିଛି ସେହି ଭିଡିଓରେ ?

ଅଧିକ ପଢ଼ନ୍ତୁ: ସାଇକେଲ୍ ଚଢି ଆସିଲା ମାଙ୍କଡ, ପିଲାଟିକୁ ଘୋଷାଡ଼ି ନେଲା...

ତେବେ ଭିଡିଓରେ, କିଛି ବ୍ୟକ୍ତି ମାଛ ଧରୁଛନ୍ତି । ଅର୍ଥାତ୍‌ ଗୋଟିଏ ମଟର ଚାଳିତ ଡଙ୍ଗାରେ କିଛି ମତ୍ସ୍ୟଜୀବୀ ରହିଥିଲେ । ସେମାନେ ସମୁଦ୍ରରୁ ମାଛ ଧରୁଥିଲେ । ଅଚାନକ ଜଣେ ବ୍ୟକ୍ତି ପାଣିକୁ ହାତ ବଢ଼ାଇଥିଲେ । ପ୍ରଥମ ଥର ଯେତେବେଳେ ସେ ପାଣିକୁ ଛୁଇଁଥିଲେ ସେତେବେଳେ କିଛି ଘଟିନଥିଲା । ହେଲେ ଦ୍ୱିତୀୟ ଥର ଯେତେବେଳେ ସେ ପାଣିରେ ହାତ ମାରିଲେ, ସେତେବେଳେ ଗୋଟିଏ ବିରାଟ ସାର୍କ ମାଛ ତାଙ୍କ ହାତକୁ କାମୁଡ଼ି ଦେଇଥିଲା ।

ଖାଲି ସେତିକି ନୁହେଁ, ସାର୍କ ଉକ୍ତ ବ୍ୟକ୍ତିଙ୍କର ହାତ କାମୁଡ଼ିବା ସହ ସମୁଦ୍ର ଭିତରକୁ ଟାଣି ନେଇଥିଲା । ଆଉ ସମୁଦ୍ରରେ ଖସିପଡ଼ିଥିଲେ ଉକ୍ତ ବ୍ୟକ୍ତି । ତେବେ ସେଠାରେ ଉପସ୍ଥିତ ଥିବା ଅନ୍ୟ ମତ୍ସ୍ୟଜୀବୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ପାଣିରେ ପଡ଼ିଥିବା ବ୍ୟକ୍ତିଙ୍କ ଜୀବନ ବଞ୍ଚିଯାଇଥିବା ସୂଚନା ମିଳିଛି । ସାର୍କ କବଳରୁ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି । ହେଲେ ବାସ୍ତବରେ ଦେଖିବାକୁ ଗଲେ, ଏହି ଛୋଟ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଥାନ୍ତା । 

ଏହି ଦୁର୍ଘଟଣା ଗତ ଶୁକ୍ରବାର ଫ୍ଲୋରିଡାର ଏଭର ଗ୍ଲେଡ୍‌ସ ନାସନାଲ ପାର୍କରେ ଘଟିଛି । ପୁରା ଘଟଣା କ୍ୟାମେରାରେ କଏଦ ହୋଇଛି ।