Advertisment

Viral Video: ସାଇକେଲ୍ ଚଢି ଆସିଲା ମାଙ୍କଡ, ପିଲାଟିକୁ ଘୋଷାଡ଼ି ନେଲା...

ଆଜିକାଲି ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି, ଯେଉଁଥିରେ ଏକ ମାଙ୍କଡ଼ ଏକ ସାଇକେଲ୍ ଚଢି ଆସୁଛି ଆଉ ଏକ ମଣିଷ ଛୁଆକୁ ଅପହରଣ କରିବାକୁ ଚେଷ୍ଟା କରୁଛି। ଭାଗ୍ୟ ଭଲ ପିଲାଟି ରକ୍ଷା ପାଇଯାଇଛି।

author-image
Pramod Behera
ଅଦ୍ୟତନ ହୋଇଛି
Monkey cycling try to kidnap baby viral video

Monkey cycling try to kidnap baby viral video

ଆପଣ ନିଶ୍ଚୟ ଏପରି ଅନେକ ଫିଲ୍ମ ଦେଖିଥିବେ ଯେଉଁଥିରେ ଜଣେ ଚୋର ନିଜ ଗୃହପାଳିତ ପଶୁକୁ ନିଜ ଭଳି ଚୋରି କରିବାକୁ ଶିଖାଏ। ସେ ମଧ୍ୟ ତା’ ମାଲିକ ଠାରୁ ଶିଖି ଅପରାଧ କରିବା ଆରମ୍ଭ କରେ। କିନ୍ତୁ ଆପଣ କ’ଣ କେବେ ଭାବିପାରୁଛନ୍ତି, ବାସ୍ତବ ଦୁନିଆରେ ପଶୁମାନେ ମଧ୍ୟ ଅପରାଧ କରିପାରନ୍ତି? ହୁଏତ ଆପଣ ଏହାକୁ କେବେ ବି ସତ ଭାବୁ ନଥିବେ।

Advertisment

ଆଜିକାଲି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ମାଙ୍କଡ଼ ଏକ ସାଇକେଲ୍ ଚଢି ଆସୁଛି ଆଉ ଏକ ମଣିଷ ଛୁଆକୁ ଅପହରଣ କରିବାକୁ ଚେଷ୍ଟା କରୁଛି। ଭାଗ୍ୟ ଭଲ ପିଲାଟି ରକ୍ଷା ପାଇଯାଇଛି।

ଟ୍ୱିଟର ଆକାଉଣ୍ଟ @Enezatorରେ ଏହି ଭିଡିଓଟି ପୋଷ୍ଟ କରାଯାଇଛି। ଏଥିରେ ଏକ ମାଙ୍କଡ଼ ଏକ ଶିଶୁକୁ ଅପହରଣ କରୁଥିବା ଦେଖାଯାଉଛି। ଅବଶ୍ୟ, ଏହି ଭିଡିଓରେ ମାଙ୍କଡ଼ର ଉଦ୍ଦେଶ୍ୟକୁ ଅପହରଣ ବୋଲି କୁହାଯିବ ନାହିଁ, କିନ୍ତୁ ଏହା ଦେଖିବା ପରେ ଆପଣ ମଧ୍ୟ ଭାବିବେ ସେ ଅପରାଧ କରୁଛନ୍ତି। ଏହି ଭିଡିଓଟି ଏକ ବାଲକୋନିରୁ ସୁଟିଂ କରାଯାଇଥିବା ବେଳେ କିଛି ପିଲା ତଳେ ବସିଥିବାର ଦେଖାଯାଏ।

Advertisment

ଏହି ପିଲାମାନଙ୍କ ମଧ୍ୟରୁ ଜଣେ ବହୁତ ଛୋଟ ଅଛି। ଏହି ସମୟରେ ହଠାତ୍ ରାସ୍ତାର ଅପର ପାର୍ଶ୍ୱରୁ ଏକ ମାଙ୍କଡ଼ ସାଇକେଲରେ ଚଢି ଆସିଲା ଆଉ ସାଇକେଲଟିକୁ ରାସ୍ତାରେ ପକେଇ ଦେଇ ପିଲାଟିକୁ ଗୋଟିଏ ହାତରେ ଟାଣିନେବା ଦେଖାଯାଏ। ସେ ଏତେ ଜୋରରେ ଟାଣିନିଏ ଯେ ପିଲାଟି କିଛି ବାଟ ଘୋଷାରି ହୋଇ ପଳାଏ। ଏହି ସମୟରେ ଜଣେ ଲୋକ ପାଟିକାରି ତା ପାଖକୁ ଯିବାରୁ ସେ ପିଲାଟିକୁ ଛାଡିଦେଇ ପାଳାଏ।

ଏହି ଭିଡିଓଟି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ, ଏଥିରେ ୧୭ ଲକ୍ଷରୁ ଅଧିକ ଭ୍ୟୁ ମିଳିଥିବାବେଳେ ଅନେକ ଲୋକ ମତ ଦେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅନେକ ଲୋକ ଏହା ଦେଖି ବିଶ୍ୱାସ ମଧ୍ୟ କରିପାରୁ ନାହାନ୍ତି। ଜଣେ ମହିଳା ଆଶ୍ଚର୍ଯ୍ୟ ହୋଇ ଲେଖିଛନ୍ତି – “ମୁଁ ଏ କ’ଣ ଦେଖୁଛି!” ଆଉ ଜଣେ ଏହି ଭିଡିଓ ଉପରେ ପ୍ରଶ୍ନ କରି କହିଛନ୍ତି ଯେ “ଏହା କିପରି ସମ୍ଭବ ଯେ ଏକ ମାଙ୍କଡ଼ ସାଇକେଲ ଚଲାଇ ଆସି ପିଲାଟିକୁ ଅପହରଣ କରିବାକୁ ଚେଷ୍ଟା କରୁଛି!”

Social Media Weird News Ajab Gajab News Trending News Viral Video
Advertisment
Advertisment