/odishatv-khabar/media/post_attachments/uploadimage/library/16_9/16_9_0/Jackpot_1719243459.jpg)
Jackpot
ସିଙ୍ଗାପୁରର ମାରିନା ବେ ସ୍ୟାଣ୍ଡସ୍ କସିନୋରେ ଜଣେ ବ୍ୟକ୍ତି ୪ ମିଲିୟନ୍ ଡଲାର ଜିତିଲେ । ଯାହାକୁ ସେ ନିଜେ ବି ବିଶ୍ୱାସ କରିପାରିଲେନି । ଆଉ ଏତେ ଖୁସି ହେଲେ ଯେ, ଶେଷରେ ତାଙ୍କର ଜୀବନ ଚାଲିଗଲା । ଏତେ ଟଙ୍କା ଜିତିଥିବା ଜାଣିବା ପରେ ଖୁସିରେ ତାଙ୍କର ହାର୍ଟଚୋକ୍ ହୋଇଗଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କଲେ ।
ଉକ୍ତ ବ୍ୟକ୍ତି ଜଣକ ନିୟମିତ ଭାବେ ସେହି କସିନୋକୁ ଆସୁଥିଲେ । ସେ ଏକ ହାଇ ଷ୍ଟେକ୍ ଖେଳ ସମୟରେ ଜୀବନ ପରିବର୍ତ୍ତନକାରୀ ଜ୍ୟାକପଟ୍ ହାସଲ କରନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ସେ ଏତେ ଟଙ୍କା ଜିତିଛନ୍ତି ବୋଲି ଜାଣିବା ପରେ ତାକୁ ସହଜରେ ଗ୍ରହଣ କରିପାରିଲେ ନାହିଁ । ସେ ଅଧିକ ଉତ୍ସାହିତ ହୋଇପଡ଼ିଲେ ଆଉ ଖୁସିରେ ତାଙ୍କର ହାର୍ଟଆଟାକ୍ ହୋଇଗଲା।
ଅଧିକ ପଢ଼ନ୍ତୁ: ପୁଅ-ଝିଅଙ୍କ ଜନ୍ମଦିନ କଲା ବାପାଙ୍କୁ କୋଟିପତି; ଲାଗିଲା ଲଟେରୀ, ଜିତିଲେ ୩୩ କୋଟି
ଯେତେବଳେ ତାଙ୍କର ହାର୍ଟଚୋକ୍ ହେଲା ଆଉ ସେ ତଳେ ପଡ଼ିଗଲେ । ସେତେବେଳେ କସିନୋ ଷ୍ଟାଫ୍ମାନେ ତାଙ୍କୁ ଉଠାଇଥିଲେ । ତାଙ୍କୁ ଜରୁରୀକାଳୀନ ଚିକିତ୍ସା ସେବା ମଧ୍ୟ ଦିଆଯାଇଥିଲା । ହେଲେ ସବୁ ପ୍ରକାର ଚେଷ୍ଟା ସତ୍ତ୍ୱେ ତାଙ୍କୁ ମୃତ୍ୟୁ ମୁଖରୁ ଉଦ୍ଧାର କରାଯାଇପାରିନଥିଲା । କସିନୋରେ ହିଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଅତ୍ୟଧିକ ଉତ୍ସାହିତ ବା ଖୁସି କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ମଧ୍ୟ ରିପୋର୍ଟ ଦେଇଛନ୍ତି ।
Talk about bad luck. A man who had just won $4 million at Marina Bay Singapore Casino died shortly after going into cardiac arrest from the excitement. pic.twitter.com/PolZPJJ3aL
— BeatinTheBookie.com®️ (@BeatinTheBookie) June 24, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)