Advertisment

Viral Video: ସୋସିଆଲ୍ ମିଡିଆରେ ନୂଆ ଟ୍ରେଣ୍ଡ୍; କେବେ ବି ଦେଖି ନଥିବେ ଏଭଳି ପ୍ରତିଭା; ପଥରରୁ ବାହାରୁଛି ଅଦ୍ଭୁତ ସ୍ୱର

ବର୍ତ୍ତମାନ, ସୋସିଆଲ୍ ମିଡିଆରେ ଲୋକଙ୍କ ମଧ୍ୟରେ ଆଉ ଏକ ଇଣ୍ଟରନେଟ୍ ସେନ୍ସେଶନ୍ ଲୋକପ୍ରିୟ ହୋଇଛି। ଆଜିକାଲି, ଇନ୍‌ଷ୍ଟାଗ୍ରାମ୍ ଖୋଲିବା ମାତ୍ରେ, ଆପଣ ଗୋଟିଏ ପରେ ଗୋଟିଏ ରିଲ୍‌ରେ "ଦିଲ୍ ପେ ଚଲାଇ ଛୁରିୟାଁ" ଶୁଣିପାରିବେ।

author-image
Pramod Behera
ଅଦ୍ୟତନ ହୋଇଛି
Raju Kalakar sings dil pe chalai churiya by playing stones

Raju Kalakar sings dil pe chalai churiya by playing stones

ପୂର୍ବରୁ, ଲୋକମାନେ ପ୍ରସିଦ୍ଧ ହେବା ପାଇଁ ନିଜର ପ୍ରତିଭା ଦେଖାଇବା ପାଇଁ ରିଆଲିଟି ଶୋ'କୁ ଯାଉଥିଲେ। କିନ୍ତୁ ରିଆଲିଟି ଶୋ'କୁ ଯିବା ସବୁ ଲୋକଙ୍କ ପାଇଁ ସହଜ ନଥିଲା। ଏଥିପାଇଁ ମଧ୍ୟ, କଠିନ ପରିଶ୍ରମ କରିବାକୁ ପଡୁଥିଲା, ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା, ତେବେ ଯାଇ ଜଣେ ରିଆଲିଟି ଶୋ'ରେ ପ୍ରବେଶ କରିବାର ସୁଯୋଗ ପାଇପାରୁଥିଲା।

Advertisment

କିନ୍ତୁ, ଆଜି ସେ ସମୟ ଆଉ ନାହିଁ, ଆଜି ଲୋକଙ୍କୁ ପ୍ରସିଦ୍ଧ ହେବା ପାଇଁ କୌଣସି ରିଆଲିଟି ଶୋ’କୁ ଯିବାର ଆବଶ୍ୟକତା ନାହିଁ କି କୌଣସି ସ୍ଥାନକୁ ଯାଇ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁ ନାହିଁ।

ଏବେ କେବଳ ଗୋଟିଏ ରିଲ୍ ହିଁ ଜଣକୁ ରାତାରାତି ଫେମସ୍ କରିଦେଉଛି। ଆପଣ ବି ଯଦି ଫେମସ୍ ହେବାକୁ ଚାହାନ୍ତି ତେବେ କେବଳ ଏକ ଭିଡିଓ ତିଆରି କରନ୍ତୁ ଏବଂ ଏହାକୁ ସୋସୋଆଲ୍ ମିଡିଆରେ ପୋଷ୍ଟ୍‌ କରି ଦିଅନ୍ତୁ କିନ୍ତୁ ଏପରି କିଛି କରନ୍ତୁ ଯାହା ପୂର୍ବରୁ କେହି କରି ନଥିବେ। କେବଳ ଏମିତି କରି ହିଁ ଲୋକମାନେ ସୋସିଆଲ ମିଡିଆରେ ପ୍ରସିଦ୍ଧ ହେଉଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ମାଳା ବିକାଳୀରୁ କୋଟିପତି! ବଲିଉଡ୍ ଷ୍ଟାର୍‌ଙ୍କ ଠାରୁ ବି ଅଧିକ ରୋଜଗାର କଲେଣି ମୋନାଲିସା

ଏବେ ଲୋକମାନେ ସେମାନଙ୍କର ଗୋଟିଏ ରିଲ୍ ଭାଇରାଲ୍ କରି ରାତାରାତି ସୋସିଆଲ୍ ମିଡିଆ ସେନ୍ସେଶନ୍ ହୋଇଯାଉଛନ୍ତି। ବର୍ତ୍ତମାନ, ସୋସିଆଲ୍ ମିଡିଆରେ ଲୋକଙ୍କ ମଧ୍ୟରେ ଆଉ ଏକ ଇଣ୍ଟରନେଟ୍ ସେନ୍ସେଶନ୍ ଲୋକପ୍ରିୟ ହୋଇଛି। ଆଜିକାଲି, ଇନ୍‌ଷ୍ଟାଗ୍ରାମ୍ ଖୋଲିବା ମାତ୍ରେ, ଆପଣ ଗୋଟିଏ ପରେ ଗୋଟିଏ ରିଲ୍‌ରେ "ଦିଲ୍ ପେ ଚଲାଇ ଛୁରିୟାଁ" ଶୁଣିପାରିବେ।

ଏହି ଗୀତର କ୍ରେଜ୍ ପୂରା ଇଣ୍ଟରନେଟ୍‌କୁ ପାଗଳ କରିଦେଇଛି। ଏହି ଟ୍ରେଣ୍ଡ୍‌ରେ ସମସ୍ତେ ମଜାଦାର ରିଲ୍ ତିଆରି କରୁଛନ୍ତି। ଏହି ଟ୍ରେଣ୍ଡ୍‌ ପଛରେ ଥିବା ପ୍ରକୃତ କଳାକାର, ଅର୍ଥାତ୍, ଏହି ଟ୍ରେଣ୍ଡ୍‌ ଆରମ୍ଭ କରିଥିବା କଳାକାର ହେଉଛନ୍ତି 'ରାଜୁ କଳାକାର' ନାମକ ଏହି ବ୍ୟକ୍ତି। କିଛି ଦିନ ପୂର୍ବେ ପୋଷ୍ଟ୍‌ ହୋଇଥିବା ଏକ ଭିଡିଓ ଏତେ ଭାଇରାଲ୍‌ ହୋଇଥିଲା ଯେ ଏହା ପ୍ରତ୍ୟେକ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ହଙ୍ଗାମା ସୃଷ୍ଟି କରିଥିଲା।

ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳେ ଯେ ଏହି ବ୍ୟକ୍ତି କିଛି ଲୋକଙ୍କ ମଧ୍ୟରେ ଠିଆ ହୋଇଛନ୍ତି ଆଉ ଦୁଇଟି ପଥରକୁ ଦାସ୍‌କାଠିଆ ଷ୍ଟାଇଲ୍‌ରେ ବଜାଉଛନ୍ତି। ସେ ‘ବେୱଫା ସନମ’ ଚଳଚ୍ଚିତ୍ରର ଲୋକପ୍ରିୟ ଗୀତ "ଦିଲ୍ ପେ ଚଲାଇ ଛୁରିୟାଁ" ଗାଉଛନ୍ତି। ତାଙ୍କ ପ୍ରଦର୍ଶନକୁ ସାମ୍ନାରେ ଚେୟାରରେ ବସିଥିବା ଲୋକମାନେ ଖୁବ୍ ଉପଭୋଗ କରୁଥିବା ଦେଖାଯାଏ।

ତାଙ୍କର ଯନ୍ତ୍ରଣାଦାୟକ କଣ୍ଠସ୍ୱର ଏବଂ ସ୍ୱରର ଯାଦୁ ଲୋକଙ୍କ ହୃଦୟକୁ ଏତେ ଛୁଇଁଛି ଯେ ଖବର ଲେଖାହେବା ବେଳକୁ ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧୭ କୋଟିରୁ ଅଧିକ ଥର ଦେଖାଯାଇଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଏହି ଟ୍ରେଣ୍ଡ୍ ଅନୁସରଣ କରୁଥିବା ଦେଖାଯାଉଛି।

ଏହି ବ୍ୟକ୍ତିଙ୍କ ପ୍ରକୃତ ନାମ ରାଜୁ ଭଟ୍ଟ। ସେ ରାଜସ୍ଥାନର ବାସିନ୍ଦା ଏବଂ ବର୍ତ୍ତମାନ ଗୁଜରାଟର ସୁରତ ସହରରେ ରହୁଛନ୍ତି। ତାଙ୍କର ଭିଡିଓ ଭାଇରାଲ୍‌ ହେବା ପରେ, ସେ ରାଜୁ କଳାକାର ନାମରେ ଦେଶରେ ପ୍ରସିଦ୍ଧ ହୋଇଛନ୍ତି।

ଏହି ଭିଡିଓଟି ଏତେ ଭାଇରାଲ୍‌ ହେଉଛି ଯେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ଗୀତରେ ରାଜୁଙ୍କ ଅଭିନୟର ଭିନ୍ନ ଏବଂ ମଜାଦାର ରିଲ୍ ତିଆରି କରୁଛନ୍ତି। କେବଳ ଏତିକି ନୁହେଁ, ସେଲିବ୍ରିଟିମାନେ ମଧ୍ୟ ଏହି ଟ୍ରେଣ୍ଡ୍‌ ପାଇଁ ପାଗଳ। କୋରିଓଗ୍ରାଫର ରେମୋ ଡିସୌଜା @remodsouza ମଧ୍ୟ ତାଙ୍କ ପତ୍ନୀଙ୍କ ସହିତ ଏହି ଟ୍ରେଣ୍ଡକୁ ନେଇ ଏକ ରିଲ୍ ତିଆରି କରିଛନ୍ତି।


 
 
 
 
 
 
 
 
 
 
 
 
 
 

A post shared by Harsh KAMMO Beniwal (@harshbeniwal)


 
 
 
 
 
 
 
 
 
 
 
 
 
 

A post shared by Hitesh Sachdeva (@taredraahiifilms)


 
 
 
 
 
 
 
 
 
 
 
 
 
 

A post shared by RITIK DUBEY | Social Media Strategist (@mimicrithik)


 
 
 
 
 
 
 
 
 
 
 
 
 
 

A post shared by 𝓣𝓱𝓮 𝓐𝓵𝔂 𝓖𝓸𝓷𝓲 (@alygoni)

ରାଜୁ କହିଥିଲେ ଯେ ସେ ଥରେ ଟ୍ରେନ୍‌ରେ ଯାଉଥିବା ବେଳେ ଜଣେ ପିଲାଠାରୁ ପଥର ବଜାଇ କିପରି ସଙ୍ଗୀତ ସୃଷ୍ଟି କରାଯାଇପାରିବ ତାହା ଶିଖିଥିଲେ। ସେ କେବେ କଳ୍ପନା କରି ନଥିଲେ ଯେ ଏହି ଅନନ୍ୟ ଉପାୟ ତାଙ୍କୁ ଏତେ ପ୍ରସିଦ୍ଧ କରିଦେବ।

ଅଧିକ ପଢ଼ନ୍ତୁ: ଚାଲି-ହସ ପୂରା ସୁପର୍‌ଷ୍ଟାର୍; ମୋନାଲିସାଙ୍କ ଆଗରେ ପୂରା ଫିକା ଦୀପିକା-କାଟ୍ରୀନା

Hidden Talents Unique Talent Viral Video
Advertisment
Related Articles
Advertisment