Advertisment

ଜନ୍ମ ପ୍ରମାଣପତ୍ରରେ କୁକୁର ଛୁଆର ଦସ୍ତଖତ !

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଏକ ନବଜାତ କୁକୁର ଛୁଆ ଜନ୍ମ ପ୍ରମାଣପତ୍ରରେ ଦସ୍ତଖତ କରୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ, ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ଏହା କିପରି ସମ୍ଭବ? ଦେଖନ୍ତୁ ଏହି ଭିଡିଓ...

author-image
Pramod Behera
ଅଦ୍ୟତନ ହୋଇଛି
Puppy Signs Its Birth Certificate With Paw Prints

Puppy signs its birth certificate with paw prints

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଏକ ନବଜାତ କୁକୁର ଛୁଆ ଜନ୍ମ ପ୍ରମାଣପତ୍ରରେ ଦସ୍ତଖତ କରୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ, ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ଏହା କିପରି ସମ୍ଭବ?

Advertisment

କୁକୁରଟି ମାଲିକର ସାହାଯ୍ୟରେ ଜନ୍ମ ପ୍ରମାଣପତ୍ରରେ ବାମ ପଞ୍ଜାର ଚିହ୍ନ ଦେଉଛି। ଇନ୍‌ଷ୍ଟାଗ୍ରାମ ରେ ଏହି ଭିଡିଓକୁ LadBible ଶେୟାର କରିଛି ଏବଂ ଖବର ଲେଖାହେବା ବେଳକୁ ଏହା ୪.୫ ମିଲିୟନ୍‌ରୁ ଅଧିକ ଭିୟୁ ପାଇସାରିଥିଲା। ସେହିପରି ଭିଡିଓଟିକୁ ୨୨ ଲକ୍ଷରୁ ଅଧିକ ପସନ୍ଦ କରିଥିବା ବେଳେ ପାଖାପାଖି ୨,୫୦୦ ମଜ୍ଜାଳିଆ କମେଣ୍ଟ ଦେଖିବାକୁ ମିଳିଛି।

ଏହି କୁକୁର ଛୁଆଟିର ନା’ ହେଉଛି ଆଲେକ୍ସ। ଜନ୍ମ ପ୍ରମାଣପତ୍ରରେ ତା ନା’ ସହିତ ତା’ ବାପାମାଆଙ୍କ ନା’ ମଧ୍ୟ ଛପା ହୋଇଛି। ଏଥିରେ ତା’ର ଜନ୍ମ ତାରିଖ ମଧ୍ୟ ରହିଛି। ତା’ର ମାଲିକ ଏହି ଛୁଆ କୁକୁରଟିକୁ ଧରି ସାର୍ଟିଫିକେଟ୍ ଉପରେ ତା’ର ପଞ୍ଝା ଚିହ୍ନ ଦେଉଥିବା ଦେଖାଯାଏ। ଏହି ଚିହ୍ନ ସଂପୂର୍ଣ୍ଣ ରୂପେ ଆକର୍ଷଣୀୟ ଦେଖାଯିବା ନଜର ଆସେ।

Advertisment

ଅଧିକ ପଢ଼ନ୍ତୁ: କୁକୁର ବାହାଘରରେ ବାଜା ବାଜିଲା...ବାଣ ଫୁଟିଲା, ନାଚିଲେ ମାଲିକ

ମନ୍ତବ୍ୟ ବିଭାଗକୁ ଦେଖିଲେ ଏଥିରେ ଅନେକ ଭଲ ପ୍ରତିକ୍ରିୟା ଆସିଛି। କିଏ "ଆକର୍ଷଣୀୟ" ଲେଖିଛନ୍ତି ତ ଆଉ କିଏ "ସୁନ୍ଦର" ଏବଂ "ହୃଦୟସ୍ପର୍ଶୀ" ବୋଲି ଲେଖିଛନ୍ତି। ଆପଣଙ୍କୁ ଏହି ଭିଡିଓ ଭଲ ଲାଗିଲା କି ନାହିଁ ମତ ମଧ୍ୟ ଦିଅନ୍ତୁ।

Social Media Viral Video Puppy Ajab Gajab
Advertisment
Advertisment