ଗଣମାଧ୍ୟମରେ ଏମିତି ଅନେକ ଖବର ସାମ୍ନାକୁ ଆସିଛି, ଯିଏ ଥରେ ଦେଶ ପାଇଁ ଖେଳୁଛି ତାଙ୍କ ପାଇଁ ସରକାରୀ ଚାକିରିଟିଏ ଥୁଆ ହେଉଛି । ସେ ରାଜ୍ୟର ହେଉ ବା ଦେଶର । ସରକାରୀ ଚାକିରି ଟିଏ ଖେଳାଳିଙ୍କୁ ନିଶ୍ଚୟ ମିଳୁଛି । ଏହାଦ୍ୱାରା ଖେଳିଳଙ୍କ ମନରେ ଉତ୍ସାହ ବଢ଼ୁଛି । ଖେଳାଳିଙ୍କୁ ପ୍ରୋତ୍ସାହନ ବି ମିଳୁଛି ।
Also Read
ଅନ୍ୟପଟେ ଏମିତି ବି ଖବର ସାମ୍ନାକୁ ଆସୁଛି ଯାହା ଶୁଣିଲେ ଏହି ମଣିଷ ଆଖିରୁ ଦୁଇ ଧାର ଲୁହ ନିଗିଡ଼ି ଯାଉଛି । ଆଉ ତାହା ହେଲା ଯିଏ ଦିନେ ଦେଶ ପାଇଁ ଖେଳୁଥିଲା, ସେ ଏବେ ଛେଳି ଚରାଉଛି । କିମ୍ବା ଦୈନନ୍ଦିନ ଜୀବନ ଅତିବାହିତ କରିବା ପାଇଁ ଦିନ ମଜୁରିଆ ଭାବେ ଖଟୁଛି । ଖାଲି ସେତିକି ନୁହେଁ ଏମିତି ବି ଖବର ସାମ୍ନାକୁ ଆସିଛି ଯେ, ଇଣ୍ଟରନାସନାଲ ଖେଳାଳି ଟାକ୍ସି ଡ୍ରାଇଭର ଭାବେ କାମ କରୁଛନ୍ତି, କ୍ଷୀର ବିକୁଛନ୍ତି କିମ୍ବା ଦୋକାନରେ କାମ କରୁଛନ୍ତି ।
ଆଜି ବି ଆମେ ସେମିତି କିଛି କାହାଣୀ ନେଇ ଆପଣଙ୍କ ପାଖକୁ ଆସିଛୁ । ଜଣେ ଆନ୍ତର୍ଜାତୀୟ ମହିଳା ଫୁଟ୍ବଲ ଖେଳାଳି ଏବେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଜୋମାଟୋ ଗର୍ଲ ଭାବେ କାମ କରୁଛନ୍ତି । ଜୋମାଟୋ ସଂସ୍ଥାରେ ସେ ଚାକିରି କରିଛନ୍ତି । ଆଉ ଲୋକଙ୍କ ଅର୍ଡର ମୁତାବକ ଖାଦ୍ୟ ପହଞ୍ଚାଉଛନ୍ତି । ସେ ହେଉଛନ୍ତି ଆନ୍ତର୍ଜାତୀୟ ମହିଳା ଫୁଟ୍ବଲର ପୌଲାମି ଅଧିକାରୀ ।
ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ସେଥିରେ ସେ ଜୋମାଟୋ କମ୍ପାନୀର ଡ୍ରେସ୍ ପିନ୍ଧି ଖାଦ୍ୟ ଡେଲିଭରୀ କରୁଥିବା ନଜର ଆସିଛନ୍ତି । ସେ କୋଲକତାର ବେହାଲା ଅଞ୍ଚଳରେ ରହୁଥିବା ବେଳେ ଚାରୁଚନ୍ଦ୍ର କଳେଜର ତୃତୀୟ ବର୍ଷର ଛାତ୍ରୀ । ଭାଇରାଲ ଭିଡିଓରେ ସେ କହିଛନ୍ତି ସେ କିଭଳି ଜର୍ମାନୀ, ୟୁକେ, ଶ୍ରୀଲଙ୍କା ଭଳି ବିଭିନ୍ନ ଦେଶକୁ ଖେଳିବା ପାଇଁ ଯାତ୍ରା କରିଛନ୍ତି । ପାଖାପାଖି ୧୬ଟି ପୁଟ୍ବଲ୍ ଟୁର୍ଣ୍ଣାମେଣ୍ଟରେ ସେ ଭାରତ ପାଇଁ ପ୍ରତିନିଧିତ୍ୱ କରିଛନ୍ତି ।
ଦେଖନ୍ତୁ ଭିଡିଓ | ଦିନେ ଟେଲି ଜଗତରେ ବେଶ୍ ନାଁ କମାଇଥିଲେ...ଆଜି ବୁଲି ବୁଲି ମାଗୁଛନ୍ତି ଭିକ
ପୌଲାମି ନିଜର ସ୍ୱପ୍ନକୁ ସାକାର କରିପାରି ନାହାନ୍ତି । ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ବାଧ୍ୟ ହୋଇ ଚାକିରି କରୁଛନ୍ତି । ସେ କହିଛନ୍ତି ପେଟ୍ରୋଲ ଖର୍ଚ୍ଚ ବାଦ୍ ଦିନକୁ ତାଙ୍କର ୩୦୦ରୁ ୪୦୦ ଟଙ୍କା ରୋଜଗାର ହେଉଛି । ବେଳେ ବେଳେ ୧୫୦ ଟଙ୍କାରେ ମଧ୍ୟ ମନକୁ ବୁଝାଇବାକୁ ପଡ଼ୁଛି ।
ଏହି ଭାଇରାଲ ଭିଡିଓ କୁ ଏବେ ସୁଦ୍ଧା ୫୫ ହଜାର ଲୋକ ଦେଖିସାରିଲେଣି । ସମସ୍ତେ ପୌଲାମିଙ୍କ ସ୍ଥିତି ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ।