/odishatv-khabar/media/post_attachments/uploadimage/library/16_9/16_9_0/IMAGE_1755701770.jpg)
viral video
ମୁମ୍ବାଇର ବର୍ଷା ପାଣିରେ ଭର୍ତ୍ତି ହୋଇଥିବା ରାସ୍ତାରେ ଜଣେ ବ୍ୟକ୍ତି ଅରା ଫାର୍ମିଂ ନୃତ୍ୟ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କିଛି ଦିନ ଧରି ଲଗାତାର ବର୍ଷା ହେବା ପରେ ମୁମ୍ବାଇର ସହରର ରାସ୍ତାଗୁଡ଼ିକରେ ପାଣି ଭର୍ତ୍ତି ହୋଇଯାଇଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଯାହାଫଳରେ ଲୋକଙ୍କ ଦୈନନ୍ଦିନ ଜୀବନ ବ୍ୟାହତ ହୋଇଛି ।
ଅରା ଫାର୍ମିଂ ନୃତ୍ୟ, ଯାହାକୁ "ବୋଟ ଡ୍ୟାନ୍ସ" ବି କୁହାଯାଏ । ୧୧ ବର୍ଷିୟ ଇଣ୍ଡୋନେସିଆର ବାଳକ ରେୟାନ ଅର୍କାନ ଦିଖାଙ୍କ ଦ୍ୱାରା ପ୍ରଦର୍ଶିତ ହେବା ପରେ ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହୋଇଛି। ଗତ ମାସରେ ସୋସିଆଲ ମିଡିଆରେ ତାଙ୍କ ବୋଟ ଡ୍ୟାନ୍ସ ଭିଡିଓ ଭାଇରାଲ ହେବା ପରେ ସେ ଇଣ୍ଟରନେଟ ସେନସେସନ ହୋଇଯାଇଛନ୍ତି ।
Entertainment never stops in Mumbai. The show must go on! #MumbaiRainspic.twitter.com/sySNLzC0cx
— Godman Chikna (@Madan_Chikna) August 20, 2025
ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ଅରା ଫାର୍ମିଂ ନୃତ୍ୟର ଭାଇରାଲ ଭିଡିଓ ଏକ୍ସ ସହ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି। ଭିଡିଓରେ ବ୍ୟକ୍ତି ଜଣକ ବର୍ଷା ପାଣିରେ ବୁଡ଼ିଥିବା ଏକ ଡିଭାଇଡର ଉପରେ ସନ୍ତୁଳନ ରକ୍ଷା କରୁଥିବା ଦେଖାଯାଉଛି।
ସେହିପରି ଗୋରେଗାଓଁର ଓବରୋୟ ମଲ୍ ବାହାରେ ମୁଖ୍ୟ ଗେଟ ନିକଟରେ ଏତେ ଅଧିକ ପାଣି ଜମା ହୋଇଛି ଯେ ସେଠାରେ ଲୋକଙ୍କ ଯିବା ଆସିବା କଷ୍ଟକର ହୋଇପଡ଼ିଛି। ମଲ୍ ବାହାରେ ଏତେ ଅଧିକ ପାଣି ଜମା ହୋଇଛି ଯେ ସେଠାରେ ଏକ ସୁଇମିଂ ପୁଲ ତିଆରି ହୋଇଥିବା ଭଳି ଲାଗୁଛି । ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ମଲ୍ ଗେଟ ବାହାରେ ଜମା ହୋଇଥିବା ପାଣିରେ ପିଲାମାନେ ସୁଇମିଂ କରୁଥିବାର ଦେଖାଯାଇଛନ୍ତି ।
This is the scene in front of Goregaon Oberoi Mall, which is supposed to be the most posh area.
God bless this country and its corruption 😭🇮🇳#MumbaiRainspic.twitter.com/m1YnnmPjA1— Thandaitweets (@mohit_blogg) August 19, 2025
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)