Advertisment

Pawan Singh:ଅଭିନେତା ତଥା ଗାୟକ ପବନ ସିଂଙ୍କ ବିରୋଧରେ ସାଂଘାତିକ ଅଭିଯୋଗ...ରୁଜୁ ହେଲା ଠକେଇ ମାମଲା

ଅଭିଯୋଗ ଅନୁଯାୟୀ ଲାଭର ଲୋଭ ଦେଖାଇ ଚଳଚ୍ଚିତ୍ରରେ ନିବେଶ କରିବାକୁ କୁହାଯାଇଥିଲା । ଏଥିପାଇଁ ତାଙ୍କୁ ପବନ ସିଂହଙ୍କ ସହ ଏକ ସାକ୍ଷାତ ମଧ୍ୟ କରାଯାଇଥିଲା। ଅଭିଯୋଗକାରୀ ଦାବି କରିଛନ୍ତି ଯେ ସେ ନିଜ ଏବଂ ତାଙ୍କ ଭାଇଙ୍କ କମ୍ପାନୀରୁ ପ୍ରାୟ ୩୨.୬୦ ଲକ୍ଷ ଟଙ୍କା ବିଭିନ୍ନ ଖାତାରେ ଜମା କରିଥିଲେ।

author-image
Manasranjan Mohanty
ଅଦ୍ୟତନ ହୋଇଛି
BHOJPURI

BHOJPURI

ବାରାଣସୀର ଏକ କୋର୍ଟ ସ୍ଥାନୀୟ ହୋଟେଲ ବ୍ୟବସାୟୀଙ୍କ ଅଭିଯୋଗ ଆଧାରରେ ଛାବନି ଥାନା ପୋଲିସକୁ ଭୋଜପୁରୀ ଚଳଚ୍ଚିତ୍ର ଅଭିନେତା ତଥା ଗାୟକ ପବନ ସିଂ ଏବଂ ଅନ୍ୟ ତିନିଜଣଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟବସାୟୀ ବିଶାଲ ସିଂହଙ୍କ ଆବେଦନ ଉପରେ ଶୁଣାଣି ପରେ ଏହି ଆଦେଶ ଦେଇଛନ୍ତି କୋର୍ଟ ।

Advertisment

ଓକିଲ ଆଶୀଷ ସିଂ କହିଛନ୍ତି ଯେ ବିଶାଲ ସିଂହଙ୍କୁ୨୦୧୮ରେ ‘ବସ୍’ ଚଳଚ୍ଚିତ୍ରରେ ନିବେଶ ନାମରେ ଠକାଯାଇଛି। ଓକିଲଙ୍କ ଅନୁଯାୟୀ ୨୦୧୭ରେ ବିଶାଲ ସିଂହ ମୁମ୍ବାଇରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରେମ ଶଙ୍କର ରାୟଙ୍କ ସହ ସାକ୍ଷାତ ହୋଇଥିଲା, ଯାହାପରେ ତାଙ୍କୁ ଏହି ପ୍ରୋଜେକ୍ଟ ସହ ଜଡ଼ିତ ଅନେକ ବ୍ୟକ୍ତିଙ୍କ ସହ ପରିଚୟ କରାଯାଇଥିଲା।

ଅଭିଯୋଗ ଅନୁଯାୟୀ ଲାଭର ଲୋଭ ଦେଖାଇ ଚଳଚ୍ଚିତ୍ରରେ ନିବେଶ କରିବାକୁ କୁହାଯାଇଥିଲା । ଏଥିପାଇଁ ତାଙ୍କୁ ପବନ ସିଂହଙ୍କ ସହ ଏକ ସାକ୍ଷାତ ମଧ୍ୟ କରାଯାଇଥିଲା। ଅଭିଯୋଗକାରୀ ଦାବି କରିଛନ୍ତି ଯେ ସେ ନିଜ ଏବଂ ତାଙ୍କ ଭାଇଙ୍କ କମ୍ପାନୀରୁ ପ୍ରାୟ ୩୨.୬୦ ଲକ୍ଷ ଟଙ୍କା ବିଭିନ୍ନ ଖାତାରେ ଜମା କରିଥିଲେ।

Advertisment

ଜୁଲାଇ ୨୦୧୮ରେ ତାଙ୍କୁ ଚଳଚ୍ଚିତ୍ରର ନିର୍ମାତା ଘୋଷଣା କରାଯାଇଥିଲା ଏବଂ ୫୦ ପ୍ରତିଶତ ଲାଭର ଆଶ୍ୱାସନା ଦିଆଯାଇଥିଲା, ଯାହାପରେ ସେ ଏହି ଚଳଚ୍ଚିତ୍ର ପାଇଁ ୧.୨୫ କୋଟି ଟଙ୍କା ଆହୁରି ନିବେଶ କରିଥିଲେ।

ଅଭିଯୋଗ ଅନୁଯାୟୀ ଚଳଚ୍ଚିତ୍ରଟି ସିନେମା ହଲରେ ମୁକ୍ତିଲାଭ କରିଥିଲେ ମଧ୍ୟ ସିଂହଙ୍କୁ ତାଙ୍କ ଲାଭର ଅଂଶ କଥିତ ରୂପେ ଦିଆଯାଇ ନଥିଲା। ବ୍ୟବସାୟୀ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ସେ ତାଙ୍କର ବକେୟା ମାଗିଥିଲେ, ଅଭିନେତା ପବନ ସିଂହ ତାଙ୍କୁ ଧମକ ଦେଇଥିଲେ।

ଅଭିଯୋଗକାରୀ ଛାବନି ଥାନା ଏବଂ ପୋଲିସ କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ। କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବାରୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ଉପରେ କୋର୍ଟ ଶୁଣାଣି କରି ପବନ ସିଂ ଏବଂ ଅନ୍ୟ ତିନିଜଣଙ୍କ ବିରୋଧରେ ଠକେଇ ଅଭିଯୋଗରେ ଏଫଆଇଆର ରୁଜୁ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

Celebrities
Advertisment
Related Articles
Advertisment