Advertisment

ଅରଶଦ ଆଜି ବଲିଉଡ୍‌ର ନାମକରା ଅଭିନେତା; ଦିନେ ଲିପ୍‌ଷ୍ଟିକ୍-ବିନ୍ଦି ବିକି ଚଳୁଥିଲେ

ବଲିଉଡ୍‌ର ଜଣେ ପ୍ରତିଭାବାନ ଅଭିନେତା ହେଲେ ଅର୍‌ଶଦ ୱାର୍‌ସୀ। ତାଙ୍କ ପାଖରେ ଅଛି କୋଟି କୋଟି ମୂଲ୍ୟର ସମ୍ପତ୍ତି। ପିଲାଦିନେ ଭଡାଟିଆମାନେ ତାଙ୍କୁ ଘରୁ ବିଦା କରିଦେଇଥିଲେ। ତାଙ୍କୁ ଆଜି ଏ ସ୍ଥାନରେ ପହଞ୍ଚେଇବା ନେଇ ରହିଛି ବଚ୍ଚନ ପରିବାରର ଭୂମିକା। ଆସନ୍ତୁ ପୂରା ଖବର ଜାଣିବା…

author-image
Pramod Behera
Arshad Warsi used to sell lipstick and bindi before bollywood debut

Arshad Warsi used to sell lipstick and bindi before bollywood debut

ଅରଶଦ ୱାରସୀ ହେଉଛନ୍ତି ବଲିଉଡ୍‌ର ପ୍ରିୟ ତଥା ପ୍ରତିଭାବାନ ଅଭିନେତା। ଅର୍ଶଦଙ୍କ କମିକ୍ ଟାଇମିଂ ତାଙ୍କ ପ୍ରତିଭାକୁ ଆହୁରି ବଢାଇଥାଏ। ସବୁଠାରୁ ବଡ କଥା ହେଉଛି ସେ ତାଙ୍କର ପ୍ରତ୍ୟେକ ଚରିତ୍ରରେ ଲୋକଙ୍କୁ ମନୋରଞ୍ଜନ କରିଛନ୍ତି ଆଉ ହୃଦୟ ଜିତିଛନ୍ତି। ସେ ଗତ ଦୁଇ ଦଶନ୍ଧି ଧରି ଚଳଚ୍ଚିତ୍ର ଶିଳ୍ପ ଉପରେ ଶାସନ ଜାରି ରଖିଛନ୍ତି।

Advertisment

ଆଜି ତାଙ୍କ ପାଖରେ ବିଳାସପୂର୍ଣ୍ଣ କାର୍‌, ବଙ୍ଗଳା ଏବଂ କୋଟି କୋଟି ମୂଲ୍ୟର ସମ୍ପତ୍ତି ଅଛି। ଏକଦା ଅରଶଦ ଏକ ଛୋଟ ଘରେ ରହୁଥିଲେ ଏବଂ ଲିପ୍‌ଷ୍ଟିକ୍-ବିନ୍ଦି ବିକ୍ରି କରୁଥିଲେ। ରିପୋର୍ଟ ଅନୁଯାୟୀ, ତାଙ୍କୁ ମାଟିରୁ ଆକାଶକୁ ନେଇବାକୁ 'ବଚ୍ଚନ ପରିବାର'ର ବହୁ ଅବଦାନ ରହିଛି। ତେବେ ଆସନ୍ତୁ ଏ ବିଷୟରେ ଜାଣିନେବା…

ପିଲାଦିନ:

୧୯୬୮ ମସିହାରେ ମହାରାଷ୍ଟ୍ରର ଏକ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିବା ଅରଶଦଙ୍କ ବାପା ତାଙ୍କ ପିଲାଦିନରେ ମୃତ୍ୟୁ ବରଣ କରିଥିଲେ। ଯେତେବେଳେ ତାଙ୍କୁ ୧୪ ବର୍ଷ ହୋଇଥିଲା, ତାଙ୍କ ମା ମଧ୍ୟ ତାଙ୍କୁ ସବୁଦିନ ପାଇଁ ଛାଡିଚାଲିଯାଇଥିଲେ। ସେ ଅଳ୍ପ ବୟସରେ ଅନାଥ ହୋଇଯାଇଗଲେ।

Advertisment

ଭଡାଟିଆମାନେ ଘରୁ ବାହାର କରିଦେଲେ:

ବାପାମା’ଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବିଚ୍ଛିନ୍ନ ହୋଇଗଲା। ପରିସ୍ଥିତି ଏପରି ହୋଇଥିଲା ଯେ ତାଙ୍କ ବାପାମା’ଙ୍କର ମୃତ୍ୟୁ ପରେ ତାଙ୍କ ଘରେ ରହୁଥିବା ଭଡାଟିଆମାନେ ଘରକୁ ଛଡ଼ାଇ ନେଇଥିଲେ ଆଉ ତାଙ୍କୁ ଘରୁ ବାହାର କରି ଦେଇଥିଲେ।

ଛୋଟ ଘରେ ରହିଲେ:

ଆର୍ଥିକ ପ୍ରତିବନ୍ଧକ ହେତୁ ଅରଶଦ ୱାର୍‌ସୀଙ୍କୁ ଦଶମ ପରେ ପାଠପଢା ଛାଡିବାକୁ ପଡିଥିଲା। ଘରୁ ବାହାର କରାଯିବା ପରେ ସେ ଏବଂ ତାଙ୍କ ଭାଇ ଏକ ଛୋଟ ଘରେ ନେଇ ରହିବାକୁ ଲାଗିଲେ। କୌଣସି ପ୍ରକାରେ ତାଙ୍କ ଜୀବନ ସ୍ଥିର ହୋଇଆସୁଥିଲା।

ଲିପ୍‌ଷ୍ଟିକ୍, ନେଲ୍‌ପଲିସ୍ ବିକ୍ରେତା:

ଥରେ ଅରଶଦ ଏକ ସାକ୍ଷାତକାରରେ ତାଙ୍କ ଜୀବନ ବିଷୟରେ କହିଥିଲେ ଯେ ଖାଇବାକୁ ଟଙ୍କା ନ ଥିବାରୁ ସେ ଅନେକ ଦିନ ଭୋକରେ ରହୁଥିଲେ। ଘରର ଆର୍ଥିକ ଅବସ୍ଥା ଖରାପ ଥିବାରୁ ସେ ଏକ କସ୍‌ମେଟିକ୍ କମ୍ପାନୀରେ ବିକ୍ରେତା ଭାବରେ କାମ କରିବା ଆରମ୍ଭ କରିଥିଲେ। ସେତେବେଳେ ତାଙ୍କୁ ୧୭ ବର୍ଷ ହୋଇଥିଲା। ଜଣେ ବିକ୍ରେତା ଭାବରେ ସେ ଘର ଘର ବୁଲି ଲିପ୍‌ଷ୍ଟିକ୍, ନେଲ୍‌ପଲିସ୍ ଏବଂ ଚୁଡି-ବିନ୍ଦି ବିକ୍ରି କରୁଥିଲେ।

ଫିଲ୍ମ ଦୁନିଆକୁ ପ୍ରବେଶ:

କୁହାଯାଏ ଯେ କସ୍‌ମେଟିକ୍ କମ୍ପାନୀରେ କାମ କରିବା ପରେ ସେ ଏକ ଫଟୋ ଲ୍ୟାବ୍‌ରେ ମଧ୍ୟ କାମ କରୁଥିଲେ। ଏହାର କିଛି ଦିନ ପରେ ପରେ ସେ ଆକବର ସାମିଙ୍କ ଡ୍ୟାନ୍ସ ଗ୍ରୁପରେ ଯୋଗ ଦେଇଥିଲେ। ୧୯୯୩ରେ ସେ 'ରୂପ୍ କି ରାନୀ ଚୋରୋଁ କା ରାଜା'ର ଟାଇଟଲ୍ ଟ୍ରାକ୍ କୋରିଓଗ୍ରାଫ୍ କରିବାର ସୁଯୋଗ ପାଇଲେ। ଏହା ବ୍ୟତୀତ ସେ ୧୯୮୭ ମସିହାରେ 'ଠିକାନା' ଏବଂ 'କାଶ' ଭଳି ଚଳଚ୍ଚିତ୍ରରେ ମହେଶ ଭଟ୍ଟଙ୍କ ସହକାରୀ ଭାବରେ କାର୍ଯ୍ୟ କରିଥିଲେ।

ବଚ୍ଚନ ପରିବାରର ଭୂମିକା:

ଏହି ସମୟରେ ଜୟା ବଚ୍ଚନଙ୍କ ଆଖି ତାଙ୍କ ଉପରେ ପଡିଥିଲା ଏବଂ ସେଠାରୁ ଧୀରେ ଧୀରେ ତାଙ୍କ ଭାଗ୍ୟ ବଦଳିବାକୁ ଲାଗିଲା। ୧୯୯୬ ମସିହାରେ 'ତେରେ ମେରେ ସପ୍‌ନେ' ଚଳଚ୍ଚିତ୍ରରେ ଅରଶଦ ୱାର୍‌ସୀ ଜଣେ ମୁଖ୍ୟ ଅଭିନେତା ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ଏହି ଫିଲ୍ମ ବକ୍ସ ଅଫିସ୍‌ରେ ସଫଳ ହୋଇଥିଲା କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ ଯେ ଜୟା ବଚ୍ଚନ ଏହି ଚଳଚ୍ଚିତ୍ରଟି ତାଙ୍କୁ ପ୍ରଦାନ କରିଥିଲେ। ଏହି ଚଳଚ୍ଚିତ୍ର ଅମିତାଭ ବଚ୍ଚନଙ୍କ ପ୍ରଡକ୍ସନ୍ ହାଉସ୍‌ର ବ୍ୟାନରରେ ନିର୍ମିତ ହୋଇଥିଲା।

'ସର୍କିଟ୍‌' ନାମରେ ଜଣାଶୁଣା:

ଆଜି ଅର୍‌ଶଦ ୱାର୍‌ସୀ ବଲିଉଡ୍‌ରେ 'ସର୍କିଟ୍‌' ନାମରେ ପ୍ରସିଦ୍ଧ। ସେ ଅନେକ ବଲିଉଡ ଚଳଚ୍ଚିତ୍ରରେ କାମ କରିଛନ୍ତି। କିନ୍ତୁ ୨୦୦୩ ମସିହାରେ ଆସିଥିବା ଚଳଚ୍ଚିତ୍ର 'ମୁନ୍ନାଭାଇ ଏମ୍‌ବିବିଏସ୍' ଏବଂ ୨୦୦୬ରେ 'ଲଗେ ରହୋ ମୁନ୍ନା ଭାଇ'ରୁ ତାଙ୍କୁ ପ୍ରକୃତ ସ୍ୱୀକୃତି ମିଳିଥିଲା। ଏହି ଦୁଇଟି ଚଳଚ୍ଚିତ୍ରରେ ସେ ସର୍କିଟ୍‌ ଚରିତ୍ରରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିଲେ। ଏହି ଚଳଚ୍ଚିତ୍ର ପାଇଁ ସେ ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଥିଲେ।

ଏହା ପରେ ଅର୍‌ଶଦ ୱାର୍‌ସୀ ମଧ୍ୟ ୨୦୧୩ ଚଳଚ୍ଚିତ୍ର 'ଜଲି ଏଲ୍‌ଏଲ୍‌ବି'ରୁ ବହୁତ ପ୍ରଶଂସା ପାଇଥିଲେ। 'ଗୋଲମାଲ' 'ଇଶ୍କିୟା' ଏବଂ 'ଦେଢ୍ ଇଶ୍କିଆ' ଚଳଚ୍ଚିତ୍ରରେ ତାଙ୍କ ଅଭିନୟକୁ ସମାଲୋଚକ ଏବଂ ଦର୍ଶକଙ୍କ ଦ୍ୱାରା ଖୁବ ଭଲଭାବେ ଗ୍ରହଣ କରାଯାଇଥିଲା।

ରିପୋର୍ଟ ଅନୁଯାୟୀ, ଅରଶଦ ୱାର୍‌ସୀଙ୍କ ମୋଟ ସମ୍ପତ୍ତି ହେଉଛି ୧୫ ମିଲିୟନ୍ ଡଲାର ବା ୧୧୧ କୋଟି ଟଙ୍କା। ତାଙ୍କର ବାର୍ଷିକ ଆୟ ୧୦ କୋଟିରୁ ଅଧିକ ଏବଂ ଏକ ମାସରେ ଏହା ପ୍ରାୟ ୧ କୋଟି।


 
 
 
 
 
 
 
 
 
 
 
 
 
 

A post shared by Arshad Warsi (@arshad_warsi)


 
 
 
 
 
 
 
 
 
 
 
 
 
 

A post shared by Arshad Warsi (@arshad_warsi)


 
 
 
 
 
 
 
 
 
 
 
 
 
 

A post shared by Arshad Warsi (@arshad_warsi)

ଅର୍‌ଶଦ ବିଳାସପୂର୍ଣ୍ଣ କାର୍‌ ଏବଂ ସ୍ପୋର୍ଟସ ବାଇକକୁ ବହୁତ ଭଲ ପାଆନ୍ତି। ତାଙ୍କ ପାଖରେ ଏବେ ଅଡି Q7 ଏବଂ Volkswagen Beetle ଅଛି। ଏହା ବ୍ୟତୀତ ତାଙ୍କ ପାଖରେ ହାର୍ଲି ଡେଭିଡ୍‌ସନ୍‌ ଏବଂ ଡୁକାଟୀ ମାନ୍‌ଷ୍ଟର୍ ୭୯୭ର ଡାର୍କ ଏଡିସନ ଭଳି ବାଇକ୍ ଅଛି। ଅର୍‌ଶଦ ତାଙ୍କ ପତ୍ନୀ ମାରିଆ ଏବଂ ପିଲାମାନଙ୍କ ସହିତ ମୁମ୍ବାଇର ଏକ ବିଳାସପୂର୍ଣ୍ଣ ଘରେ ରୁହନ୍ତି।

Bollywood Arshad Warsi
Advertisment
Advertisment