• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ମଜାଦାର ଭିଡିଓ ଦେଖିବାକୁ ମିଳୁଛି । ନୂଆ ନୂଆ ଭିଡିଓ ଦେଖିବା ପାଇଁ ମଧ୍ୟ ଲୋକେ ବେଶ ଆଗ୍ରହ ପ୍ରକାଶ କରୁଛନ୍ତି । କିଛି ବି ନୂଆ ଧରଣର ଭିଡିଓ କିମ୍ବା ମଜାଦାର ଭିଡିଓ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ପଡ଼ିବା ମାତ୍ରେ ଏହା ଭାଇରାଲ ହେଉଛି । ୟୁଜର୍ସ ଭିଡିଓକୁ ଲାଇକ୍ ସେୟାର କରିବା ସହ ମଜାଦାର କମେଣ୍ଟ ମଧ୍ୟ ଦେଉଛନ୍ତି । ତେଣୁ କୁହାଯାଉଛି ଏବେ ସୋସିଆଲ ମିଡିଆର ଯୁଗ ଚାଲିଛି ।

ଏହି କ୍ରମରେ ଆମ ନଜରକୁ ବି ଆସିଛି ଏକ ନୂଆ ମଜାଦାର ଭାଇରାଲ ଭିଡିଓ । ଯାହାକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । କେହି କେହି ଏହି ଭିଡିଓର ମଜା ନେଉଥିବା ବେଳେ ଆଉ କେହି ଏହାକୁ ଦୁଃସାହସ ବୋଲି ମଧ୍ୟ କହିଛନ୍ତି । କାରଣ ଭିଡିଓରେ ଯାହା ଦେଖାଯାଇଛି ତାହା ଅତ୍ୟନ୍ତ ବିପଦ୍‌ଜନକ ।

ଅଧିକ ପଢ଼ନ୍ତୁ: ଏମିତି ପ୍ରେମ ଭାଗ୍ୟରେ ଥିଲେ ମିଳେ ! ସମୁଦ୍ରକୁ ଡେଇଁପଡ଼ିଲେ, ପାଣି ଭିତରୁ ରିଙ୍ଗ ଆଣିଲେ.. ଦେଖନ୍ତୁ ଭିଡିଓ

ତେବେ ଭାଇରାଲ ଭିଡିଓ ରେ ଜଣେ ଯୁବକ କୁମ୍ଭୀର ଡ୍ରେସ୍‌ ପିନ୍ଧି ସତ ସତିକା କୁମ୍ଭୀର ସହ ଖେଳୁଛନ୍ତି । ଖାଲି ଖେଳୁଛନ୍ତି ତାହା ନୁହେଁ, କୁମ୍ଭୀରର ଗୋଡ଼ ମଧ୍ୟ ଭିଡ଼ୁଛନ୍ତି । ଏମିତିକି କୁମ୍ଭୀର ତାହା ଜାଣିପାରୁଛି । କୁମ୍ଭୀର ଗୋଡ଼ ଭିଡ଼ିବା ମାତ୍ରେ ସେ ପଛକୁ ବୁଲି ଦେଖିବାକୁ ଚେଷ୍ଟା କରୁଛି । ହେଲେ ଠିକ୍‌ ସେହି ସମୟରେ ଯୁବକ ଜଣକ କୁମ୍ଭୀର ଡ୍ରେସ୍‌ ଭିତରକୁ ହାତ ଫେରାଇ ନେଉଛନ୍ତି । ଆଉ ଲୁଚି ଯାଉଛନ୍ତି । ଯାହାଫଳରେ କୁମ୍ଭୀର ଜାଣିପାରୁନି ଯେ, ଗୋଟିଏ ମିଛ କୁମ୍ଭୀର ତା’ସହ ଖେଳୁଛି ।

 

ବ୍ୟକ୍ତି ଜଣକ କୁମ୍ଭୀର ଡ୍ରେସ୍‌ ପିନ୍ଧି ଅବିକଳ କୁମ୍ଭୀର ଭଳି ଦେଖାଯାଉଛନ୍ତି । ସତ କୁମ୍ଭୀର ଯେଉଁଠି ଶୋଇଛି, ତା ପାଖରେ ଯୁବକ ଜଣକ ଯାଇ ଶୋଇଛନ୍ତି । ଭିଡିଓକୁ ଅଚାନକ ଦେଖିଲେ ଜାଣି ହେବନି, ସତ କୁମ୍ଭୀର କିଏ ଆଉ ମିଛ କୁମ୍ଭୀର କିଏ ।

ଏହି ଭିଡିଓକୁ ନରେନ୍ଦ୍ର ସିଂହ ନାମକ ଜଣେ ବ୍ୟକ୍ତି ଟ୍ୱିଟରରେ ସେୟାର କରିଛନ୍ତି । ଭିଡିଓଟି ମାତ୍ର ୧୦ ସେକେଣ୍ଡର । ହେଲେ ଏହା ଖୁବ୍‌ ଭାଇରାଲ ହେଉଛି । ଭିଡିଓଟି କୌଣସି ଏକ ନଦୀ କୂଳରେ ସୁଟ୍‌ କରାଯାଇଥିବା ଭଳି ଜଣାପଡ଼ୁଛି ।