• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରେମର କୌଣସି ବୟସ ସୀମା ନଥାଏ । ପ୍ରେମ କାହାକୁ କେତେବେଳେ ଓ କେଉଁଠି ବି ହୋଇପାରେ । କିନ୍ତୁ ଯେତେ ପ୍ରେମ କଲେ ବି ଆମକୁ ସମାଜର ପରିଧି ଭିତରେ ରହି କାମ କରିବାକୁ ହେବ । ଯେତେବେଳେ ପ୍ରେମ ପାଇଁ ଆମେ ସମାଜର ନିୟମ କାନୁନ ଭାଙ୍ଗିବାକୁ ଚେଷ୍ଟା କରୁ, ସେତେବେଳେ ବିରୋଧର ସ୍ୱର ଉଠିଥାଏ । ଏବେ ଠିକ୍‌ ଏମିତି କିଛି ବିରୋଧକୁ ସାମ୍ନା କରୁଛନ୍ତି କ୍ରିସ୍‌ ଓ ସବାନା ।

ଏମାନଙ୍କ ମଧ୍ୟରେ ୧୬ ବର୍ଷର ଅନ୍ତର ରହିଛି । କିନ୍ତୁ ଏହି ବୟସ ତଫାତ୍‌ ଠାରୁ ବଡ଼ ସମସ୍ୟା ଅନ୍ୟ କିଛି । ଯାହା ଜାଣିବା ପରେ ଆପଣଙ୍କୁ ମୁଣ୍ଡରେ ହାତ ଦେବା ପାଇଁ ବାଧ୍ୟ କରିବ । କଥାଟା ହେଲା କ୍ରିସ୍‌ଙ୍କ ଝିଅର ଚେହେରା ତାଙ୍କ ପତ୍ନୀଙ୍କ ସହ ମିଶୁଛି । ସୋସିଆଲ ମିଡିଆ ସାଇଟ୍‌ ଟିକ୍‌ଟକ୍‌ରେ କ୍ରିସ୍‌ ଏବଂ ସବାନା ନିଜର କଛି ରିଲେସନ୍‌ସିପ୍‌ ଭଡିଓ ପୋଷ୍ଟ କରିଥିଲେ । ଏହାପରେ ସେମାନଙ୍କ ମଧ୍ୟରେ ଥିବା ବୟସର ଅନ୍ତରକୁ ନେଇ ଖୁବ୍‌ ଚର୍ଚ୍ଚା ଆରମ୍ଭ ଆରମ୍ଭ ହୋଇଥିଲା । ଲୋକେ ଏହାକୁ ସମାଲୋଚନା କରିବା ଆରମ୍ଭ କରିଥିଲେ ।

ଅଧିକ ପଢ଼ନ୍ତୁ: ପ୍ରେମିକ ସହ ଫେରାର ହୋଇଗଲା ପତ୍ନୀ, ବିନା ହିଂସାରେ ସାଂଘାତିକ ପ୍ରତିଶୋଧ ନେଲା ସ୍ୱାମୀ...

ହେଲେ ଏହି ସମାଲୋଚନା ଥମିବା ପୂର୍ବରୁ ଆଉ କିଛି ଏମିତି ଘଟଣା ଘଟିଲା, ଯାହା ଲୋକଙ୍କୁ ଆଚମ୍ବିତ କଲା । ଲୋକମାନେ ସେମାନଙ୍କ ବୟସ ଅନ୍ତରକୁ ଆଲୋଚନା କରୁଥିବା ବେଳେ ହଠାତ୍‌ କ୍ରିସ୍‌ଙ୍କ ଝିଅ ସାମ୍ନାକୁ ଆସିଲା । ଆଉ ଏହାପରେ ସତେ ଯେମିତି ବିସ୍ଫୋରଣ ହେଲା ।

କାରଣ କ୍ରିସ୍‌ଙ୍କ ଝିଅର ଚେହେରା ତାଙ୍କ ପତ୍ନୀଙ୍କ ସହ ପ୍ରାୟ ମିଶୁଛି । ଏହାକୁ ନେଇ ଉଭୟଙ୍କ ଅଫିସ୍‌ଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁଠି ହଙ୍ଗାମା ଚାଲିଲା । କ୍ରିସ୍‌ଙ୍କୁ ଲୋକେ ନାନା ପ୍ରକାର ସମାଲୋଚନା କଲେ ।

କ୍ରିସ ଏବଂ ସବାନାଙ୍କ ମଧ୍ୟରେ ବୟସର ଅନ୍ତର କେବେ ବି ବାଧା ସୃଷ୍ଟି କରିନାହିଁ । ଏହାକୁ ସେ ଆଦୌ ଗୁରୁତ୍ୱ ଦେଇ ନାହାନ୍ତି । ଉଭୟ ଟିକ୍‌ଟକ୍‌ରେ ନିଜ ପ୍ରେମ କାହାଣୀର ଖୁବ୍‌ ପ୍ରମୋସନ୍‌ କରିଛନ୍ତି । କ୍ରିସ୍‌ଙ୍କୁ ୪୪ ଓ ସବାନାଙ୍କୁ ୨୮ ବର୍ଷ ହୋଇଥିବା ବେଳେ ଉଭୟଙ୍କର ଭେଟ ହୋଇଥିଲା । ସେତେବେଳେ ସବାନା ଆମେରିକାରେ ନିଜର ସେଲୁନ୍‌ରେ ହେୟାର ଡିଜାଇନର ଭାବେ କାମ କରୁଥିଲେ । ସେମାନଙ୍କ ମଧ୍ୟରେ ଖୁବ୍‌ ଶୀଘ୍ର ପ୍ରେମ ଆରମ୍ଭ ହୋଇଥିଲା। ସେହି ସମୟରେ କ୍ରିସ୍‌ଙ୍କ ଛାଡ଼ପତ୍ରକୁ ନେଇ ମାମଲା ଚାଲିଥିଲା । ତେଣୁ ସେ ନିଜକୁ ଏକା ଅନୁଭବ କରୁଥିଲା । ଯେତେବେଳେ ତାଙ୍କର ଛାଡ଼ପତ୍ର ମାମଲାର ଫୈସଲା ଆସିଗଲା, ସେତେବେଳେ ସେ ସବାନାଙ୍କୁ ପ୍ରପୋଜ କରିଥିଲେ ।

କ୍ରିସ୍ ଏବଂ ସାବାନା ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ମଧ୍ୟ ବାନ୍ଧି ହୋଇଗଲେ । ସେମାନଙ୍କର ଏବେ ତିନୋଟି ସନ୍ତାନ । କ୍ରିସ୍‌ଙ୍କ ପ୍ରଥମ ପତ୍ନୀଙ୍କଠାରୁ ଏକ ଝିଅ ମଧ୍ୟ ଅଛି । ଯେତେବେଳେ ସେ ତାଙ୍କ ସହିତ ଫଟୋ ସେୟାର କଲେ, ସେତେବେଳେ ହିଁ ହଙ୍ଗାମା ଆରମ୍ଭ ହେଲା । ଆଉ ଲୋକମାନେ ସମାଲୋଚନା କରିବାକୁ ଆରମ୍ଭ କଲେ । ବାସ୍ତବରେ, ସାବାନା ଏବଂ କ୍ରିସ୍‌ଙ୍କ ପ୍ରଥମ ଝିଅର ଚେହେରା ଖୁବ୍‌ ମିଶୁଛି । ଉଭୟଙ୍କ ବୟସ ମଧ୍ୟ ପ୍ରାୟ ସମାନ । ତେଣୁ ଲୋକ ଭାବିଛନ୍ତି ଯେ, କ୍ରିସ୍‌ ନିଜ ଝିଅ ସହ ପ୍ରେମ ସମ୍ପର୍କ ରଖିଛନ୍ତି । ଲୋକମାନେ ସେହି ଫଟୋରେ ଅନେକ ନେଗେଟିଭ୍‌ କମେଣ୍ଟ ମଧ୍ୟ ଦେଇଛନ୍ତି ।

ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ନିଜ ଝିଅ ଭଳି ଦେଖାଯାଉଥିବା ପତ୍ନୀଙ୍କୁ ସେ କେମିତି ଛୁଇଁପାରୁଛନ୍ତି । ଝିଅ ଭଳି ଦେଖାଯାଉଥିବା ମହିଳାଙ୍କ ସହ ତାଙ୍କର କେମିତି ପ୍ରେମ ହେଲା । ସେ କ’ଣ ନିଜ ଝିଅ ସହ ଡେଟ୍‌ କରିବାକୁ ଚାହୁଁଥିଲେ କି ? ଏଭଳି ନାନା ନାକାରାତ୍ମକ କମେଣ୍ଟ ଶୁଣୁଥିଲେ ବି କ୍ରିସ୍‌ ଏବଂ ସବାନାଙ୍କୁ କିଛି ଫରକ ପଡ଼ୁନାହିଁ । ସେମାନେ ନିଜ ପରିବାର ସହ ଖୁସିରେ ବସବାସ କରୁଛନ୍ତି ।