• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏବେ ଡିଜିଟାଲର ଯୁଗ । କିଣା ବିକା ସବୁ ହେଉଛି ଡିଜିଟାଲ ମୋଡ୍‌ରେ । ଏମିତିକି ଚା’ ଟିକେ ପିଇଲେ ବି ଲୋକେ ଡିଜିଟାଲ ପେମେଣ୍ଟ ଆପ୍‌ ବ୍ୟବହାର କରୁଛନ୍ତି । ହାତରେ କ୍ୟାସ୍‌ ଧରି ବାହାରିବାକୁ ଲୋକଙ୍କୁ ଆଉ ଭଲ ଲାଗୁନି । ଏଟିଏମ୍ ଯାଇ ଟଙ୍କା ଉଠାଇ ରଖିବାକୁ ଲୋକଙ୍କୁ ଭାରି କଷ୍ଟ । ଏତେ ପରିଶ୍ରମ ନକରି ମୋବାଇଲ୍‌ ଗୋଟିଏ ଆପ୍‌ ଇନ୍‌ଷ୍ଟଲ କର, ବାସ୍‌ କାମ ଖତମ । ଯୁଆଡ଼େ ବି ଯାଅ UPI QR କୋଡ୍‌ ସ୍କାନ୍ କର ଆଉ ପେମେଣ୍ଟ କର । ଏଥିରେ ଖୁଚୁରା ଟଙ୍କା ଫେରାଇବା ସମସ୍ୟା ବି ନାହିଁ ।

ତେବେ ଆମେ ଆଜି ଆପଣଙ୍କୁ ଯେଉଁ କାହାଣୀ କହିବୁ ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯିଏ କି ମୋବାଇଲ ଧରି ବାହାରକୁ ଯିବାକୁ ପସନ୍ଦ କରନ୍ତି ନାହିଁ । ସେମାନେ ଏତେ ଅଳସୁଆ ଯେ, ସାଙ୍ଗରେ ମାବାଇଲ ନେବାକୁ ବି କୁଣ୍ଠା ପ୍ରକାଶ କରନ୍ତି । ଆଉ ପେମେଣ୍ଟ କଥା ତ ଛାଡ଼ନ୍ତୁ । ଏଠି ଆପଣ ଭାବୁଥିବେ ଯେ, ଯଦି ଲୋକମାନେ ସାଙ୍ଗରେ ଟଙ୍କା ନେବେନି କିମ୍ବା ମୋବାଇଲ ନେବେନି ତେବେ କେମିତି କିଣାକିଣି କରିବେ ? କେମିତି କରିବେ ପେମେଣ୍ଟ ?

ଆସନ୍ତୁ ଜାଣିବା ଏହି ଅଳସୁଆ ବ୍ୟକ୍ତିଙ୍କ ବିଷୟରେ ।

ତାଇୱାନ୍‌ର ଜଣେ ବ୍ୟକ୍ତି ଯିଏ କି ଏତେ ଅଳସୁଆ ଯେ, ସାଙ୍ଗରେ ମୋବାଇଲ ନେବାକୁ ବି ତାଙ୍କୁ କଷ୍ଟ ଲାଗେ । ତେଣୁ ସେ ଏକ ଉପାୟ ଚିନ୍ତା କଲେ । ଆଉ ନିଜ ହାତରେ ଏକ ବାର୍‌କୋଡ୍‌ ପେମେଣ୍ଟ ଟାଟୁ ଆଙ୍କିଲେ । ସାଧାରଣତଃ ଯେକୌଣସି ଟାଟୁ କଳାକାରଙ୍କ ପାଇଁ ବାରକୋଡ୍ ଭଳି ଅବିକଳ ଟାଟୁ ଆଙ୍କିବା କଷ୍ଟ । କିନ୍ତୁ ୟାଙ୍କ କ୍ଷେତ୍ରରେ ଏହା ସଫଳ ହୋଇଗଲା । ଏହି ବ୍ୟକ୍ତି ଜଣକ ନିଜ ହାତରେ ବାର୍‌କୋଡ୍‌ ଟାଟୁ କରି ବଜାରକୁ ଗଲେ । ଆଉ ତାହାରି ମାଧ୍ୟମରେ ହିଁ ସେ ସବୁ ପାମେଣ୍ଟ କରିବାକୁ ଲାଗିଲେ ।

ଏହି ଘଟଣା ପୁରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଗଲା । ଏମିତିକି ଏବେ ସାରା ବିଶ୍ୱରେ ଏହି ଖବର ଶୁଣିବାକୁ ମିଳୁଛି । ଜାତୀୟ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଏହି ଖବର ଏବେ ପ୍ରସାରିତ ହେଉଛି । ବାରକୋଡ୍ ସାଧାରଣତଃ ଜିନିଷ ପତ୍ର ଉପରେ ରହିଥାଏ । ବିଭିନ୍ନ ବାର୍‌କୋଡ୍‌ର ଭିନ୍ନ ଭିନ୍ନ ଫର୍ମାଟ୍‌ ଥାଏ । ଟିକିଏ ବି ଏପଟ ସେପଟ ହେଲେ ଏହା କାମ କରିନଥାଏ । ତେବେ ଏହି ତାୱାନ୍‌ ବ୍ୟକ୍ତି ଜଣକ କିନ୍ତୁ ଏଭଳି କାର୍ଯ୍ୟରେ ସଫଳ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ: QR କୋଡ୍‌ ସ୍କାନ୍‌ କରିବା ସମୟରେ ସାବଧାନ୍‌ ! ଗୋଟିଏ ଭୁଲ, ଖାଲି କରିଦେବ ଆକାଉଣ୍ଟ୍‌

ହେଲେ ସବୁଠାରୁ ବଡ଼ କଥା ହେଲା ସେ ଅନ୍ୟମାନଙ୍କୁ ଏଭଳି କରିବା ପାଇଁ ବିଲ୍‌କୁଲ ବି ପ୍ରୋତ୍ସାହିତ କରିନାହାନ୍ତି । କାରଣ ଏହା ଦ୍ୱାରା ଅନେକ ସମସ୍ୟା ହେବାର ସମ୍ଭାବନା ରହିଛି । ଏହା କେବେ ବି ଏକ ସ୍ଥାୟୀ ସମାଧାନ ନୁହେଁ । କାରଣ ଶରୀରେ କରାଯାଇଥିବା ବାରକୋଡ୍‌ ଟାଟୁ କିଛି ଦିନ ପରେ ଫିକା ପଡ଼ିବାରେ ଲାଗିବ । ଯାହାଫଳରେ ଏହା କାମ କରିବ ନାହିଁ ଆଉ ଲୋକଙ୍କୁ ପେମେଣ୍ଟ କରିବାରେ ଅସୁବିଧା ହେବ । ମଣିଷ ଶରୀରର ଚମଡ଼ା ପ୍ରତି ବର୍ଷ କିମ୍ବା ପ୍ରତି ଋତୁରେ ବଦଳି ଯାଏ । କେତେବେଳେ ଖରା ହେଳେ ଝାଉଁଳି ଯାଏ ତ ଶୀତ ହେଲେ ଶୁଖିଯାଏ । ଯାହାକି ଏହି ବାରକୋଡ୍‌ ଉପରେ ପ୍ରଭାବ ପଡ଼ିଥାଏ । ଏହା କାମ କରିନଥାଏ । ତେଣୁ ଅନ୍ୟ କେହି ଏଭଳି ପ୍ରୟାସ ନକରିବାକୁ ସେ ପରୋକ୍ଷରେ ପରାମର୍ଶ ଦେଇଛନ୍ତି ।

ତେବେ ସବୁଠାରୁ ବଡ଼ କଥା ହେଲା, ଯେଉଁ ବ୍ୟକ୍ତି ନିଜ ହାତରେ ଏଭଳି ବାରକୋଡ୍‌ କରିଛନ୍ତି । ସେ ନିଜ ନାଁକୁ ଲୋକଲୋଚନକୁ ଆଣିବାକୁ ଚାହାନ୍ତି ନାହିଁ । ଏନେଇ ତାଇୱାନ୍‌ର ଏକ ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟରେ ପ୍ରକାଶ ପାଇଛି ।