/odishatv-khabar/media/post_attachments/uploadimage/library/16_9/16_9_0/QR_Code_1669103990.jpg)
QR Code
ଡିଜିଟାଲ୍ ଯୁଗରେ ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର ଠକେଇ । ଅନ୍ଲାଇନ ବ୍ୟବସ୍ଥାରେ ଅନେକ ସୁବିଧା ମିଳୁଥିବାରୁ ୱେବସାଇଟରୁ ଲୋକମାନେ ଗ୍ରୋସରୀ ଠାରୁ ଆରମ୍ଭ କରି ପୋଷାକପତ୍ର କିଣାକିଣି ପାଇଁ ପସନ୍ଦ କରୁଛନ୍ତି । ହେଲେ ବେଳେ ବେଳେ ଏଥିପାଇଁ ଅକଳରେ ପଡ଼ିଯାଉଛନ୍ତି ସାଧାରଣ ଜନତା । ସାଇବର ଠକମାନେ ଲୋକଙ୍କୁ ବିଭିନ୍ନ ଜାଲରେ ଫସାଇ ବହୁ ଟଙ୍କା ହଡ଼ପ କରୁଛନ୍ତି । ଏହି କାରଣରୁ ଲୋକଙ୍କୁ ସର୍ବଦା ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି । ବର୍ତ୍ତମାନ QR କୋଡ୍ ସ୍କାମ ମଧ୍ୟ ଚାଲିଥିବା ଦେଖିବାକୁ ମିଳୁଛି । ଏଥିରେ ଆପଣ QR କୋଡ୍ ସ୍କାନ୍ କରିବା ମାତ୍ରେ, ତୁରନ୍ତ ଟଙ୍କା ସ୍କାମରଙ୍କ ଆକାଉଣ୍ଟକୁ ପହଞ୍ଚିଯିବ । ଏହାପୂର୍ବରୁ ଅନେକ ରିସର୍ଚ୍ଚ ଫାର୍ମ ମଧ୍ୟ ଏ ସମ୍ପର୍କରେ ଚେତାବନୀ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ: ଆଉ ରହିବନି ଚୋରି ଭୟ; ଏଣିକି ସିଲିଣ୍ତରରେ ବି ଲାଗିବ QR କୋଡ୍
QR କୋଡ୍ ସ୍କାମ ନୂଆ ନୁହେଁ । ଅନେକ ଥର ଲୋକମାନେ OLX ତଥା ଅନ୍ୟାନ୍ୟ ପେମେଣ୍ଟ୍ ସମୟରେ ଏପରି ଘୋଟାଲାର ଶିକାର ହୁଅନ୍ତି । ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଜଣେ ମହିଳା OLX ରେ ବିକ୍ରୟ ପାଇଁ କିଛି ସାମଗ୍ରୀର ଆଡ୍ ଦେଇଥିଲେ । ଆଉ ସେ ଆଡ୍ ଦେଉ ଦେଉ ସ୍କାମର ଜିନିଷ କିଣିବା ପାଇଁ ମେସେଜ୍ କରିଥିଲା । ଆଉ ଲାଟେଷ୍ଟ୍ ପ୍ରାଇସ୍ରେ ହିଁ ସାମଗ୍ରୀ କିଣିବା ପାଇଁ ରାଜି ହୋଇଯାଇଥିଲା । ଏହା ପରେ ମହିଳାଙ୍କ ପାଖକୁ ଏକ QR କୋଡ୍ ସେଣ୍ଡ୍ କରି ପେମେଣ୍ଟ୍ କରିବ ବୋଲି ବିଶ୍ୱାସ ଜନ୍ମାଇଥିଲା ।
ହେଲେ ସାଇବର୍ ଠକ ପଠାଇଥିବା QR କୋଡରେ ସ୍କାନ୍ କରିବା ପରେ ତାଙ୍କର ଟଙ୍କା କଟି ଯାଇଥିଲା । ଏହାକୁ ନେଇ ସାଇବର୍ ଥାନାରେ ରିପୋର୍ଟ କରାଯାଇଥିଲା । ଅନ୍ୟପଟେ QR କୋଡକୁ ନେଇ ଏବେ ଆଉ ଏକ ଉପାୟରେ ଠକୁଛନ୍ତି ଦୁର୍ବୃତ୍ତ । ପେଟ୍ରୋଲ ପମ୍ପ କିମ୍ବା ସପିଂ ମଲ୍ରେ QR କୋଡ ବଦଳାଇ ଦେଉଛନ୍ତି । ଏହି କ୍ଷେତ୍ରରେ ଗ୍ରାହକ ଟଙ୍କା ପଇଠ କରିବା ପରେ ସିଧାସଳଖ ଠକଙ୍କୁ ଆକାଉଣ୍ଟକୁ ଚାଲିଯାଏ ପଇସା ।
ତେଣୁ ଏଭଳି ଠକାମିରୁ ବଞ୍ଚିବା ପାଇଁ QR କୋଡ୍ ସ୍କାନ୍ କରିବା ସମୟରେ ଦୋକାନୀ ସହ କଥା ହୋଇ ଟଙ୍କା ଦିଅନ୍ତୁ । କେବଳ ଏତିକି ନୁହେଁ QR କୋଡ୍ ସ୍କାନ୍ କରି କୌଣସି ଅଜଣା ୱେବସାଇଟ୍ ଅଧିକ ଡିସକାଉଣ୍ଟ୍ ଦେବାର ପ୍ରଲୋଭନ ଦେଖାଇଲେ, ଏଥିରେ ଭଳିଯାଆନ୍ତୁ ନାହିଁ । ସଠିକ ଯାଞ୍ଚ କରି ଟଙ୍କା ପଇଠ୍ କରନ୍ତୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)