ଜଣେ ବ୍ୟକ୍ତି ରାସ୍ତାକଡ଼ ଠେଲାରୁ ଆଇସିକ୍ରିମ୍ କିଣିଥିଲେ । ଯେତେବେଳେ ଏହାକୁ ଖାଇବାରୁ ରାପର୍ ଖୋଲିଲେ, ତାଙ୍କ ହୋସ୍ ଉଡିଗଲା । କାରଣ ଆଇସିକ୍ରିମ୍ ଭିତରେ ଥିଲା ଗୋଟିଏ ବିଷଧର ସାପ୍ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୁରା ସତ ! ଏହି ଘଟଣା ଥାଇଲ୍ୟାଣ୍ଡର । ନକଲେନ୍ଗବୁନ ନାମକ ଜଣେ ବ୍ୟକ୍ତି ଏହାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେ ଏହି ଆଇସିକ୍ରିମକୁ କିଣିଥିଲେ । ଫଟୋରେ ସାପଟି ଆଇସିକ୍ରିମରେ ଅଧା ଲୁଚିଯାଇଥିବା ଦେଖାଯାଉଛି ।
ଅଧିକ ପଢ଼ନ୍ତୁ: ବାପା କରୁଥିଲେ ଭିଡିଓ ରେକର୍ଡ଼ିଂ; ପୁଅକୁ ଜୀଅନ୍ତା ଗିଳିଦେଲା ତିମି ଆଉ ତା'ପରେ...
ଆଇସିକ୍ରିମ୍ କିଣିଥିବା ନକଲେଙ୍ଗବୁନ୍ଙ୍କ ଘର ସେଣ୍ଟ୍ରାଲ ଥାଇଲ୍ୟାଣ୍ଡରେ । ସେ ରାସ୍ତାକଡ ଏକ ଦୋକାନରୁ ବ୍ଲାକ ବିନ ଆଇସିକ୍ରିମ କିଣିଥିଲେ । ଏହାକୁ ଖାଇବାକୁ ଖୋଲିବା ବେଳେ ଆଇସିକ୍ରିମ୍ ଭିତରେ ଗୋଟିଏ ସାପ ଜମିଥିବା ଦେଖିବାକୁ ପାଇଥିଲେ । ସେ ଫଟୋକୁ ଫେସ୍ବୁକରେ ପୋଷ୍ଟ କରିଛନ୍ତି ।
ଏଥିରେ ସେ ଥାଇ ଭାଷାରେ ଲେଖିଛନ୍ତି, ''ଏତେ ବଡ଼ ଆଖି ! ଇଏ କ'ଣ ମରିଯାଇଛି ? ଏହି ଫଟୋଟି ସତ । କାରଣ ମୁଁ ନିଜେ ଏହି ଆଇସିକ୍ରିମ୍ କିଣିଛି ।''
ତାଙ୍କର ଏହି ପୋଷ୍ଟ ସଙ୍ଗେ ସଙ୍ଗେ ଭାଇରାଲ୍ ହୋଇଯାଇଥିଲା । ଏଥିରେ ହଜାର ହଜାର କମେଣ୍ଟ ଓ ପ୍ରତିକ୍ରିୟା ମିଳିଛି । କିଛି ୟୁଜର ଏହାକୁ ଭୟାନକ କହିଥିବାବେଳେ ଆଉ କିଛି ମଜାଳିଆ କମେଣ୍ଟ ଦେଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି-ଏହା ଭୟାନକ । ଏଥିରେ ଆଉ ଜଣେ ଲେଖିଛନ୍ତି, ଠିକ୍ ଅଛି ! ଆପଣଙ୍କ ଆଇସିକ୍ରିମ ସହ ଆଉ କିଛି ଏକ୍ସଟ୍ରା ପ୍ରୋଟିନ ମିଳୁଛି । ସେହିପରି ଅନ୍ୟ ଜଣେ ୟୁଜର କହିଛନ୍ତି- ଏହି କାରଣରୁ ମୁଁ ରାସ୍ତାକଡ ଠେଲାରୁ ଖାଦ୍ୟ କିଣେ ନାହିଁ ।
ନକଲେଙ୍ଗବୁନ୍ଙ୍କ ଦ୍ୱାରା ପୋଷ୍ଟ ହୋଇଥିବା ଫଟୋରେ କଳା ଓ ହଳଦିଆ ରଙ୍ଗର ଛୋଟିଆ ସାପ ନଜର ଆସୁଛି । ଏହା ଆଇସିକ୍ରିମ ଭିତରେ ପୁରାପୁରା ଜମିଯାଇଛି । ସାପର ମୁଣ୍ଡ ସ୍ପଷ୍ଟ ଭାବେ ଦେଖାଯାଉଛି । କିଛି ସୋସିଆଲ ମିଡିଆ ୟୁଜର୍ସ ଏହି ସାପ 'ଗୋଲ୍ଡେନ ଟ୍ରି ସ୍ନେକ' ହୋଇଥିବାର ଅନୁମାନ କରିଛନ୍ତି, ଯାହାକି ସାମାନ୍ୟ ବିଷଧର ।