Advertisment

ସଫାରୀ ବସ୍‌ ଉପରକୁ ଚଢ଼ିଗଲା ବାଘ; ଭୟରେ ଥରିଲେ ପର୍ଯ୍ୟଟକ, ଦେଖନ୍ତୁ ଭିଡିଓ

ଚିତାବାଘକୁ ଅତି ନିକଟରୁ ଦେଖିବାକୁ ଆସିଥିଲେ ପର୍ଯ୍ୟଟକ। ଶିକାର କରିବା ପାଇଁ ବସ୍ ଉପରକୁ ଚଢିଗଲା ବାଘ। କର୍ଣ୍ଣାଟକର ବନ୍ନେରଘଟା ଜାତୀୟ ଉଦ୍ୟାନର ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

author-image
Sonali Ojha
ଅଦ୍ୟତନ ହୋଇଛି
Leopard attempts to climb bus full of tourists in Karnataka, viral video

Leopard

ଚିତାବାଘକୁ ଅତି ନିକଟରୁ ଦେଖିବାକୁ ଆସିଥିଲେ ପର୍ଯ୍ୟଟକ। କିନ୍ତୁ ଶିକାର କରିବା ପାଇଁ ବସ୍ ଉପରକୁ ଚଢ଼ିଗଲା ବାଘ। କର୍ଣ୍ଣାଟକର ବନ୍ନେରଘଟା ଜାତୀୟ ଉଦ୍ୟାନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଠି ଚିତାବାଘ ସଫାରୀ ବସ୍‌ର ଝରକାରେ ଚଢିବାକୁ ଚେଷ୍ଟା ଜାରି ରଖିଛି।

Advertisment

ଅଧିକାରୀଙ୍କ କହିବାନୁସାରେ, ରବିବାର ସଫାରି ସମୟରେ ଏହି ଘଟଣା ଘଟିଥିଲା ​​। ଯେତେବେଳେ ବସ୍ ବନ୍ୟଜନ୍ତୁଙ୍କୁ ଅତି ନିକଟରୁ ଦେଖାଇବା ପାଇଁ ଯାଉଥିଲା ସେତେବେଳେ ଏକ ଚିତାବାଘ ବସ୍ ନିକଟକୁ ଆସିଗଲା। ଆଉ ଝରକା ଉପରକୁ ଚଢିଗଲା। ଅନ୍ୟ ଏକ ବସ୍‌ରେ ଥିବା ପର୍ଯ୍ୟଟକମାନେ ଏହି ସମୟର ଦୃଶ୍ୟକୁ କ୍ୟାମେରାରେ କଏଦ କରିଥିଲେ।

ଅଧିକ ପଢ଼ନ୍ତୁ: Viral Video: ବିପଦପୂର୍ଣ୍ଣ ଜଙ୍ଗଲ ସଫାରୀ! ପର୍ଯ୍ୟଟକଙ୍କ ଆଡ଼କୁ ମାଡ଼ି ଆସିଲା ବାଘ

Advertisment

ପର୍ଯ୍ୟଟକମାନେ ପ୍ରଥମେ ଭୟଭୀତ ହୋଇଯାଇଥିଲେ କିନ୍ତୁ କିଛି ସମୟ ପରେ ସେମାନେ ଏହାକୁ ଉପଭୋଗ କରିବାକୁ ଲାଗିଲେ। ଚିତାବାଘ ହଠାତ ଆସିଯିବାରୁ ଭୟର ବାତାବରଣ ସୃଷ୍ଟି ହୋଇଥିଲା। କିନ୍ତୁ ପର୍ଯ୍ୟଟକମାନେ ଏହି ବିରଳ ଦୃଶ୍ୟକୁ ଉପଭୋଗ ବି କରିଥିଲେ। ସଫାରି ବସରେ ୱିଣ୍ଡୋ ଜାଲି ରହିଥିଲା। ଏଥିରେ ସମସ୍ତେ ସୁରକ୍ଷିତ ଥିଲେ ଓ କୌଣସି ଅଘଟଣ ଘଟି ନଥିଲା।

ଚିତାବାଘଟି ବୁଦା ପଛରେ ଲୁଚି ରହିଥିଲା। ସଫାରି ବସ୍ ଆସିବା ମାତ୍ରେ ସେ ବସ୍ ନିକଟକୁ ଯାଇ ଝରକା ଉପରକୁ ଚଢିବାକୁ ଲାଗିଲା। କିଛି ଲୋକ ଏହି ଘଟଣାକୁ ନିଜ ଫୋନରେ କଏଦ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଲୋକମାନେ ଏହି ବିଷୟରେ ଭିନ୍ନ ପ୍ରତିକ୍ରିୟା ଦେଇଥିଲେ । ଅନେକ ଲୋକ ଏହାକୁ ଭୟାନକ ଏବଂ କେତେକ ଏହାକୁ ଚକିତ କଲା ଭଳି ଦୃଶ୍ୟ ବୋଲି କହିଛନ୍ତି। କେତେକ ଚିତାବାଘର ସୌନ୍ଦର୍ଯ୍ୟକୁ ପ୍ରଶଂସା କରୁଥିବାବେଳେ ବାଘଟି ଶିକାର ପାଇଁ ବାହାରିଛି ବୋଲି କମେଣ୍ଟ କରିଛନ୍ତି।

Leopard
Advertisment
Advertisment