/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682594258.jpg)
Jungle safari, Tiger Attack
ଜଙ୍ଗଲ ସଫାରୀ । ଏବେ ଏହା ଏକପ୍ରକାର ଟ୍ରେଣ୍ଡ ପାଲଟିଲାଣି । ଜଙ୍ଗଲ ଭିତରେ ନିବୁଜ ଗାଡ଼ିରେ ଯାଇ ଜୀବଜନ୍ତୁଙ୍କୁ ପାଖରୁ ଦେଖିବା, ସେମାନେ ଜଙ୍ଗଲରେ କିଭଳି ବିଚରଣ କରୁଛନ୍ତି ଦେଖିବା ଆଉ ସେମାନେ କିଭଳି ଶିକାର କରୁଛନ୍ତି ତାକୁ ମଧ୍ୟ ଲାଇଭ୍ ଦେଖିବା ପାଇଁ ଲୋକଙ୍କ ମନରେ ଦିନକୁ ଦିନ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଏବେ ପ୍ରାୟ ସବୁ ଫରେଷ୍ଟ ରିଜର୍ଭ ଅଞ୍ଚଳରେ ଜଙ୍ଗଲ ସଫାରୀର ସୁବିଧା କରାଯାଉଛି । ଆଉ ଲୋକଙ୍କର ଆଗ୍ରହ ମଧ୍ୟ ଧିରେ ଧିରେ ବଢ଼ୁଛି ।
ତେବେ ଏହି ଜଙ୍ଗଲ ସପାରୀ ବେଳେ କେତେବେଳେ ଯେ, ଦୁର୍ଘଟଣା ଘଟିବ ତାହା କହିବା ମୁସ୍କିଲ । କାରଣ ଏଠାରେ ହିଂସ୍ର ବନ୍ୟ ଜୀବଜନ୍ତୁ ଖୋଲାରେ ବୁଲିଥାନ୍ତି । ପର୍ଯ୍ୟଟକଙ୍କୁ ସାଧାରଣତଃ ସେମାନେ ଆକ୍ରମଣ କରିନଥାନ୍ତି, କିନ୍ତୁ କେତେବେଳେ ଯେ କିଛି ଅଘଟଣ ଘଟିବ ତାକୁ ଏଡ଼େଇ ଦିଆଯାଇନପାରେ । ତେବେ ଆଜି ଆମେ ଯେଉଁ ଭାଇରାଲ ଭିଡିଓ ଦେଖାଇବୁ, ତାକୁ ଦେଖିଲା ପରେ ଆପଣ ଜଙ୍ଗଲ ସଫାରୀ ପାଇଁ ନିଶ୍ଚୟ ଡରିବେ । ନଚେତ ଜଙ୍ଗଲ ସପାରୀ କରିବା ବେଳେ ଅଧିକ ସତର୍କ ରହିବେ ।
ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, କିଛି ପର୍ଯ୍ୟଟକ ଗାଇଡ୍ ସହ ଜଙ୍ଗଲ ସଫାରୀ କରିବାକୁ ଯାଇଛନ୍ତି । ଆଉ ସେତିକି ବେଳେ ବିରାଟ ବାଘ ତାଙ୍କ ସାମ୍ନାକୁ ଆସୁଛି । ତାକୁ ଦେଖି ଗାଡ଼ିରେ ବସିଥିବା ପର୍ଯ୍ୟଟକ ଭୟରେ ଚିତ୍କାର କରିବାକୁ ଲାଗିଲେ । ଆଉ ଲୋକଙ୍କ ଚିତ୍କାର ଶୁଣି ବାଘଟି ଚିଡ଼ି ଯାଉଛି । ଏମିତିକି ବାଘଟି ରାଗି ଯାଇ ଲୋକଙ୍କ ଆଡ଼ୁ ମାଡ଼ି ଆସୁଛି । ହେଲେ ଗାଇଡ୍ ଜଣକ ଲୋକଙ୍କୁ ଚୁପ୍ ରହିବାକୁ କହୁଛନ୍ତି, ଆଉ ବାଘକୁ ଡରାଇବାକୁ ଚେଷ୍ଟା କରୁଛନ୍ତି । ବାଘଟି ସେଠାରୁ ପ୍ରଥମେ ଦୌଡ଼ି ପଳାଇଥିଲା କିନ୍ତୁ ଲୋକଙ୍କ ପାଟି ଶୁଣି ପୁଣି ଫେରିଥିଲା । ଏମିତିକି ଦୁଇ ଥର ଫେରିବା ପରେ ଶେଷରେ ବାଘଟି ଲୋକଙ୍କର କୌଣସି କ୍ଷତି ନକରି ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିବା ଦେଖାଯାଇଛି ।
ତେବେ ଏଥିରୁ ଆମେ ଜାଣିଲେ ଯେ, ଜଙ୍ଗଲ ସଫାରୀ ଯେତିକି ରୋମାଞ୍ଚକର ସେତିକି ବିପଦଯୁକ୍ତ । ତେଣୁ ଜଙ୍ଗଲ ସଫାରୀ କରିବା ବେଳେ ସମସ୍ତେ ଅଧିକ ସତର୍କ ରହିବା, ପାଖରେ ଥିବା ଗାଇଡ୍ଙ୍କ କଥା ମାନିବା ଆଉ ଦୁଃସାହସ ଦେଖାଇବାଠାରୁ ଦୁରେଇ ରହିବା ଆବଶ୍ୟକ। ଜଙ୍ଗଲୀ ଜନ୍ତୁଙ୍କୁ ଚିଡ଼ାଇବା କିମ୍ବା ତାଙ୍କର କୌଣସି କ୍ଷତି କଲେ, ସେମାନେ ହିଂସ୍ର ହେବାର ଯଥେଷ୍ଠ ସଂଭାବନା ରହିଛି।
Striped monk gets irritated 😣
What will you do if at every designated hours people crash into your house as their matter of right? pic.twitter.com/4RDCVLWiRR— Susanta Nanda (@susantananda3) April 26, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)