• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିବାହ ବନ୍ଧନକୁ ନେଇ ଏବେ ଅନେକ ସମସ୍ୟା । କୁହାଯାଏ ପାଶ୍ଚାତ୍ୟ ଦେଶ ଗୁଡ଼ିକରେ ବିବାହ ବନ୍ଧନରେ ବାନ୍ଧି ହେବା ଯେତିକି ସହଜ, ତାଠାରୁ ଅଧିକ ସହଜ ବିବାହ ବିଚ୍ଛେଦ୍ । କିନ୍ତୁ ଆମ ଭାରତରେ ଏହା କୌଣସି ବି ଦିଗରୁ ସହଜ ନୁହେଁ । ଏଠି ଥରେ ବିବାହ ବନ୍ଧନରେ ବାନ୍ଧି ହେବା ମାନେ ଅଲଗା ହେବା ଖୁବ୍ କଷ୍ଟ । ହେଲେ ଭାରତରେ ଏବେ ବିବାହକୁ ନେଇ ବା ବୈବାହିକ ସମସ୍ୟା ଖୁବ୍ ଅଧିକ ହେଲାଣି । ଆଉ ବିଶେଷ କରି ଦିନକୁ ଦିନ ପରକିୟା ପ୍ରୀତି ମାମଲା ବଢ଼ିବାରେ ଲାଗିଛି ।

ତେବେ ଆଜି ଆମେ ଭାରତର ନୁହେଁ ବରଂ ଆପଣଙ୍କୁ ଏମିତି ଏକ କାହାଣୀ କହିବୁ ଯାହାକି ଆପଣଙ୍କୁ ଚିନ୍ତାରେ ପକାଇବ । ଜଣେ ମହିଳା ଅଭିଯୋଗ କରିଛନ୍ତି ‘ମୁଁ ମୋ ସ୍ୱାମୀଙ୍କ ଶୁଦ୍ଧକ୍ରିୟା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସେ ବଞ୍ଚିଥିବା ଜାଣିବାକୁ ପାଇଲି । ଆଉ ଖାଲି ବଞ୍ଚିଛନ୍ତି ନୁହେଁ ବରଂ ସେ ଅନ୍ୟ ଜଣେ ମହିଳାଙ୍କ ସହ ଜୀବନ ବିତାଉଛନ୍ତି ।’ ଏଭଳି କିଛି କଥା ଶୁଣିବା ପରେ ଆପଣ ନିଶ୍ଚୟ ଦ୍ୱନ୍ଦ୍ୱରେ ପଡ଼ିବେ । ଆଉ ପୁରା କାହାଣୀ ଜାଣିବାକୁ ଆଗ୍ରହ ପ୍ରକାଶ କରୁଥିବେ । 

ତେବେ ପୁରା କାହାଣୀଟି ହେଲା, ଜଣେ ମହିଳାଙ୍କ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହେଉଛି । ଯେଉଁଥିରେ ସେ କହିଛନ୍ତି, ‘ମୋ ସ୍ୱାମୀ ବଞ୍ଚିଛନ୍ତି କିନ୍ତୁ ମୁଁ ଜାଣିନାହିଁ । ୬ ମାସ ତଳେ ସେ ମରିଯାଇଥିବା ମୁଁ ଜାଣିଛି । ମୋତେ ମିଛ କହି ସେ ଅନ୍ୟ ଜଣେ ମହିଳାଙ୍କ ସହ ମେକ୍ସିକୋରେ ରହୁଛନ୍ତି ।’ ଏହି ମହିଳା ଜଣକ ହେଉଛନ୍ତି ଅନେସା ରୋଶି ।

ଦେଖନ୍ତୁ ଭିଡିଓ | ସାଙ୍ଗ ସହ ଫେରାର ହେଲା ସ୍ତ୍ରୀ, ଜିଅନ୍ତା ଶ୍ରାଦ୍ଧ ଦେଲେ ସ୍ୱାମୀ

ଅନେଶା କହିଛନ୍ତି ଯେ, ଟିକ୍‌ଟକ୍‌ ଭିଡିଓରେ ସେ ତାଙ୍କ ସ୍ୱାମୀଙ୍କୁ ଦେଖିଛନ୍ତି । ଯାହା ସହ ତାଙ୍କର ବ୍ରେକ୍ଅପ୍‌ ହୋଇଥିଲା । ଆଉ ବ୍ରେକ୍‌ଅପ୍‌ ହେବାର ୫ ମାସ ପରେ ସେ ଆତ୍ମହତ୍ୟା କରିଥିଲେ । ହେଳେ ଟିକ୍‌ଟକ୍‌ ଭିଡିଓରୁ ସେ ଜାଣିବାକୁ ପାଇଲେ ଯେ, ତାଙ୍କ ସ୍ୱାମୀ ବଞ୍ଚିଛନ୍ତି ଆଉ ପ୍ରାୟ ୬ ବର୍ଷ ହେଲା ଅନ୍ୟ ଜଣେ ମହିଳାଙ୍କ ସହ ମେକ୍ସିକୋରେ ବସବାସ କରୁଛନ୍ତି । ଅନ୍ୟପଟେ ସ୍ୱାମୀଙ୍କ ମରିବା ଦୁଃଖରେ ରୋଶି ନିଜ ପରିବାର ସହ ପୂର୍ବତନ ସ୍ୱାମୀଙ୍କ ଶ୍ରାଦ୍ଧ ପାଇଁ ପ୍ରସ୍ତୁତ ହେଉଥିଲେ । ସେ କାଲିଫର୍ଣ୍ଣିଆରେ ରହୁଥିଲେ ସତ କିନ୍ତୁ ଫ୍ଲୋରିଡାରେ ସ୍ୱାମୀଙ୍କ ଶ୍ରାଦ୍ଧ କରିବାକୁ ଯୋଜନା କରିଥିଲେ ।

ଏଥିପାଇଁ ସବୁ ବ୍ୟବସ୍ଥା ସରିଥିଲା । ହେଲେ ଶେଷ ମୁହୂର୍ତ୍ତରେ ତାଙ୍କ ପାଖକୁ ଜଣେ ବନ୍ଧୁ ଏକ ଟିକ୍‌ଟକ୍‌ ଭିଡିଓ ପଠାଇଲେ । ଆଉ ସେହି ଭିଡିଓ ଦେଖିବା ପରେ ରୋଶି ଚମକି ପଡ଼ିଲେ । ସେ ଦେଖିଲେ ଯେଉଁ ମୃତ ସ୍ୱାମୀଙ୍କ ପାଇଁ ସେ ଶ୍ରାଦ୍ଧ କରିବାକୁ ଯାଉଛନ୍ତି, ସେ ବଞ୍ଚିଛନ୍ତି ଆଉ ମେକ୍ସିକୋରେ ଅନ୍ୟ ଜଣେ ମହିଳାଙ୍କ ସହ ରହୁଛନ୍ତି । ଏହି ଖବର ଜାଣିବା ପରେ ସେ ପୋଲିସର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ପୋଲିସ ଉକ୍ତ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିଥିଲା । ହେଲେ ଉକ୍ତ ବ୍ୟକ୍ତି ରୋଶିଙ୍କ ସ୍ୱାମୀ ନୁହନ୍ତି ବୋଲି ସିଧା ସିଧା କହିଥିଲେ । ସେ କହିଥିଲେ ମୁଁ ଗତ ୬ ବର୍ଷ ହେବ ମୋ ପତ୍ନୀଙ୍କ ସହ ରହି ଆସୁଛି । ରୋଶିଙ୍କୁ ମୁଁ ଜାଣିନାହିଁ । ଏମିତିକି ରୋଶିଙ୍କ ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଉକ୍ତ ବ୍ୟକ୍ତି ପୋଲିସକୁ କହିଥିଲେ ।

ଏହି କଥା ଶୁଣିବା ପରେ ରୋଶି ପାଦ ତଳୁ ମାଟି ଖସିଯାଇଥିଲା । ଆଉ ସେ ଉକ୍ତ ବ୍ୟକ୍ତିଙ୍କ କଥାକୁ ବିଶ୍ୱାସ କରିପାରିନଥିଲେ । ଏବେ ଏହି ମାମଲାର କୌଣସି ନିଷ୍କର୍ସ ବାହାରି ନାହିଁ ।