Advertisment

Viral Video: ସରକାରୀ ଅଫିସରେ ବୃଦ୍ଧଙ୍କୁ ଅପେକ୍ଷା କରାଇବା ପଡ଼ିଲା ମହଙ୍ଗା; କର୍ମଚାରୀଙ୍କୁ 'ଠିଆ' ଦଣ୍ଡ ଦେଲେ CEO

କାମ ନ କରି ବୃଦ୍ଧଙ୍କୁ ଦୀର୍ଘ ସମୟ ଲାଇନ୍‌ରେ ଠିଆ କରାଇଲେ ଅଫିସ କର୍ମଚାରୀ। ତାଗିଦ୍ ସତ୍ତ୍ୱେ ବି ଶୁଣି ନଥିଲେ। ଏଥିରେ ରାଗିଯାଇ CEO ସେମାନଙ୍କୁ ୨୦ ମିନିଟ୍ ଠିଆହୋଇ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଅଦ୍ୟତନ ହୋଇଛି
Punishment

Punishment

Advertisment

ଅଫିସରେ କର୍ମଚାରୀଙ୍କୁ ମିଳିଲା ଠିଆ ଦଣ୍ଡ। ଦିଲ୍ଲୀ ନୋଏଡ଼ା ଅଫିସରେ ବରିଷ୍ଠ ନାଗରିକଙ୍କୁ ଦୀର୍ଘ ସମୟ ଅପେକ୍ଷା କରାଇବା ପଡିଲା ମହଙ୍ଗା। ବରିଷ୍ଠ ନାଗରିକଙ୍କ କାମ ନ କରି ଠିଆ କରାଇଥିବାରୁ ରାଗିଗଲେ CEO। ଅଫିସ୍‌ର ୧୬ଜଣ କର୍ମଚାରୀମାନଙ୍କୁ ୨୦ ମିନିଟ୍ ଠିଆ ହୋଇ କାମ କରିବାକୁ ଦେଲେ ନିର୍ଦ୍ଦେଶ । ତେବେ ସୋସିଆଲ୍ ମିଡିଆରେ ଏହି ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି

Advertisment

ସୂଚନା ଅନୁସାରେ, ନିୟୁ ଓଖଲା ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ଅଥରିଟି ବା ନୋଏଡ଼ା ଅଫିସରେ ଆବାସିକ ପ୍ଲଟ୍ ବିଭାଗର ୧୬ କର୍ମଚାରୀଙ୍କୁ ଏହି ଦଣ୍ଡ ଭୋଗିବାକୁ ପଡିଛି। କର୍ମଚାରୀମାନେ ନିଜ କାଉଣ୍ଟର ଆଗରେ ବୟସ୍କ ଓ ମହିଳାଙ୍କ ସହ ସାଧାରଣ ଲୋକଙ୍କୁ ଦୀର୍ଘ ସମୟ ଧାଡ଼ିରେ ଛିଡ଼ା କରାଇଥିଲେ। ସିସିଟିଭି ଫୁଟେଜ ଯାଞ୍ଚ କରି ଏ ବାବଦରେ ଜାଣିବାକୁ ପାଇଥିଲେ CEOଡକ୍ଟର ଲୋକେଶ ଏମ୍ । ଏଥିରେ କ୍ରୋଧିତ ହୋଇ ୨୦ ମିନିଟ୍ ଚେୟାରରେ ନବସି ଠିଆ ହୋଇ କାମ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ୧୬ ଜଣ କର୍ମଚାରୀଙ୍କୁ ମିଳିଥିଲା ଦଣ୍ଡ ।

Advertisment

ପ୍ରତିଦିନ ଶହ ଶହ ଲୋକ ନୋଏଡା ପ୍ରାଧିକରଣରେ ପହଞ୍ଚନ୍ତି । ନୋଏଡା ପ୍ରାଧିକରଣର CEOଡକ୍ଟର ଲୋକେଶ ଏମ୍ । ସେ ୨୦୦୫ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଏବଂ ଗତ ବର୍ଷଠାରୁ ନୋଏଡା ଦାୟିତ୍ୱରେ ଅଛନ୍ତି। ନୋଏଡା କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ପ୍ରାୟ ୬୫ଟି ସିସିଟିଭି କ୍ୟାମେରା ଲଗାଯାଇଛି। ଲୋକେଶ ଏହି କ୍ୟାମେରାରୁ ଫୁଟେଜକୁ ବାରମ୍ବାର ସ୍କାନ କରନ୍ତି ଏବଂ କର୍ମଚାରୀମାନଙ୍କୁ ତୁରନ୍ତ ଲୋକ ତଥା ବରିଷ୍ଠ ନାଗରିକମାନଙ୍କ କାମ ସାରିବାକୁ କହନ୍ତି।

ସୋମବାର CEO ଜଣେ ବୃଦ୍ଧଙ୍କୁ କାଉଣ୍ଟରରେ ଠିଆ ହୋଇଥିବା ଦେଖିଥିଲେ। ସେ ତୁରନ୍ତ କାଉଣ୍ଟରରେ ଥିବା ଲେଡି ଅଫିସରଙ୍କୁ ବୃଦ୍ଧଙ୍କ କାମ ଶୀଘ୍ର ସାରିବା ପାଇଁ ଏବଂ ତାଙ୍କୁ ଅପେକ୍ଷା ନକରାଇବାକୁ କହିଥିଲେ। ସେ ମହିଳା ଅଧିକାରୀଙ୍କୁ କହିଥିଲେ ଯେ ଯଦି ତାଙ୍କ କାମ ହୋଇପାରିବ ନାହିଁ ତେବେ ତାଙ୍କୁ ସ୍ପଷ୍ଟ ଭାବରେ କହିଦିଅନ୍ତୁ। ଏହା କହି CEOସେଠାରୁ ଚାଲିଯାଇଥିଲେ। ପ୍ରାୟ ୨୦ମିନିଟ୍ ପରେ, ଫେରି ଦେଖିଲେ ଯେ ବୃଦ୍ଧ ଜଣକ ସେହିଭଳି କାଉଣ୍ଟରରେ ଠିଆ ହୋଇଛନ୍ତି ।

Advertisment

ଏଥିରେ ରାଗିଯାଇ CEOକାଉଣ୍ଟରରେ ଥିବା ସମସ୍ତ ଅଧିକାରୀଙ୍କୁ ପୁନର୍ବାର ବୁଝାଇଥିଲେ ଏବଂ ଏହାକୁ ସବୁବେଳେ ମନେ ରଖିବା ପାଇଁ ୨୦ ମିନିଟ୍ ଠିଆ ହୋଇ କାମ କରିବାକୁ କହିଥିଲେ। CEOଙ୍କ ଦଣ୍ଡ ପରେ ଠିଆ ହୋଇ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ୟୁଜର୍ସ ସିଇଓଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ କର୍ମଚାରୀଙ୍କ ଉନ୍ନତି ପାଇଁ ସରକାରୀ କାର୍ଯ୍ୟାଳୟରେ ଏଭଳି ତାଗିଦ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

IAS Officer Noida
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ