• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୋସିଆଲ ମିଡିଆରେ ପୁଣି ଏକ ମନଲୋଭା ଭିଡିଓ । ଯାହାକି ଆମ ସାମ୍ନାକୁ ଆସିଛି । ଭିଡିଓଟି ଏବେ ଖୁବ୍‌ ଭାଇରାଲ ହେଉଛି । ଆପଣ ବି ତାହା ଦେଖିଥାଇ ପାରନ୍ତି । ସୋସିଆଲ ମିଡିଆରେ ଏଭଳି ଅନେକ ଭିଡିଓ ପୂର୍ବରୁ ମଧ୍ୟ ସାମ୍ନାକୁ ଆସିଛି । ହେଲେ ଏହି ଭିଡିଓ ଟିକେ ନିଆରା । କାରଣ ଏହି ଭିଡିଓକୁ ପୋଷ୍ଟ କରିଛନ୍ତି ଖୋଦ୍‌ ଶିଳ୍ପପତି ହର୍ସ ଗୋଏଙ୍କା ।

ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଗୋଟିଏ କୁନି କୁକୁର ଏକ ଡ୍ରେନ୍ ପାର୍‌ ହେବାକୁ ଚାହୁଁଛି । ସେ ଏଥିପାଇଁ ଖୁବ୍ ଚେଷ୍ଟା କରୁଛି । ହେଲେ ହାର୍‌ ମାନୁନି । ବିପଦ ଥିବା ଜାଣି ମଧ୍ୟ ସେ ଡ୍ରେନ୍‌ ଉପରେ ଡେଇଁ ପାର୍‌ ହେବାକୁ ଚେଷ୍ଟା କରୁଛି । ଖାଲି ସେତିକି ନୁହେଁ ଭିଡିଓରେ କୁକୁରଟି ଡ୍ରେନ୍‌ ପାର୍‌ ହେବା ବେଳେ ପାଣିରେ ମଧ୍ୟ ପଡ଼ିଯାଉଛି । ହେଲେ ସେଥିରେ ହାର ନମାନି ତାପରେ ପୁଣି ଚେଷ୍ଟା କରୁଛି ଉପରକୁ ଉଠିବାକୁ ।  ଶେଷରେ ସେ ଡ୍ରେନ୍ ଉପରକୁ ମଧ୍ୟ ଉଠିଯାଉଛି । ଆଉ ଖୁସିରେ ଖୁସିରେ ସେଠାରୁ ଚାଲିଯାଉଛି ।

ଅଧିକ ପଢ଼ନ୍ତୁ: ଟଙ୍କା ଦେଇ କିଣିଲେ ଚଢ଼େଇ, ଦେଲେ ମୁକ୍ତିର ଆନନ୍ଦ

ହର୍ଷ ଗୋଏଙ୍କା ଏହି ଭିଡିଓକୁ ପୋଷ୍ଟ କରି ଲୋକଙ୍କୁ ଏକ ବଡ଼ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି । ସେ ଏହି ଭିଡିଓ ପୋଷ୍ଟ କରି ସାଥିରେ ଲେଖିଛନ୍ତି ଯେ, କେବେ ବି ଫେଲ୍‌ ହେବାକୁ ଭୟ କରନ୍ତୁ ନାହିଁ । ବରଂ ପ୍ରୟାସ ନକରିବାକୁ ଭୟ କରନ୍ତୁ । ପ୍ରତ୍ୟେକ ବ୍ୟକ୍ତିଙ୍କ କ୍ଷେତ୍ରରେ ନିଜର ଲକ୍ଷ୍ୟ ହାସଲ କରିବା ପାଇଁ ଏକ ପ୍ରକାର ଜିଦ୍‌ ରହିବା ନିହାତି ଆବଶ୍ୟକ । ନଚେତ୍‌ ମଣିଷ ପଛରେ ରହିଯିବ ।