• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପିଲା ଦିନେ ଆପଣ ସ୍କୁଲରେ ପଢ଼ୁଥିବା ବେଳେ ଏକ ଗପ ଶୁଣିଥିବେ, ମୁକ୍ତିର ଆନନ୍ଦ । ଏହି ଗଳ୍ପର ସାର କଥାଟି ହେଲା, ମୁକ୍ତିରେ ଯେଉଁଭଳି ଆନନ୍ଦ ଥାଏ ଆଉ କେଉଁଥିରେ ନଥାଏ । ଲୋକେ ପଶୁ ପକ୍ଷୀଙ୍କୁ ଭଲ ପାଇ ଘରକୁ ଆଣିଥାନ୍ତି । ଆଉ ତାକୁ ବନ୍ଧି ରଖିଥାନ୍ତି । ହେଲେ କେବେ ବି ଚିନ୍ତା କରନ୍ତି ନାହିଁ, ପଶୁ କିମ୍ବା ପକ୍ଷୀକୁ ବାନ୍ଧି ରଖିବା ଦ୍ୱାରା ସେମାନେ କିଭଳି ଅନୁଭବ କରୁଥିବେ । ଆଉ ତାଙ୍କୁ ମୁକ୍ତି କରିଦେଲେ ସେମାନେ କି ଆନନ୍ଦ ପାଇବେ । 

ତେବେ ଆଜି ଆମେ ଆପଣଙ୍କୁ ଠିକ୍‌ ସେମିତି କିଛି କାହାଣୀ କହିବୁ । ବାସ୍ତବରେ ଏହା କିନ୍ତୁ କୌଣସି କାହାଣୀ ନୁହେଁ, ଏହା ଏକ ସତ୍ୟ ଘଟଣା । ଏନେଇ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି । ପଶୁ ପକ୍ଷୀଙ୍କ ମୁକ୍ତିରେ ହିଁ ଆନନ୍ଦ ଥାଏ ବୋଲି ଜଣେ ବ୍ୟକ୍ତି ବାସ୍ତବରେ ବୁଝି ପାରିଛନ୍ତି । ସେଥିପାଇଁ ସେ ନିଜେ ଟଙ୍କା ଖର୍ଚ୍ଚ କରି ପିଞ୍ଜରାରେ ଥିବା ପକ୍ଷୀ ମାନଙ୍କୁ କିଣି ଖୋଲା ଆକାଶରେ ଉଡ଼ିବାକୁ ଛାଡ଼ି ଦେଉଛନ୍ତି । ଆଉ ପିଞ୍ଜରାରୁ ମୁକ୍ତି ପାଇବା ପରେ ପକ୍ଷୀଙ୍କୁ ଯେତିକି ଆନନ୍ଦ ମିଳୁଛି ତାଠାରୁ ଅଧିକ ଆନନ୍ଦିତ ହେଉଛନ୍ତି ମୁକ୍ତ କରୁଥିବା ବ୍ୟକ୍ତି ।

ତେବେ ଭାଇରାଲ ହେଉଥିବା ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଜଣେ ବ୍ୟକ୍ତି କାରରେ ଆସିଛନ୍ତି । ଆଉ ରାସ୍ତାରେ ହଠାତ ଜଣେ ପକ୍ଷୀ ବ୍ୟବସାୟୀଙ୍କୁ ଦେଖି ଗାଡ଼ିକୁ ଅଟକାଇ ଦେଇଛନ୍ତି । ଗାଡ଼ି ଭିତରେ ଥାଇ ଉକ୍ତ ବ୍ୟବସାୟୀଙ୍କୁ ପକ୍ଷୀର ମୂଲ୍ୟ ଦେଇ ପକ୍ଷୀ କିଣୁଛନ୍ତି । ଗୋଟିଏ ପରେ ଗୋଟିଏ ପକ୍ଷୀଙ୍କୁ ବ୍ୟବସାୟୀ ଜଣକ ଗ୍ରାହକଙ୍କ ହାତକୁ ଦେଉଛନ୍ତି । ଆଉ କାର୍‌ରେ ବସିଥିବା ଗ୍ରାହକ ନିଜ ହାତରେ ପକ୍ଷୀଗୁଡ଼ିକୁ ଖୋଲା ଆକାଶରେ ଉଡ଼ିବାକୁ ଛାଡ଼ି ଦେଉଛନ୍ତି । ପକ୍ଷୀଗୁଡ଼ିକ ମଧ୍ୟ ତୁରନ୍ତ ଆକାଶରେ ଉଡ଼ିଯାଉଛନ୍ତି ।