Advertisment

Haridwar Student Stunt Viral Video: ସ୍କୁଲ ୟୁନିଫର୍ମରେ ଆତଙ୍କ ଖେଳାଇଲେ ଛାତ୍ର; ରାସ୍ତାରେ ଫୁଟାଇଲେ ଗୁଳି, କଲେ ଷ୍ଟଣ୍ଟ

ଏହି ମାମଲାରେ ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହରିଦ୍ୱାର ଏସଏସପି ପ୍ରଶଂସା ସିଂ ଡୋଭାଲ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ଜଷ୍ଟିସ୍ କୋଡ୍ (ବିଏନ୍ଏସ୍) ଅନୁଯାୟୀ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଭାଇରାଲ ଭିଡିଓକୁ ଆଧାର କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା ଚାଲିଛି।

ଅଦ୍ୟତନ ହୋଇଛି
Haridwar Student Stunt Viral Video

Haridwar Student Stunt Viral Video

Advertisment

ରାଜରାସ୍ତାରେ ଆତଙ୍କ ଖେଳାଇଲେ ସ୍କୁଲ ଛାତ୍ର। ବିଦାୟକାଳୀନ ସମ୍ୱର୍ଦ୍ଧନା ପରେ ରାସ୍ତାରେ ରଚିଲେ ତାଣ୍ଡବ। ସ୍କୁଲ ୟୁନିଫର୍ମରେ ରାସ୍ତାରେ କାର୍ ଷ୍ଟଣ୍ଟ୍ ପ୍ରଦର୍ଶନ କରିବା ସହ ବନ୍ଧୁକ ଧରି ଫାଙ୍କା ଗୁଳି ଚାଳନା କଲେ। ଉତ୍ତରାଖଣ୍ଡର ହରିଦ୍ୱାରର ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

Advertisment

ହରିଦ୍ୱାରର ଏକ ପ୍ରତିଷ୍ଠିତ ସ୍କୁଲ୍‌ର ଅନେକ ଛାତ୍ର ବିଦାୟକାଳୀନ ଭୋଜି ପରେ ରାସ୍ତାରେ ଆତଙ୍କ ସୃଷ୍ଟି କରିଥିଲେ। ଯାହାର ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ପ୍ରାୟ ୭୦ ଜଣରୁ ଅଧିକ ଅଛନ୍ତି। ପାର୍ଟି ସରିବା ପରେ ସେମାନେ ପ୍ରଥମେ BHEL ଷ୍ଟାଡିୟମ ନିକଟରେ ଏକାଠି ହୋଇଥିଲେ । ଏହାପରେ କାରଗୁଡିକୁ ନେଇ ଏକ କାରକେଡ୍ ଗଠନ କରାଯାଇଥିଲା । ଛାତ୍ରମାନେ ରାସ୍ତାରେ ଷ୍ଟଣ୍ଟ ପ୍ରଦର୍ଶନ କରିବା ସହ ଫାଙ୍କା ଗୁଳି ଚାଳନା କରିଥିଲେ।

ଅଧିକ ପଢ଼ନ୍ତୁ: Viral Video: ଅବସର ନେବା ବେଳେ ଲୁହ ଗଡେଇ କାନ୍ଦିଲେ AIIMS ଡାକ୍ତର; ଚିକିତ୍ସା ପାଇଁ ପାଇଥିଲେ ପଦ୍ମଶ୍ରୀ

Advertisment

ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଛାତ୍ରମାନେ ବିଦାୟ ଭୋଜିରେ ଯୋଗଦେବା ପରେ ଆତଙ୍କ ସୃଷ୍ଟି କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଛାତ୍ରମାନେ ଏପରି କରିବା ବେଳେ ସ୍କୁଲ ୟୁନିଫର୍ମରେ ଥିଲେ । ସେମାନଙ୍କ ମଧ୍ୟରୁ କିଛି ଛାତ୍ର ଚଳନ୍ତା କାର ଉପରେ ଠିଆ ହୋଇ ଭିଡିଓ ରେକର୍ଡିଂ କରୁଥିଲେ। କିଛି ଜଣ କାରରେ ଝରକା ବାହାରେ ଝୁଲି ରହିଥିଲେ। ଭାଇରାଲ ଭିଡିଓରେ ଜଣେ ଛାତ୍ର ବନ୍ଧୁକ ଧରିଛନ୍ତି, ଯିଏ ଫାଙ୍କା ଗୁଳି ଚାଳନା କରୁଥିବା ଦେଖିବାକୁ ମିଳିଛି।

Advertisment

ଏହି ମାମଲାରେ ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହରିଦ୍ୱାର ଏସଏସପି ପ୍ରଶଂସା ସିଂ ଡୋଭାଲ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ଜଷ୍ଟିସ୍ କୋଡ୍ (ବିଏନ୍ଏସ୍) ଅନୁଯାୟୀ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଭାଇରାଲ ଭିଡିଓକୁ ଆଧାର କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା ଚାଲିଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ୧୫ ରୁ ୨୦ଟି କାରରେ ପ୍ରାୟ ୭୦ ଜଣ ଛାତ୍ର ଆତଙ୍କ ସୃଷ୍ଟି କରୁଥିବା ଦେଖାଯାଉଛି। ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ଶୀଘ୍ର ଚିହ୍ନଟ କରାଯିବ ଓ  ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅଧିକ ପଢ଼ନ୍ତୁ: Madhya Pradesh Viral Video: ପାଖରେ ନଥିଲା ଟଙ୍କା...ଟ୍ରେନ୍ ବଗି ତଳେ ଝୁଲି ଝୁଲି ଗଲେ ୨୯୦ କିଲୋମିଟର

Social Media Viral Video Firing Haridwar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ