• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିନା ପୋଷାକରେ ଫଟୋ ଛାଡ଼ି ଭାଇରାଲ ହେଲେ ହଲିଉଡ୍‌ କଳାକାର । ଆମେରିକାର ଅଭିନେତ୍ରୀ ହାଲେ ବେରୀ ଏକ ନ୍ୟୁଡ୍‌ ଫଟୋ ଛାଡ଼ି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ୫୫ ବର୍ଷିୟ ହେଲେ ଏଭଳି ଏକ ପୋଜ୍‌ରେ ଫଟୋ ପୋଷ୍ଟ କରି ସମସ୍ତଙ୍କୁ ଆଚମ୍ବିତ କରିଛନ୍ତି । ଫଟୋରେ ସ୍ପଷ୍ଟ ଜଣାପଡ଼ୁଛି ଯେ, ହାଲେ ବେରୀଙ୍କ ଦେହରେ ସୂତା ଖଣ୍ଡିଏ ବି ନାହିଁ । ଆଉ ସେ ଏକ ବାଲକୋନୀରେ ଛିଡ଼ା ହୋଇ ୱାଇନ୍‌ ପିଉଛନ୍ତି । ଏହା ସହିତ ସ୍ମିତ ହାସ୍ୟ ଦେଇ ଫଟୋ ପୋଜ୍‌ ଦେଇଛନ୍ତି । ଫଟୋରେ ଜଣାପଡ଼ୁଛି ଯେ, ସେ ସମ୍ପୂର୍ଣ୍ଣ ରିଲାକ୍ସ ମୁଡ୍‌ରେ ମଧ୍ୟ ରହିଛନ୍ତି । କୁହାଯାଉଛି ସେ ୱିକେଣ୍ଡରେ ରିଲାକ୍ସ କରୁଥିବା ବେଳେ ଏଭଳି ପୋଜ ଦେଇ ଫଟୋ ପୋଷ୍ଟ କରିଛନ୍ତି । 

ତେବେ ଏହି ଫଟୋ ପୋଷ୍ଟ କରି ସୋସିଆଲ ମିଡିଆ ରେ ହାଲେ ବେରୀ କହିଛନ୍ତି ଯେ, ‘ମୋର ଯାହା ଇଚ୍ଛା ହେବ ମୁଁ ସେୟା କରିବି ।’ ଏହି ଫଟୋ ଦେଖି ଅନେକ ତାଙ୍କୁ ପ୍ରଶଂସା କରିଛନ୍ତି । ଆଉ କିଛି ୟୁଜର ସମାଲୋଚନା ମଧ୍ୟ କରିଛନ୍ତି । କେହି କେହି ତାଙ୍କ ସୁନ୍ଦରତାକୁ ଟିକି ନିଖି କରି ମଧ୍ୟ ବଖାଣିଛନ୍ତି । ଆଉ କେହି କେହି ତାଙ୍କର ଏଭଳି ସାହକୁ ମଧ୍ୟ ସ୍ୱାଗତ କରିଛନ୍ତି ।

ଅନେକ ୟୁଜର ହାଲେ ବେରୀଙ୍କୁ ଟ୍ରୋଲ କରିବାକୁ ମଧ୍ୟ ଚେଷ୍ଟା କରିଛନ୍ତି । ଏହି କ୍ରମରେ ଜଣେ ୟୁଜର ଲେଖିଛନ୍ତି, ବୟସ ୫୦ ଟପିଲାଣି । ଏହି ସମୟରେ ନାତି ନାତୁଣୀଙ୍କ ସହ ରହିବା କଥା । କିନ୍ତୁ ହେଲେ ନିଜକୁ ଚର୍ଚ୍ଚାରେ ରଖିବା ପାଇଁ ବା ଲାଇମ୍‌ ଲାଇଟ୍‌ରେ ରହିବା ପାଇଁ ଏଭଳି ଉଲଗ୍ନ ଫଟୋ ପୋଷ୍ଟ କରିଛନ୍ତି । ତେବେ ଏହି ଟ୍ରୋଲରଙ୍କୁ ଜବରଦସ୍ତ କାଉଣ୍ଟର କରିଛନ୍ତି ହାଲେ ।

ହାଲେ ବେରୀଙ୍କର ଏକ ୧୫ ବର୍ଷର ଝିଅ ଓ ୯ ବର୍ଷର ପୁଅ ରହିଛି । ଝିଅଙ୍କ ନାଁ ନାହଲା । ଆଉ ପୁଅଙ୍କ ନାଁ ମାସିଓ । ସେମାନେ ଏବେ ହାଲେ ବାରୀଙ୍କ ଏକ୍ସ ପାର୍ଟନର ଓଲିଭର ମାର୍ଟିନିଜ୍ଙ୍କ ସହ ରହୁଛନ୍ତି । ୨୦୦୨ରେ ହାଲେ ବେରୀ ଅସ୍କାର ପୁରସ୍କାର ପାଇଥିଲେ । ନିକଟରେ ୯୫ତମ ଆନୁଆଲ ଏକାଡେମୀ ଆୱାର୍ଡସରେ ଏକ ରେର୍ଡ କାର୍ପେଟ୍‌ରେ ହାଲେଙ୍କୁ ତାଙ୍କ ବୟଫ୍ରେଣ୍ଡ ଭାନ୍‌ ହଣ୍ଟଙ୍କ ସହ ଦେଖାଯାଇଥିଲା ।