/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722783891.jpg)
This girl makes videos on instagram on how to do makeup in grandfather funeral
ସୋସିଆଲ ମିଡିଆରେ ଭିୟୁ ପାଇବା ପାଇଁ ଲୋକମାନେ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି। ସମସ୍ତେ ଏହା ଜାଣନ୍ତି ମଧ୍ୟ। ନିକଟରେ, ଜଣେ ବିବାହିତ ଦମ୍ପତି ନିଜ ବିବାହ ରାତିର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଶେୟାର କରିଥିଲେ। ଲୋକମାନେ ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ ପାଗଳାମୀର ସମସ୍ତ ସୀମା ଅତିକ୍ରମ କରିବା ଦେଖାଯାଏ।
ଏହି ଭିଡିଓରେ ନବ ବିବାହିତ ଦମ୍ପତି ପରସ୍ପର ସହ ନିଜ ବିବାହ ରାତି ବିଷୟରେ କଥା ହେଉଥିବା ନଜର ଆସିଥିଲେ। ଯଦିଓ ଏହି ଭିଡିଓରେ କୌଣସି ଅଶ୍ଳୀଳ ଦୃଶ୍ୟ ନାହିଁ, କିଛି ଲୋକ କିନ୍ତୁ ଏହି ନବ ବିବାହିତ ଦମ୍ପତିଙ୍କ କଥା ଏବଂ ଦେଖାଯାଇଥିବା ଶଯ୍ୟାକୁ ନେଇ ଅଶ୍ଳୀଳ ମନ୍ତବ୍ୟ ଦେଉଥିବା ଦେଖାଯାଏ।
Suhagraat Vlog 🥴
These vloggers have gone totally mad.
Wait for the blurred clip 😹 https://t.co/PMsiC5dS6U
— Sunanda Roy 👑 (@SaffronSunanda) July 5, 2024
ବର୍ତ୍ତମାନ ଏମିତି ଆଉ ଏକ ଭିଡିଓ ମଧ୍ୟ ଭାଇରାଲ୍ ହେଉଛି ଯାହାକୁ ଦେଖି ଲୋକେ କ୍ରୋଧ ପ୍ରକାଶ କରୁଛନ୍ତି। ସୋସିଆଲ ମିଡିଆରେ ଜଣେ ଯୁବତୀ ନିଜ 'ଜେଜେମା’ଙ୍କ ବିବାହ’ ଠାରୁ ଆରମ୍ଭ କରି ଜେଜେବାପାଙ୍କ ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ସବୁକିଛି ପାଇଁ ମେକଅପ୍ କିପରି ନିଅନ୍ତି ସେ ସମ୍ବନ୍ଧରେ ଭିଡିଓ ପ୍ରସ୍ତୁତ କରୁଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ରିଲ୍ସରେ ସେ ଯେମିତି କହୁଛନ୍ତି ତାହା ସମସ୍ତଙ୍କୁ ଚକିତ କରିବା ଭଳି।
ଶ୍ମଶାନ ପାଇଁ ମୋ ସହ ପ୍ରସ୍ତୁତ ହୁଅ:
Nishis_No_Channell ନାମକ ଏହି ଉପଭୋକ୍ତା ସୋସିଆଲ ମିଡିଆରେ ଏପରି ଅଦ୍ଭୁତ କଣ୍ଟେଣ୍ଟ୍ ସୃଷ୍ଟି କରୁଛନ୍ତି। ତାଙ୍କର ଗୋଟିଏ ଭିଡିଓରେ ସେ ମେକଅପ୍ କରୁଥିବା ଦେଖିବାକୁ ମିଳିଛି। ଏହି ମେକଅପ୍ ଭିଡିଓର କ୍ୟାପ୍ସନ୍ ହେଉଛି, 'ଶ୍ମଶାନ ପାଇଁ ମୋ ସହ ପ୍ରସ୍ତୁତ ହୁଅ- GRWM (Get Ready With Me)'
ଏହି ଭିଡିଓରେ, ଯୁବତୀ ଜଣଙ୍କ କହୁଛନ୍ତି ଯେ “ଆଜି ମୁଁ ଶ୍ମଶାନକୁ ଯାଉଛି, ଧନ୍ୟବାଦ ବନ୍ଧୁଗଣ, ଆପଣ ମୋ ଜେଜେବାପାଙ୍କ ପାଇଁ ବହୁତ ପ୍ରାର୍ଥନା କରିଛନ୍ତି। ଶେଷରେ ସେ ମରିଗଲେ। ମୁଁ ଅନ୍ତିମ ସଂସ୍କାର କରିବାକୁ ଯାଉଥିବାରୁ ଅଧିକ ମେକ୍ଅପ୍ ହେବିନି, ମୁଁ ଟିକେ କମ ସଜ ହେବି। ପୂରା ଲାଇଟ୍।”
ମୁଁ କେବଳ ଲାଇଟ୍ ମେକଅପ୍ ପସନ୍ଦ କରେ:
ସେ ଆହୁରି କହୁଛନ୍ତି ଯେ “ଆପଣ ଦେଖିପାରିବେ, ମୁଁ କେବଳ ଲାଇଟ୍ ମେକଅପ୍ ପସନ୍ଦ କରେ। ଜେଜେବାପା ଗଜରାକୁ ପସନ୍ଦ କରୁଥିଲେ, ସେଥିପାଇଁ ମୁଁ ଆଜି ମଧ୍ୟ ଗଜରା ଲଗଉଛି। ଆପଣ ସମସ୍ତେ ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ ଯେ ତାଙ୍କ ଆତ୍ମାକୁ ​​ଶାନ୍ତି ମିଳୁ। ସେ ଯେଉଁଠାରେ ବି ରୁହନ୍ତୁ, ସ୍ୱର୍ଗରେ ହେଉ କି ନର୍କରେ ତାଙ୍କୁ ଖୁସି ମିଳୁ।”
ଖାଲି ଏତିକି ନୁହେଁ, ଏହି ଯୁବତୀ ଜଣକୁ ତାଙ୍କ 'ଜେଜେମା’ଙ୍କ ବିବାହ' ଏବଂ 'ଶତ୍ରୁର ବିବାହ' ପାଇଁ ମଧ୍ୟ ପ୍ରସ୍ତୁତ ହେବାର ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)