Advertisment

ୱେଡିଂ ଭେନ୍ୟୁରେ ଧମାକା, ଛାନିଆ ହୋଇଗଲା ବର..

ଆପଣମାନେ ଏମିତି ଅନେକ ଭିଡିଓ ଦେଖିଥିବେ ଯେଉଁଥିରେ ବରର ସାଙ୍ଗମାନେ ବିବାହ ବେଦିରେ ବର-କନ୍ୟା ଉଭୟଙ୍କୁ ହଇରାଣ କରିଥାନ୍ତି । ବେଳେବେଳେ ଏହି ମଜାଳିଆ ଖେଳଗୁଡିକ ବିପଦରେ ପରିଣତ ହୁଏ ।

ଅଦ୍ୟତନ ହୋଇଛି
Friends Prank Groom On Wedding Stage

Viral Video

Advertisment

ବିବାହ ଋତୁ ଆସିଲେ ସୋସିଆଲ ମିଡିଆ ରେ ଅନେକ ମଜାଦାର ଭିଡିଓ ଆପଣଙ୍କୁ ମନୋରଞ୍ଜନର ଖୋରାକ୍‌ ଯୋଗାଇଥାଏ । ବିବାହକୁ ନେଇ ଅନେକ ପ୍ରାଙ୍କ୍‌ ଭିଡିଓ ମଧ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ ହୁଏ । କେତେବେଳେ ବର କନ୍ୟା ବଦଳରେ ଅନ୍ୟ ଝିଅ ବେକରେ ବରମାଳା ପକାଇବା ହେଉ ବା ସାଙ୍ଗମାନେ ବରକନ୍ୟା ସହ ପ୍ରାଙ୍କ କରିବା ହେଉ ।

Advertisment

ଆପଣମାନେ ଏମିତି ଅନେକ ଭିଡିଓ ଦେଖିଥିବେ ଯେଉଁଥିରେ ବରର ସାଙ୍ଗମାନେ ବିବାହ ବେଦିରେ ବର-କନ୍ୟା ଉଭୟଙ୍କୁ ହଇରାଣ କରିଥାନ୍ତି । ବେଳେବେଳେ ଏହି ମଜାଳିଆ ଖେଳଗୁଡିକ ବିପଦରେ ପରିଣତ ହୁଏ । ସେହିପରି ଗୋଟିଏ ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହେଉଛି ।

ଅଧିକ ପଢ଼ନ୍ତୁ: ଏପଟେ ବରକୁ ଆଳତି କରୁଛି କନ୍ୟା, ସେପଟେ ବରଯାତ୍ରୀ ବାଡ଼ିଆପିଟା...ଭାଇରାଲ୍‌ ହେଉଛି ଭିଡିଓ

Advertisment

ଭାଇରାଲ ଭିଡିଓ ରେ ବର କନ୍ୟାକୁ ବରଣମାଳା ପିନ୍ଧାଉଛି, ଠିକ୍‌ ସେହି ସମୟରେ ବର କାନ ପାଖରେ ବିସ୍ଫୋରଣ ହେବାର ବା ଗୁଳି ଫୁଟିବାର ଶବ୍ଦ ହେଉଛି । ଏହାଦେଖି ବର ଭୟଭୀତ ହୋଇପଡ଼ୁଛି । କିନ୍ତୁ ମଜାର କଥା ହେଲା ଏହା ଗୁଳି ଫୁଟିବାର ଶବ୍ଦ ନୁହେଁ ବରଂ ବରର ଜଣେ ବନ୍ଧୁ ବାଣ ଫୁଟାଉଛନ୍ତି । ହଠାତ୍‌ ବର ଛାନିଆ ହୋଇଯିବା ଦେଖି ସେଠାରେ ଉପସ୍ଥିତ ଥିବା ଅତିଥି ବରକୁ ଦେଖି ହସୁଛନ୍ତି । ଏହାପରେ ବର ନିଜ ବନ୍ଧୁଙ୍କ ଉପରେ ରାଗିଯାଇ ପାଟି କରୁଥିବାର ଦେଖିବାକୁ ମିଳିଛି ।

Advertisment

ଏହି ଭିଡିଓଟି ଇନ୍‌ଷ୍ଟାଗ୍ରାମ ରେ ‘ନଟି ଫ୍ୟାମିଲି’ ଆକାଉଣ୍ଟରୁ ପୋଷ୍ଟ କରାଯାଇଛି । ଏହାକୁ ବର୍ତ୍ତମାନ ଯାଏଁ ୮.୬ ମିଲିୟନ ଲୋକ ଦେଖିସାରିଛନ୍ତି । ସେଥିମଧ୍ୟରୁ କେତେକ ୟୁଜର୍‌ କମେଣ୍ଟରେ ଲେଖିଛନ୍ତି ଯେ, ‘ବେଚାରେ କେ ପୋପଟ୍‌ ହୋ ଗୟା’..ଦୁଲ୍ହା ଡର ଗୟା.. ଦୁଲ୍ହା ଡର ଗୟା । ତେବେ ଏହି ଭିଡିଓକୁ ଅନେକ ଲୋକ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ସେୟାର ମଧ୍ୟ କରିଛନ୍ତି।

Viral Video Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ