/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750248842.jpg)
Man Forces Child To Take Picture With Lion
ସୋସିଆଲ ମିଡିଆରେ ଏକ ପୁରୁଣା ଭିଡିଓ ପୁଣି ଥରେ ଭାଇରାଲ୍ ହୋଇଛି। ଏଥିରେ ଜଣେ ବ୍ୟକ୍ତି (ପିଲାଟିର ବାପା ବୋଲି କୁହାଯାଉଥିବା) ତାଙ୍କ ପୁଅକୁ ଜୋର ଜବରଦସ୍ତ ସିଂହ ଉପରେ ବସାଇ ଫଟୋ ଉଠାଉଥିବା ଦେଖାଯାଉଛି।
ଏହି ଭିଡିଓଟି ଇନ୍ଷ୍ଟାଗ୍ରାମ୍ ପେଜ୍ Bad Parenting TVରେ ଶେୟାର କରାଯାଇଥିଲା, ଯାହା ପରେ ଏହା ଦ୍ରୁତ ଗତିରେ ଭାଇରାଲ୍ ହୋଇଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଏକ ଦମଦାର ବିତର୍କ ଆରମ୍ଭ ହୋଇଛି।
ଭିଡିଓରେ ଦେଖାଯାଉଛି ଯେ ଜଣେ ବ୍ୟକ୍ତି ଗୋଟିଏ ଛୋଟ ପିଲାକୁ ସିଂହର ପିଠିରେ ବସାଉଛନ୍ତି। ପ୍ରଥମେ ସିଂହଟି ଶାନ୍ତ ଭାବେ ଠିଆ ହୋଇଥିବା ଦେଖାଯାଏ, କିନ୍ତୁ କିଛି ସେକେଣ୍ଡ ମଧ୍ୟରେ ସେ ଚିଡିଯାଏ ଏବଂ ପଛକୁ ବୁଲି ଆକ୍ରମଣାତ୍ମକ ସ୍ଥିତିକୁ ଆସିଯାଏ।
ଅଧିକ ପଢ଼ନ୍ତୁ: ପ୍ରକୃତି ବଡ ବିଚିତ୍ର… ଏଠାରେ ହେଉଛି ରକ୍ତ ବର୍ଷା… ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ
ଏହି ଭିଡିଓ ଦେଖିବା ପରେ, ଲୋକମାନେ କେବଳ ପ୍ୟାରେଟିଂ ଉପରେ ପ୍ରଶ୍ନ ଉଠାଇ ନାହାଁନ୍ତି ବରଂ ପଶୁମାନଙ୍କ ପ୍ରତି ନିଷ୍ଠୁରତା ଉପରେ ମଧ୍ୟ କ୍ରୋଧ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ଏହି ଭାଇରାଲ୍ ଭିଡିଓକୁ ଦେଖି ଜଣେ ବ୍ୟକ୍ତି ଲେଖିଛନ୍ତି - ସେହି ଲୋକକୁ ଜେଲରେ ପୂରାଇଦେବା ଉଚିତ। ଏହା ସିଧାସଳଖ ପିଲାଟିର ଜୀବନକୁ ବିପଦରେ ପକାଉଛି। ଆଉ ଜଣେ କହିଛନ୍ତି - ପିଲାଟିକୁ ତୁରନ୍ତ ଏପରି ସାଇକୋ ପ୍ୟାରେଣ୍ଟିଂଙ୍କଠାରୁ ଅଲଗା କରିଦିଆଯିବା ଉଚିତ।
ଲୋକମାନେ ବିଶ୍ୱାସ କରନ୍ତି ଯେ ଜଣେ ବାପାଙ୍କ ପିଲାଙ୍କ ପାଇଁ ରୋଲ୍ ମଡେଲ୍ ହେବା ବହୁତ ଗୁରୁତ୍ୱପୂର୍ଣ୍ଣ କାରଣ ସେ ନିଜ ପିଲାମାନଙ୍କର ଚିନ୍ତାଧାରା ଏବଂ ଅଭ୍ୟାସକୁ ଗଢ଼ି ତୋଳିଥାନ୍ତି। କିନ୍ତୁ ଏପରି ଭିଡିଓ ଆମକୁ ଚିନ୍ତା କରିବାକୁ ବାଧ୍ୟକରେ ଯେ କ’ଣ ସବୁ ବାପା ଏଥିପାଇଁ ପ୍ରସ୍ତୁତ କି?
ଜଣେ ବ୍ୟକ୍ତି ମତଦେଇ ଲେଖିଛନ୍ତି, ଏହା ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ତାଙ୍କର ବୁଦ୍ଧିର ଅଭାବ ଅଛି। ଏହା ସମ୍ପୂର୍ଣ୍ଣ ଶୋଷଣ। ଗୋଟିଏ ପଟେ ଅଭିଭାବକତ୍ୱ ଉପରେ ପ୍ରଶ୍ନ ଉଠାଯାଉଥିବା ବେଳେ, ଅନ୍ୟ ପଟେ ଲୋକମାନେ ପଶୁମାନଙ୍କ ସ୍ଥିତି ଉପରେ ମଧ୍ୟ କ୍ରୋଧ ପ୍ରକାଶ ପ୍ରକାଶ କରିଛନ୍ତି। ଜଣେ ଲେଖିଛନ୍ତି - ବିଚରା ସିଂହ... ସେ ଜଙ୍ଗଲରେ ମୁକ୍ତ ଭାବରେ ବୁଲିବା ଉଚିତ। ଏହା ମଣିଷ ଫଟୋ ସୁଟ୍ କରିବା ପାଇଁ ବ୍ୟବହାର ହେବା ଉଚିତ ନୁହେଁ।
ଏହି ଭିଡିଓ ଆଜିକାଲି ଅଭିଭାବକତ୍ୱ ଏବଂ ପଶୁପକ୍ଷୀଙ୍କ ପ୍ରତି ସମ୍ବେଦନଶୀଳତା ଉପରେ ଏକ ବଡ଼ ବିତର୍କ ସୃଷ୍ଟି କରିଛି। ଲୋକମାନେ ଦାବି କରୁଛନ୍ତି ଯେ ଏପରି କାର୍ଯ୍ୟ ଉପରେ କଠୋର ଆଇନ ପ୍ରଣୟନ କରାଯିବା ଉଚିତ ଏବଂ ପିଲା ଓ ପଶୁପକ୍ଷୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ଉଚିତ।
ଅଧିକ ପଢ଼ନ୍ତୁ: ବୃନ୍ଦାବନ ମନ୍ଦିରରେ ସ୍ୱାମୀ-ସ୍ତ୍ରୀ କରୁଥିଲେ ଏମିତି ରିଲ୍ସ; ମାଉସୀ ଦେଖି ଝାଡିଦେଲେ
Viral Video: ପ୍ରକୃତି ବଡ ବିଚିତ୍ର… ଏଠାରେ ହେଉଛି ରକ୍ତ ବର୍ଷା… ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ

Viral Video: ବରଫ ଗଦାରେ ପୋତିହୋଇଛି ପାଦରୁ ବେକ, ମୁହଁ କେବଳ ଉପରେ; ରହିଲେ ୨ ଘଣ୍ଟା

Viral Video: ବୃନ୍ଦାବନ ମନ୍ଦିରରେ ସ୍ୱାମୀ-ସ୍ତ୍ରୀ କରୁଥିଲେ ଏମିତି ରିଲ୍ସ; ମାଉସୀ ଦେଖି ଝାଡିଦେଲେ

Viral Video: ମଇଁଷୀ ସହ ନାଚୁଛି ଗାଁର ବୋହୂ; ଲୋକେ କହିଲେ ଭାରତୀୟ ସଂସ୍କୃତି-ପରମ୍ପରାର ପରିହାସ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)