Advertisment

Viral Video: ଅମାନବିକତାର ଶେଷ ସୀମା; ଟାର୍ଗେଟ୍ ପୂରଣ ହେଲାନି ବୋଲି ଆଣ୍ଠେଇକି ଚଲାଇଲା କମ୍ପାନୀ

ଏମିତି କିଛି କମ୍ପାନୀ ଥାଏ ଯେଉଁଠି କର୍ମଚାରୀମାନଙ୍କୁ ଏମିତି ନିର୍ଯାତନା ଦିଆଯାଏ, ଯାହା ଆଗରେ ମାନବିକତା ମଧ୍ୟ ଲଜ୍ଜିତ ହୋଇଯାଏ। ନିକଟରେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣଙ୍କ ହୃଦୟ ବି ତରଳି ଯିବ।

author-image
Pramod Behera
ଅଦ୍ୟତନ ହୋଇଛି
Empyloee Workplace Harassment Video Viral

Empyloee Workplace Harassment Video Viral

ପ୍ରାଇଭେଟ୍ କମ୍ପାନୀରେ ଚାକିରି କରିଥିବା କର୍ମଚାରୀମାନେ ପ୍ରାୟ ସବୁ ମାସରେ ଲକ୍ଷ୍ୟ ପୂରଣ କରିବାର ଚାପରେ ରହିଥାନ୍ତି। କିନ୍ତୁ ଏମିତି କିଛି କମ୍ପାନୀ ଥାଏ ଯେଉଁଠି କର୍ମଚାରୀମାନଙ୍କୁ ଏମିତି ନିର୍ଯାତନା ଦିଆଯାଏ ଯାହା ଆଗରେ ମାନବିକତା ମଧ୍ୟ ଲଜ୍ଜିତ ହୋଇଯାଏ। ନିକଟରେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣଙ୍କ ହୃଦୟ ବି ତରଳି ଯିବ।

Advertisment

ଏହି ଭାଇରାଲ୍ ଭିଡିଓରେ କୁହାଯାଇଛି ଯେ ଯେତେବେଳେ ଏକ କମ୍ପାନୀର କର୍ମଚାରୀ ଲକ୍ଷ୍ୟ ପୂରଣ କରିପାରି ନଥିଲେ, ସେତେବେଳେ ତାଙ୍କୁ କୁକୁର ପରି ଚାଲିବାକୁ ହୋଇଥିଲା ଏବଂ ତାଙ୍କ ପୋଷାକ ଓହ୍ଲାଇ ଦିଆଯାଇଥିଲା। ଏହି ଭିଡିଓ ଭାଇରାଲ୍‌ ହେବା ପରେ ଉତ୍ତେଜନା ଦେଖାଦେଇଛି। ରାଜ୍ୟ ଶ୍ରମ ବିଭାଗକୁ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଭାଇରାଲ୍‌ ଭିଡିଓରେ, ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତିଙ୍କ ବେକରେ ଏକ ପଟି ବନ୍ଧାହୋଇଛି ଏବଂ ସେ ଆଣ୍ଠେଇ ଆଣ୍ଠେଇ ଚାଲୁଛନ୍ତି। ତାଙ୍କ ବେକରେ ବନ୍ଧାଯାଇଥିବା ଫିତା ଅନ୍ୟ ଜଣଙ୍କ ହାତରେ ଅଛି। ଆଉ ଏକ ଭିଡିଓରେ ତାଙ୍କୁ ବିବସ୍ତ୍ର କରିଥିବା ନଜର ଆସେ।

Advertisment

ବ୍ୟକ୍ତି ଜଣଙ୍କ ଯେତେବେଳେ ଆଣ୍ଠେଇ ଆଣ୍ଠେଇ ଚାଲୁଛନ୍ତି ସେଠାରେ ଠିଆ ହୋଇଥିବା ଲୋକମାନେ ତାଙ୍କୁ ଦେଖି ହସୁଛନ୍ତି। ସେହି ବ୍ୟକ୍ତିଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଏହାର କି ପ୍ରଭାବ ପଡୁଥିବ ତାହା ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ।

ଅଧିକ ପଢ଼ନ୍ତୁ: ପ୍ରକୃତି ବଡ ବିଚିତ୍ର ! କାଉ କହୁଛି କଥା; ଡାକୁଛି ମମି-ପାପା-କାକା

ରିପୋର୍ଟ ଅନୁଯାୟୀ, ଏହି ଭିଡିଓ କେରଳର କଲୁରରେ ଥିବା ଏକ ପ୍ରାଇଭେଟ୍ କମ୍ପାନୀର। ପ୍ରାୟ ଚାରିମାସ ପୂର୍ବରୁ ଏହି ଭିଡିଓର ସୁଟିଂ କରାଯାଇଥିବା ପୋଲିସ କହିଛି। କମ୍ପାନୀ ମ୍ୟାନେଜର ତାଙ୍କୁ ଏହିପରି ନିର୍ଯାତନା ଦେଇଥିଲେ। ଯଦିଓ ବ୍ୟକ୍ତି ଜଣକ ସେହି କମ୍ପାନୀ ଛାଡିଦେଇଛନ୍ତି, ଏହି ଭିଡିଓକୁ ଆଧାର କରି ପୂର୍ବ ମ୍ୟାନେଜରଙ୍କୁ ଦାୟୀ କରାଯାଉଛି।

ତେବେ ଏହି ଭିଡିଓକୁ ନେଇ ଭିନ୍ନ କଥା ମଧ୍ୟ କୁହାଯାଉଛି। ନିର୍ଯାତିତ ବ୍ୟକ୍ତି ଜଣଙ୍କ କହିଛନ୍ତି ଯେ “ଯେଉଁ ବ୍ୟକ୍ତି ଏଭଳି ଅମାନୁଷିକ କାମ କରିଥିଲେ ତାଙ୍କୁ ମ୍ୟାନେଜମେଣ୍ଟ ବରଖାସ୍ତ କରିଛି, ମୁଁ ଏବେ ବି ଏହି କମ୍ପାନୀରେ କାମ କରୁଛି।”

ଏହି ମାମଲାକୁ ନେଇ ପୋଲିସ କହିଛି ଯେ କମ୍ପାନୀର ମାଲିକଙ୍କ ସହ ପୂର୍ବ ମ୍ୟାନେଜର୍‌ଙ୍କ ମଧ୍ୟରେ ବିବାଦ ଥିଲା। ସେ ନୂଆ ତାଲିମପ୍ରାପ୍ତ ବ୍ୟକ୍ତିଙ୍କ ସହ ଏଭଳି ଭିଡିଓର ସୁଟିଂ କରୁଥିଲେ ଏବଂ ଏହା ତାଲିମର ଏକ ଅଂଶ ବୋଲି ଦାବି କରୁଥିଲେ। ତେବେ କିଛି ଲୋକ ଏକ ସ୍ଥାନୀୟ ମିଡିଆ ଚ୍ୟାନେଲ୍‌କୁ କହିଛନ୍ତି ଯେ ଯେଉଁ କର୍ମଚାରୀମାନେ ଲକ୍ଷ୍ୟ ପୂରଣ କରିବାରେ ଅସମର୍ଥ ହେଉଥିଲେ ସେମାନଙ୍କୁ ଏହିଭଳି ଦଣ୍ଡ ଦିଆଯାଉଛି।

ଅଧିକ ପଢ଼ନ୍ତୁ: ବାହାରୁ ସିନା ଝୁମ୍ପୁଡି ଘର; ଭିତରେ ପୂରା ପଞ୍ଚତାରକା ହୋଟେଲ୍

Harassment Human Rights Violation Viral Video
Advertisment
Advertisment