Advertisment

Viral Video: ପ୍ରକୃତି ବଡ ବିଚିତ୍ର ! କାଉ କହୁଛି କଥା; ଡାକୁଛି ମମି-ପାପା-କାକା

ସମସ୍ତେ ଜାଣନ୍ତି ଶୁଆ, ଶାରୀ ଏବଂ ବଣି ପରି ପକ୍ଷୀମାନେ କଥା କୁହନ୍ତି। ଆପଣ କେବେ ଶୁଣିଛନ୍ତି କି କାଉ ବି କଥା କୁହେ? ଆପଣ ହୁଏତ ବିଶ୍ୱାସ କରିପାରିବେ ନାହିଁ। ଏହି ଭିଡିଓକୁ ଦେଖନ୍ତୁ…

author-image
Pramod Behera
ଅଦ୍ୟତନ ହୋଇଛି
Crow mimics human speech bird says papa papa

Crow mimics human speech bird says papa papa

ମହାରାଷ୍ଟ୍ରର ପାଲଗରରେ ଏକ କାଉର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ମଣିଷକୁ କପି କରୁଥିବା ଦେଖାଯାଉଛି। ଏହି ଭାଇରାଲ ଭିଡିଓରେ, କାଉଟି ପୂରା ସ୍ପଷ୍ଟ ଭାବରେ ବାରମ୍ବାର "ବାପା, ବାପା" କହୁଥିବାର ନଜର ଆସିଛି। ଏହି କାଉଟି ଏବେ ଏକ ଅନଲାଇନ୍ ସେନ୍ସେସନ ହୋଇଯାଇଛି ଏବଂ ହଜାର ହଜାର ଲୋକ ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।

Advertisment

ଏହି ଅସାଧାରଣ କାଉ ପଛରେ ଥିବା କାହାଣୀ ଏହାକୁ ଆହୁରି ଆକର୍ଷଣୀୟ କରୁଛି। ତିନି ବର୍ଷ ପୂର୍ବେ ୱାଡା ଅଞ୍ଚଳର ତନୁଜା ମୁକେନ ଏହି ପକ୍ଷୀକୁ ଉଦ୍ଧାର କରିଥିଲେ, ଯେତେବେଳେ ସେ ତାଙ୍କ ବଗିଚାରେ ମୂର୍ଚ୍ଛା ହୋଇ ପଡିଥିଲା।

କାଉଟି ଭଲ ନହେବା ପର୍ଯ୍ୟନ୍ତ ସେ ତା’ର ଯତ୍ନ ନେଇଥିଲେ। କିନ୍ତୁ ସମସ୍ତେ ସେତେବେଳେ ଆଶ୍ଚର୍ଯ୍ୟ ହୋଇଥିଲେ ଯେତେବେଳେ କାଉଟି ଧୀରେ ଧୀରେ ମଣିଷର ଭାଷା କହିବା ଆରମ୍ଭ କଲା। ବର୍ତ୍ତମାନ ସେ ପ୍ରାୟତଃ 'ମମି', 'ପାପା ଏବଂ 'କାକା' ଭଳି ଶବ୍ଦ କହିପାରୁଛି।

Advertisment

ଅଧିକ ପଢ଼ନ୍ତୁ: ବାହାରୁ ସିନା ଝୁମ୍ପୁଡି ଘର; ଭିତରେ ପୂରା ପଞ୍ଚତାରକା ହୋଟେଲ୍

ତେବେ କାଉର ଏଭଳି ଆଚରଣକୁ ନେଇ ପ୍ରଶ୍ନ ଉଠେ ଯେ ଯେତେବେଳେ ମଣିଷ କଥା କହିବ ପାଇଁ ବର୍ଷ ବର୍ଷ ସମୟ ନିଏ କାଉ କିପରି ଏତେ ଶୀଘ୍ର ମଣିଷର କଥା ଶିଖିଗଲା। ଶୁଆ, ଶାରୀ ଏବଂ ବଣି ପରି ପକ୍ଷୀମାନେ କଥା କହିବା ନେଇ ଆଗରୁ ଜଣାଶୁଣା ଥିବା ବେଳେ କାଉ ବି କିପରି ଏମିତି କଥା କହିପାରୁଛି ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି।

ଇଣ୍ଟରନେଟ୍‌ ମଧ୍ୟ ଲୋକମାନଙ୍କ ପ୍ରତିକ୍ରିୟାରେ ପରିପୂର୍ଣ୍ଣ। ଏଥିରେ କେହି କେହି ଆଶ୍ଚର୍ଯ୍ୟ ହେଉଥିବା ବେଳେ ଆଉ କେହି ଉପହାସ କରିଛନ୍ତି। ଜଣେ ମଜ୍ଜାଳିଆ ଢଙ୍ଗରେ ଲେଖିଛନ୍ତି - ଏହି କାଉ ଆଇଆଇଟି କୋଚିଂ ପାଇଁ ପ୍ରସ୍ତୁତ! ଆଉ ଜଣେ ଲେଖିଛନ୍ତି - ମୁଁ ଭାବି ନଥିଲି କାଉମାନେ ଏହିପରି କଥା ହୋଇପାରନ୍ତି।

ଯଦିଓ କିଛି ଲୋକ କହିଛନ୍ତି ଯେ ପକ୍ଷୀମାନଙ୍କୁ ମଣିଷର କଥା କହିବା ପାଇଁ ତାଲିମ ଦିଆଯାଇପାରେ, କିନ୍ତୁ ଏହି କାଉର ଏଭଳି ଅନୁକରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଚାଲିଛି। ତେବେ ଶୁଆ, ଶାରୀ ଏବଂ ବଣିମାନଙ୍କ ବ୍ୟତୀତ, ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ କେତେକ ପ୍ରଜାତିର ବାଦୁଡି ଏବଂ ଓର୍କା ମଧ୍ୟ ମଣିଷ କରି କଥା କହିପାରନ୍ତି।

ଏହି ଭାଇରାଲ୍ ଭିଡିଓ ପୁଣି ଥରେ ପ୍ରମାଣ କରେ ଯେ ପ୍ରକୃତି ଆଶ୍ଚର୍ଯ୍ୟରେ ପରିପୂର୍ଣ୍ଣ। ଅପ୍ରତ୍ୟାଶିତ ଉପାୟରେ ପଶୁମାନଙ୍କର ବୁଦ୍ଧି ମଧ୍ୟ କାମ କରେ।

ଅଧିକ ପଢ଼ନ୍ତୁ: ସୋସିଆଲ୍ ମିଡିଆରେ ମା-ପୁଅଙ୍କ ରୋମାଣ୍ଟିକ୍ ଭିଡିଓ; ଲୋକେ କହିଲେ ଏମିତି

Amazing Video Ajab Gajab Viral Video
Advertisment
Advertisment