Advertisment

ଗ୍ରାଜୁଏସନ୍‌ ପାର୍ଟିରେ ଅଭାବନୀୟ ଘଟଣା: ନାଚୁ ଥିଲେ ଛାତ୍ରଛାତ୍ରୀ, ହଠାତ୍‌ ଭୁଶୁଡ଼ିଲା ଚଟାଣ...

ଡ୍ୟାନ୍ସ କରୁଥିବା ବେଳେ କଂକ୍ରିଟ୍‌ ଚଟାଣ ଭୁଶୁଡ଼ି ପଡ଼ିବା ଯୋଗୁ ଛାତ୍ରଛାତ୍ରୀମାନେ ଗାତ ଭିତରକୁ ଗଳି ପଡ଼ିଥିଲେ। ପେରୁର ଏକ ସ୍କୁଲ୍‌ରେ ଏହି ଅଭାବନୀୟ ଘଟଣା ଘଟିଛି।

ଅଦ୍ୟତନ ହୋଇଛି
 Dance Floor Collapses During Graduation Party

Dance floor collapses during graduation party video goes viral

Advertisment

ବିନା ମ୍ୟୁଜିକ୍‌ ଓ ଡ୍ୟାନ୍ସରେ କଲେଜ ଗ୍ରାଜୁଏସନ୍‌ ପାର୍ଟି ପୁରା ଫିକା ଫିକା ଲାଗିଥାଏ। କଲେଜର ଶେଷ ଦିନରେ ଛାତ୍ରଛାତ୍ରୀମାନେ ଡ୍ୟାନ୍ସ ଓ ମ୍ୟୁଜିକ୍‌ର ତାଳେ ତାଳେ ଦିନଟିକୁ ମନଭରି ଉପଭୋଗ କରିଥାନ୍ତି। ହେଲେ ଏକ ଗ୍ରାଜୁଏସନ୍‌ ପାର୍ଟି କିଛି ଛାତ୍ରଛାତ୍ରୀଙ୍କ ପାଇଁ ଖରାପ ରାତିରେ ପରିଣତ ହୋଇଛି। ଯାହାକି ସବୁବେଳେ ସେମାନଙ୍କର ମନେ ରହିବ। ଡ୍ୟାନ୍ସ କରୁଥିବା ବେଳେ କଂକ୍ରିଟ୍‌ ଚଟାଣ ଭୁଶୁଡ଼ି ପଡ଼ିବା ଯୋଗୁ ଛାତ୍ରଛାତ୍ରୀମାନେ ଗାତ ଭିତରକୁ ଗଳି ପଡ଼ିଥିଲେ। ପେରୁର ଏକ ସ୍କୁଲ୍‌ରେ ଏହି ଅଭାବନୀୟ ଘଟଣା ଘଟିଛି। ୨୫ ଜଣ ଛାତ୍ରଛାତ୍ରୀ ଗାତ ଭିତରେ ପଡ଼ି ଯାଇଥିଲେ। ଯାହାର ଭିଡିଓ ସୋସିଆଲ୍‌ ମିଡିଆ ରେ ଭାଇରାଲ୍‌ ହୋଇଛି।

Advertisment

ଅଧିକ ପଢ଼ନ୍ତୁ: ମଜା ହେଲା ସଜା !! ଷ୍ଟେଜ୍‌ ଉପରେ ଜଳିଗଲା କନିଆଁଙ୍କ ମୁହଁ

ଭାଇରାଲ୍‌ ଭିଡିଓ ରେ ଦେଖିବାକୁ ମିଳିଛି, ମ୍ୟୁଜିକ୍‌ର ତାଳେ ତାଳେ କିଛି ଯୁବକ ଓ ଯୁବତୀ ଏକାଠି ଡ୍ୟାନ୍ସ କରୁଛନ୍ତି। ଏହି ସମୟରେ କଂକ୍ରିଟ୍‌ ଚଟାଣ ଭୁଶୁଡ଼ି ଯାଇଥିଲା ଓ ଏହା ମଧ୍ୟକୁ ସେମାନେ ଗଳି ପଡ଼ିଥିଲେ। ସୌଭାଗ୍ୟବଶତଃ, କାହାର ମୃତ୍ୟୁ ହୋଇନାହିଁ। ଛାତ୍ରଛାତ୍ରୀମାନେ ସାମାନ୍ୟ ଆହତ ହୋଇଛନ୍ତି। ପ୍ରଥମେ ଭିଡିଓଟି ଟିକ୍‌ଟକ୍‌ରେ ଶେୟାର କରାଯାଇଥିଲା ପରେ ଏହା ଅନ୍ୟ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ଭାଇରାଲ୍‌ ହୋଇଥିଲା। 

ଭିଡିଓଟିକୁ ଇନ୍‌ଷ୍ଟାଗ୍ରାମ ରେ ଶେୟାର କରି ଜଣେ ୟୁଜର ଲେଖିଛନ୍ତି, ‘ଡ୍ୟାନ୍ସ କରୁଥିବା ବେଳେ ଚଟାଣ ଭୁଶୁଡ଼ି ପଡ଼ିବା ଯୋଗୁ ୨୫ ଜଣ ଛାତ୍ରଛାତ୍ରୀ ଏହା ମଧ୍ୟକୁ ଖସି ପଡ଼ିଥିଲେ। ପେରୁର ସାନ୍‌ ମାର୍ଟିରେ ଗ୍ରାଜୁଏସନ୍‌ ପାର୍ଟି ଚାଲିଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି।

Advertisment
Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ