/odishatv-khabar/media/post_attachments/uploadimage/library/16_9/16_9_0/Lottery_1678372836.jpg)
Lottery
ଲଟେରୀ, ଏହା ଏମିତି ଏକ ଶବ୍ଦ ଯାହା ଆମେ ସମସ୍ତେ ପ୍ରାୟ ବ୍ୟବହାର କରିଥିବା । କିନ୍ତୁ ଲଟେରୀ ସମସ୍ତଙ୍କ ଭାଗ୍ୟରେ ନଥାଏ । କାହା ଭାଗ୍ୟରେ କେବେ ଲଟେରୀ ଲାଗିବ ତାହା କେହି କହିପାରିବେ ନାହିଁ । ଲଟେରୀ ହେଉଛି ଏକ ପ୍ରକାର, ସୁଯୋଗ ବା ଚାନ୍ସ । ଏଥିପାଇଁ କୌଣସି ପ୍ରକାର ଯୋଗ୍ୟତା କିମ୍ବା ଅଭିଜ୍ଞତା ଆବଶ୍ୟକ ନଥାଏ । ରାଣ୍ଡମ ଭାବେ ଏହା ଲୋକଙ୍କ ଭାଗ୍ୟକୁ ଜୁଟିଥାଏ ।
ତେବେ ଆପଣ ସବୁବେଳେ ଖବର ପଢ଼ିଥିବେ ବା ଶୁଣିଥିବେ ଯେ, ‘ଲଟେରୀ ବଦଳାଇଦେଲା ଭାଗ୍ୟ । ରାତା ରାତି ହେଲେ କୋଟିପତି’ । କିନ୍ତୁ ଆଜି ଆମେ କହିବୁ ଯେ, ଲଟେରୀ ଲାଗିବା ପରେ ବି ବଦଳିଲାନି ଭାଗ୍ୟ । ମିଳିଲାନି କୌଣସି ପୁରସ୍କାର । ଆସନ୍ତୁ ଜାଣିବା ପୁରା କାହାଣୀ...
ଅଧିକ ପଢ଼ନ୍ତୁ: ଡ୍ରାଇଭର ପାଲଟିଗଲେ କୋଟିପତି : ଜିତିଲେ ୩୩ କୋଟି ଟଙ୍କାର ଲଟେରୀ
ୟୁକେରେ ରହୁଥିବା ଜଣେ ଯୁବତୀଙ୍କର ଲଟେରୀ ଲାଗିଲା । ଆଉ ତାହା ପୁଣି ୧୮୨ ମିଲିୟନ ୟୁରୋର । କିନ୍ତୁ ଦୁର୍ଭାଗ୍ୟ, ଲଟେରୀ ବିଜେତାଙ୍କୁ ଟଙ୍କାଟିଏ ବି ମିଳିଲାନି । ତେବେ ଏହା ପଛରେ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଯୁବତୀ ଜଣଙ୍କ କହିବା କଥା, ତାଙ୍କୁ ମୋବାଇଲ ସ୍କ୍ରିନ୍ରେ ଦେଖାଗଲା ଯେ ୱିନିଂ ମ୍ୟାଚ୍ । ଆଉ ସେହି ଖୁସିରେ ସେ ସମସ୍ତଙ୍କୁ କହି ଚାଲିଲେ ଯେ, ତାଙ୍କର ଲଟେରୀ ଲାଗିଛି । କିନ୍ତୁ ଏତେ ଖୁସି ଭିତରେ ସେ ଛୋଟିଆ ଭୁଲ କରିଦେଲେ । ଯେଉଁଥିପାଇଁ ତାଙ୍କୁ ଲଟେରୀରେ ଜିତିଥିବା ଟଙ୍କା ମିଳିଲା ନାହିଁ ।
ଆଉ ସେହି ଭୁଲ୍ଟି ହେଲା ଲଟେରୀ ଟିକେଟ କିଣିବା ପାଇଁ ତାଙ୍କ ଆକାଉଣ୍ଟରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ନଥିଲା, ବା ଟଙ୍କା ଡିପୋଜିଟ୍ ପାଇଁ ସେ ଭୁଲିଗଲେ । ଏଇକଥା ସେତେବେଳେ ସେ ଜାଣିଲେ ଯେତେବେଳେ ଟଙ୍କା କାହିଁକି ମିଳିଲାନି ବୋଲି ପଚରାଉଚରା ଆରମ୍ଭ କଲେ । ପଚରାଉଚରା ବେଳେ ଲଟେରୀ କମ୍ପାନୀ ପକ୍ଷରୁ ଟିକଟ ପାଇଁ ଡିପୋଜିଟ୍ କରିବାକୁ ଥିବା ନିର୍ଦ୍ଧିଷ୍ଟ ମୂଲ୍ୟ ତାଙ୍କ ଆକାଉଣ୍ଟରେ ନଥିଲା, ତେଣୁ ତାଙ୍କ ନାଁରେ କୌଣସି ଲଟେରୀ ନାହିଁ ବୋଲି କୁହାଯାଇଥିଲା ।
ଏହା ଜାଣିବା ପରେ ଯୁବତୀ ଜଣଙ୍କ ପୁରା ଭାଙ୍ଗି ପଡ଼ିଥିଲେ । ସାମନ୍ୟ ଭୁଲ ପାଇଁ ତାଙ୍କ ହାତରୁ ଲଟେରୀ ଖସିଗଲା । ଆଉ ଲଟେରୀ ଲାଗିବା ଖୁସିରେ ସେ ନିଜ ପୁରୁଷ ବନ୍ଧୁଙ୍କୁ ବି କହିଥିଲେ । ଲଟେରୀ ଟଙ୍କାରେ ଗାଡ଼ି, ବିଳାଶପୂର୍ଣ୍ଣ ଘର ଆଦି କିଣିବେ ବୋଲି ସ୍ୱପ୍ନ ଦେଖିସାରିଥିଲେ । କିନ୍ତୁ ସାମନ୍ୟ ଭୁଲ ପାଇଁ ସବୁ ସ୍ୱପ୍ନ ଧୂଳିସାତ ହୋଇଗଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)